ସରକାରଙ୍କୁ ଏ ବୁଦ୍ଧି ଦେଉଛି କିଏ ?

ନମସ୍କାର ବନ୍ଧୁଗଣ ତେବେ ସରକାର ଙ୍କୁ ଏ ବୁଦ୍ଧି ଦେଉଛି କିଏ? ଯାହାକୁ ଦେଶର ଲୋକ ଉତ୍ତପ୍ତ ସହର ବୋଲି କୁହନ୍ତି ଟିଟିଲାଗଡ଼ କୁ ତତଲାଗଡ଼ ନାଁ ରେ ନାମିତ କରାଯାଏ । ସେଇ ଟିଟଲାଗଡ଼ ପାଖରେ ହେବ ସୋଲାରପ୍ଲାଣ୍ଟ । ଖରାରେ ସିଜୁଥିବା ଲୋକଙ୍କୁ ଜାଳି ଦେବାର ଯୋଜନା ଅଛି କି ? ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ପଞ୍ଚାୟତରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଗତ କିଛି ଦିନ ହେବ ଛକାପଞ୍ଝା ଲାଗିରହିଥିଲା ।

ଡୁଙ୍ଗୁରିପାଲି ପଞ୍ଚାୟତ ସରପଞ୍ଚ ଗଜପତି ସାହୁ ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଉକ୍ତ ପଞ୍ଚାୟତ ହେବାକୁ ଥିବା ସୋଲାର ପ୍ଲାଣ୍ଟକୁ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଶ୍ରୀ ସାହୁ ବିନା ଗ୍ରାମ ସଭାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଉ ଥିବା ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋକ ସତ୍ୟବାନ ମହାଜନଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଜନଶୁଣାଣୀ ଶିବିର କରି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମହାଜନ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।

ଗ୍ରାମବାସୀ ସୋଲାର ପ୍ଲାଣ୍ଟକୁ ବିନା ଗ୍ରାମସଭାରେ କିମ୍ବା ଗ୍ରାମବାସୀଙ୍କ ଅଜାଣତରେ ପ୍ରଶାସନ ଆଦିତ୍ୟ ବିର୍ଲାକୁ ଟେକି ଦେଉଥିବା ଅଭିଯୋଗ କରିଥିଲେ । ଏହାସହ ଗ୍ରାମବାସୀଙ୍କ ପାଇଁ ଥିବା ଗୋଚର, ଖେଳପଡ଼ିଆ, ଜଙ୍ଗଲ ଜମିକୁ ପ୍ରଶାସନ କିଭଳି ବିନା ଅନୁମତିରେ ବନ୍ଦ କରିବାକୁ ପ୍ରଶାସନ କିଏ ବୋଲି ଗ୍ରାମବାସୀ କହିଥିଲେ ।

ସୋଲାର ପ୍ଲାଣ୍ଟ ସ୍ଥାପନ ହେଲେ ଗୋରୁ ଗାଈଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗ୍ରାମବାସୀ କିଭଳି ନିଜ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି ଗ୍ରାମବାସୀ ମାନେ କହିବା ସହ ସୋଲାର ପ୍ଲାଣ୍ଟ ସ୍ଥାପନକୁ ତୀବ୍ର ବିରୋଧ କରିଛନ୍ତି ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ମଧ୍ୟ ବସିଛନ୍ତି ।

ଅନ୍ୟପଟେ ସୋଲାର ପ୍ଲାଣ୍ଟର ମ୍ୟାନେଜର ସୁଭାସିସ ଭଟ୍ଟାଚାର୍ଯ୍ୟ ଉକ୍ତ ଗାଁକୁ ଆସି ଗ୍ରାମବାସୀଙ୍କ ସହ ମୁହାଁମୁହିଁ ହେବା ପରେ ରାତି ସାରା ଏହି ଗାଁରେ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ କରିବି ବୋଲି ଧମକ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତ ଠାରେ ଗୋଚର ୧୨୪ ହେକ୍ଟର ଜିମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉ ଥିବାର ଜଣାପଡିଛି ।

ଏହି ପ୍ଲାଣ୍ଟକୁ ଇଡ଼କୋକୁ ପ୍ରଶାସନ ହସ୍ତାନ୍ତର କରିଦେଇଛି । ଯାହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ପ୍ରକାଶ ଥାଉକି ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ପେଟ ପୋଷିବା ପାଇଁ ଏହି ଗୋଚର ଜମିରୁ କେନ୍ଦୁପତ୍ର, କେନ୍ଦୁ, ଆମ୍ବ ଭଳି ଅନେକ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି । ଯାହା ଏବେ ଭୋକିଲା ପେଟକୁ ଶୋଷଣ କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଛି ।

ବିନା ଗ୍ରାମସଭା ଓ ଗ୍ରାମବାସୀଙ୍କ ଅଜାଣତରେ ୧୨୪ ହେକ୍ଟର ଜମି ହସ୍ତାନ୍ତର କରିଦେଇଛି ସରକାର । ତେବେ ଏହି ପ୍ରକଳ୍ପ ହେବା ଦ୍ଵାରା ଉକ୍ତଅଞ୍ଚଳରେ ଗୋରୁ ଗାଈ ଚରିବା ପାଇଁ ସ୍ଥାନ ପାଇବେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ କାହା ଚାପରେ ଏତେ ବଡ଼ ସୋଲାର ପ୍ଲାଣ୍ଟ ନିର୍ମାଣ ହେବା କୁ ଯାଉଛି ତାହାକୁ ନେଇ ଗ୍ରାମବାସୀମାନେ ବଡ଼ ପ୍ରଶ୍ନବାଚୀ ଉଠାଇଛନ୍ତି । ଯଦି ପ୍ରଶାସନ ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରିବ ତାହେଲେ ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ବୋଲି ସ୍ଥାନୀୟ ପଞ୍ଚାୟତ ବାସୀ ଚେତାବନୀ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *