ବନ୍ଧୁଗଣ ବର୍ତ୍ତମାନ କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ବିଷୟରେ ଜାଣିଲେ କର୍ମଚାରୀ ମାନେ ବହୁତ ଅଧିକ ଖୁସି ହୋଇଯିବେ । ୪ ଦିନ କାମ ଆଉ ୩ ଦିନ ଛୁଟି । କରୋନା ମହାମାରୀର ଧନ ଜୀବନ ହରେଇବା ପରେ ଲୋକ ମାନସିକ ଚାପରେ ରହିବା ସହ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ ହୋଇଯାଇଛି । ଏପରି ସ୍ଥଳେ ଯେଉଁ ମାନବ ସମ୍ଭଳକୁ ନେଇ ଦେଶ ଆଗକୁ ବଢୁଛି ସେମାନଙ୍କ ସ୍ଥିତିକୁ ଗୁରୁତ୍ଵ ଦେଉଛନ୍ତି କିଛି ଦେଶ ।
ଅଧିକ ଚାପରେ ନରହି ଯେପରି କାମ କରିପାରିବେ ସେଥିପାଇଁ ଏକାଧିକ ଦେଶ ମାନଙ୍କର ଗୃହିତ ହୋଇଛି ନୂଆ ଶ୍ରମ ଆଇନ । ଏଥିରେ ସାମିଲ ହୋଇଛି ବେଲଜିୟମ ।ଏଣିକି ବେଲଜିୟମରେ ସପ୍ତାହକୁ ମାତ୍ର ୪ ଦିନ କାମ କରିବାକୁ ପଡିବ ଆଉ ତିନି ଦିନ ଅଫିସ ଛୁଟି ରହିବ । ଏହି ଛୁଟି ଦିନରେ ଯଦି ଅଫିସ ମାଲିକଙ୍କ ପକ୍ଷରୁ କିଛି କଲ୍ ଯାଏ ତେବେ କର୍ମଚାରୀ ତାକୁ ଅଣଦେଖା କରିପାରିବେ ।
ଏପରି କିଛି ଘୋଷଣା କରିଛନ୍ତି ବେଲଜିୟମର ପ୍ରଧାନମନ୍ତ୍ରୀ ଆଲେକ ଜାଣ୍ଡର ଡି କ୍ରୁ । କରୋନା ମହାମାରୀ ପରେ ଅର୍ଥ ବ୍ୟବସ୍ଥା ସହ କର୍ମଚାରୀଙ୍କ ଜୀବନ ଶୈଳୀରେ ସୁଧାର ଆଣିବାକୁ ଦେଶ ନିଜ ଶ୍ରମ ଆଇନରେ ପରିବର୍ତ୍ତନ କରିଛି ବୋଲି ଡି କ୍ରୁ କହିଛନ୍ତି । ନିଜ ମନ୍ତ୍ରୀ ପରିଷଦ ସହ ଆଲୋଚନା କରି ଏପରି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି ।
ଏହି ନୂଆ ଶ୍ରମ ଆଇନ ବେସ ଆକର୍ଷଣୀୟ । କାରଣ ଏଥିରେ କାମ କରିବାର ସମୟ ଅବଧି ହ୍ରାସ ପାଇଛି । ସପ୍ତାହକୁ ତିନି ଦୁଇ ଦିନ ନୁହେଁ ପୁରା ତିନି ଦିନ ଛୁଟି ମିଳିବ । ଏହା ସହ କାମ କରିବା ପରେ ଛୁଟି ଦିନରେ ଆଉ ଅଫିସ ମାଲିକଙ୍କ ପ୍ରତି କର୍ମଚାରୀଙ୍କ ଭୟ ରହିବ ନାହିଁ । ଅଫିସ ପରେ ବା ଛୁଟି ଦିନରେ ଅଫିସ ମାଲିକଙ୍କ କୌଣସି କଲ୍ ଓ ମେସେଜକୁ ଆଟେଣ୍ଡ କରିବା ପାଇଁ କର୍ମଚାରୀ ମାନେ ବାଦ୍ୟ ନୁହନ୍ତି ।
ଏପରି କଲେ ବସ୍ ମଧ୍ୟ କର୍ମଚାରୀଙ୍କ ଦରମା କାଟି ପାରିବେ ନାହିଁ । ଏହା ଦ୍ଵାରା କର୍ମଚାରୀ ନିଜକୁ ଚାପ ମୁକ୍ତ କରିବା ସହ ସେମାନଙ୍କର କାର୍ଯ୍ୟ ଦକ୍ଷତା ବଢିବ ବୋଲି ପ୍ରଧାନ ମନ୍ତ୍ରୀ ଡି କ୍ରୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।