ଓଡିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତ୍ତି । ୟୁଟ୍ୟୁବରୁ ସାପ ଧରିବାର କୌଶଳ ଦେଖୁଥିଲେ ହେଲେ ରିଲ ନୁହେଁ ରିଅଲରେ ଦେଖିବାର ଇଛା ତାଙ୍କୁ ଟାଣି ଆଣିଛି ଓଡିଶା । ସେଥିପାଇଁ ସୁଦୂର ୟୁକେରୁ ସେମାନେ ଓଡିଶା ଆସିଛନ୍ତି । ସ୍ଵାମୀ କେମିକାଲ ଇଞ୍ଜିନିୟର ସ୍ତ୍ରୀ ମେଡିକାଲରେ ସେବିକା କିନ୍ତୁ ସାପ ପ୍ରତି ଭଲ ପାଇବା ଖୁବ ଅଧିକ । ସେମାନେ ଚିଡିଆ ଖାନାରେ ଏବଂ ୟୁଟ୍ୟୁବରେ ସାପ ଦେଖିଛନ୍ତି,
ହେଲେ କେବେ ସତରେ ସାପ ଦେଖି ନାହାନ୍ତି କି କେବେ ସେମାନେ ନିଜ ଆଖିରେ ଦେଖି ନାହାନ୍ତି କିଙ୍ଗ କୋବ୍ରା । ସେଥିପାଇଁ ସେମାନେ ୟୁକେରୁ ଆସିଛନ୍ତି ଭଦ୍ରକ । ଦେଖିବେ ଯେ ସାପ ଧରାଳି ମିର୍ଜା ଆରିଫ କେମିତି ସାପ ଧରୁଛନ୍ତି । ୟୁଟ୍ୟୁବରେ ଅପଲୋଡ କରିଥିବା ଭିଡିଓ ସତ କିଛି ମିଛ ତେଣୁ ସାପ ଧରିବାର କୌଶଳ ଦେଖିବାକୁ ୟୁକେର ଦମ୍ପତ୍ତି ପୁଲ ଏବଂ ସାରା ଭଦ୍ରକ ଆସି ସାପ ଧରାଳି ମିର୍ଜା ଆରିଫଙ୍କୁ ଭେଟି ଛନ୍ତି ।
ଜୀବ ଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ସମ୍ପତି ଭଦ୍ରକ ପହଞ୍ଚି ମିର୍ଜାଙ୍କର ଖୁବ ପ୍ରଶଂସା ବି କରିଛନ୍ତି । ମିର୍ଜାଙ୍କ ୟୁଟ୍ୟୁବ ଚାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଏହି ଦମ୍ପତି ଭଦ୍ରକ ଆସି ତାଙ୍କୁ ଦେଖା କରିବାକୁ ସ୍ତିର କରିଥିଲେ ।
ତେବେ ଗତ ଗୁରୁବାର ସେମାନେ ଭଦ୍ରକ ଆସି ମିର୍ଜାଙ୍କୁ ସାକ୍ଷାତ କରିଥିଲେ । ସେମାନେ ତାଙ୍କୁ ସୁବେଛା ଜଣାଇବା ସହ ପରିବାର ସଦସ୍ୟ ଭଳି ତାଙ୍କ ସହ ଚାରି ପାଞ୍ଚ ଜାଗା ଆଦି ବିଭିନ୍ନ ସ୍ଥାନ ବୁଲି ସାପ ଧରିବାର କୌଶଳ ଦେଖିଥିବା ପୁଲ କହିଛନ୍ତି । ମିର୍ଜାଙ୍କ ସହ ଦେଖା କରିବା ପାଇଁ ଏହି ଦମ୍ପତି ଏତେ ଦୂରରୁ ଆସିଛନ୍ତି ଏବଂ ତାଙ୍କ ସହ ଦେଖା କରିବା ପରେ ତାଙ୍କ ସ୍ଵପ୍ନ ପୂରଣ ହୋଇଛି ବୋଲି ପୁଲ ପ୍ରକାଶ କରିଛନ୍ତି ।
ତେବେ ଏନେଇ ମିର୍ଜା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଦୀର୍ଘ ଏତେ ବର୍ଷ ହେଲା କାମ କରୁଛି କିନ୍ତୁ ଆଜି ମତେ ଖୁସି ଅନୁଭବ ହେଉଛି କାରଣ ମୋ କାମଟା ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚିଲା । ଯାହା ହେଉ ଏମାନେ ମୋତେ ଦେଖା କରିବା ପାଇଁ ଏତେ ଦୂରରୁ ଆସି ଛନ୍ତି । ତେଣୁ ମୋତେ ବହୁତ ଖୁସି ଲାଗୁଛି । ତାଙ୍କୁ ମୁଁ ଚାରି ପାଞ୍ଚଟି ଜାଗାକୁ ନେଇ ଉଦ୍ଧାର କାର୍ଯ୍ୟ ଦେଖେଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।