ସରକାରୀ ସିକ୍ରେଟ୍ ! କାନ୍ଦୁଛନ୍ତି ସଚିବ ହସୁଛନ୍ତି ଗୁମାସ୍ତା !

କାନ୍ଦୁ ଛନ୍ତି ସଚିବ ଆଉ ହସୁଛନ୍ତି ଗୁମାସ୍ତା । ବାଁ ଜାଣୁ ନାହିଁ ଡାହାଣ ହାତର କଥା । ବିଚିତ୍ର ସରକାରୀ ବ୍ୟବସ୍ଥା । କୁଆଡେ ଗଲା 5-tର ସରକାରୀ ସ୍ଵଚ୍ଛତା ? ସରକାର ଭିତରେ ଆଉ ଗୋଟେ ସରକାର । କଥା ନ ମାଣିଲେ ଚାକିରି ହୋଇଯିବ ବେକାର । ବନ୍ଧୁଗଣ ଏବେ ଏକ ସାଂଘାତିକ ସରକାରୀ ସତ୍ୟତା ସାମନାକୁ ଆସିଛି । ଅବଶ୍ୟ ଖୋଲା ସତ ଭଳି ଏ କଥା ସମସ୍ତେ ଜାଣି ସାରିଛନ୍ତି । କଥାଟି ହେଲା ଏବେ ସରକାର ଭିତରେ ଆଉ ଗୋଟେ ସରକାର କାର୍ଯ୍ୟ କରୁଛି ।

ପୂର୍ବ ଭଳି ଲୋକସଭା ଭବନର ଥାର୍ଡ ଫ୍ଲୋରରୁ ଆଉ ସବୁ କଥା ପରିଚାଳିତ ହେଉନି । ବିଭିନ୍ନ ବିଭାଗ ଓ ପଦ ପଦବୀରେ ପ୍ରାୟ 6 ହଜାର ପ୍ରଫେସନାଲଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । କୌଣସି ସରକାରୀ ଇଣ୍ଟର୍ବ୍ୟୁ ଦେଇ ଏମାନେ ଚାକିରି ପାଇ ନାହାନ୍ତି । ବରଂ ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇବା ପାଇଁ ଏମାନଙ୍କ ଲାଗି ଚିହ୍ନା ପରିଚୟ ବା ସୁପାରିସ ଏକ ମାତ୍ର ମାପ କାଠି ସାଜିଛି ।

ସ୍ଵତନ୍ତ୍ର ସଚିବ ଠାରୁ କିରାଣୀ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀରେ ଏମାନେ କାର୍ଯ୍ୟ କରୁଛନ୍ତି । କେତେବେଳେ ଏମାନେ କେଉଁଠି ବସି କାମ କରୁଛନ୍ତି ତାହା ସରକାରୀ ଅଫିସର ମାନେ ମଧ୍ୟ ଠୋରାଇ ପାରୁ ନାହାନ୍ତି । ସରକାର ଠାରୁ ଦରମା ନେଉଛନ୍ତି ସତ ହେଲେ କିଛି ଆଇଏଏସ ଓ ଆଇପିଏସ ସରକାରୀ ବାସ ଭବନରେ ଏମାନେଙ୍କ କାର୍ଯ୍ୟ ଚାଲୁଅଛି ।

କିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ମଧ୍ୟ ବସୁ ଛନ୍ତି । ବିଭାଗ ଓ ବିଭାଗୀୟ ସଚିନ ମାନଙ୍କୁ ଅନ୍ଧାର ରେ ରଖି ଏମାନେ ନିଜ ମିସନ ଚଲାଉ ଛନ୍ତି । ସରକାରୀ ନିଯୁକ୍ତି ଠାରୁ ଆରମ୍ଭ କରି ପଦ ଉନ୍ନତି ପର୍ଯ୍ୟନ୍ତ ସବୁ କିଛି ଏମାନେ ସମ୍ଭାଳୁ ଛନ୍ତି । ବିଭାଗୀୟ ସଚିବ କେବଳ ଦସ୍ତଖତ କରୁଛନ୍ତି । ସ୍କୁଲ ଶିକ୍ଷକ, ବିଡିଓ ବା ପରିବହନ ଅଧିକାରୀ ହୁଅନ୍ତୁ ବା ଯୋଗାଡ ବିଭାଗର କର୍ମଚାରୀ ଏମାନଙ୍କ ବଦଳି କୌଣସି ମନ୍ତ୍ରୀ କିମ୍ବା ସଚିବ ଚାହିଁଲେ ସୁଧା କରିପାରୁ ନାହାନ୍ତି ।

ସେହି କାରଣରୁ କେତେକ ବରିଷ୍ଠ ଆଇଏଏସ ଅଫିସର ନିଜ ଛାତି ଭିତରେ ଅଶୋନ୍ତୋଷ ଚାପି ରଖିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଏମାନେ ସବୁ କିଛି କରିବେ ତା ହେଲେ କାହିଁକି ସରକାରୀ ଅଫିସର ରହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *