ଅଭିନେତ୍ରୀ Rashmirekha ବାପାଙ୍କ ଭୟଙ୍କର ଖୁଲାସା ! କହିଲେ ‘ସେ ସନ୍ତୋଷ ପାତ୍ର ହିଁ ମୋ ଝିଅକୁ ମାରିଛି ଆଉ ମତେ…’ ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଜଣେ ଓଡିଆ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଓଡିଆ ଟେଲିଭଜନ ଅଭିନେତ୍ରୀ ଜଣକ ହେଉଛନ୍ତି ରଶ୍ମିରେଖା । ରଶ୍ମିରେଖାଙ୍କ ମୃତ ଦେହ ପାଖରୁ ତାଙ୍କର ସୁସାଇଡ ନୋଟ ଜବତ ହେଇଛି । ସୁସାଇଡ ନୋଟରେ ଲେଖା ଯାଇଛି ମିସ ୟୁ ବାବା ମୁଁ ଉପରେ ଥାଇ ତୁମକୁ ମିସ କରିବି । ମୁଁ ଗୋଟେ ଖରାପ ଝିଅ ବୋଲି ଲେଖିଛନ୍ତି ରଶ୍ମିରେଖା ।

ନିକଟରେ କେମିତି କହିବି କହ ସିରିଏଲରେ ଅଭିନୟ କରିଥିଲେ ନୟାପଲ୍ଲୀ ଗଣ ସାହିରେ ଭଡା ନେଇ ଥିଲେ ଓ ସେଠାରେ ରହୁଥିଲେ ରଶ୍ମିରେଖା । ଗତକାଲି ତାଙ୍କ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଜବତ କରିଛି ନୟାପଲ୍ଲୀ ପୋଲିସ । ତେବେ ବନ୍ଧୁଗଣ ରଶ୍ମିରେଖା ଯିବା ପରେ ତାଙ୍କ ବାପା ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ରଶ୍ମିରେଖାଙ୍କ ବାପା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ଝିଅ ଆଜ୍ଞା ଦୀର୍ଘ 4 ବର୍ଷ ହେଲାଣି ଭୁବନେଶ୍ଵରରେ ରହୁଥିଲା ।

ଯିବା ଆସିବା କରେ ହେଲେ ସିରିଏଲ ହେବା ଦିନରୁ ସେ ଭୁବନେଶ୍ଵରରେ ରୁହେ । ସିରିଏଲ ସରିବା ପରେ ସେ ଗୋଟେ ଫାଇନାନ୍ସ କମ୍ପାନୀରେ କାମ କରୁଥିଲା । ଫାଇନାନ୍ସରେ ଦୁଇ ମାସ ହେଲା କାମ କରୁଥିଲା ଆଉ ନୟାପଲ୍ଲୀରେ ଘର ଭଡା ନେଇ ରହୁଥିଲା । ଯିବା ଆସିବା କରେ ଆଉ ସବୁ ଠିକ ଥିଲା । ହେଲେ ଆମକୁ ସେ ଗତ 11 ତାରିଖ ସନ୍ତୋଷ ପାତ୍ର ଆମକୁ ଫୋନ କରି କହିଲା ରଶ୍ମିରେଖା ଆଉ ତା ଭିତରେ ଝଗଡା ହେଇଛି ।

ଆଉ ତାର ଆଖି ମାଡ ହେଇଛି ତମେ ଟିକେ ଆସ । ମୁଁ ରବିବାର ଦିନ ଯାଇ ସବୁ ବୁଝାବୁଝି କରି ଆସିଥିଲି । ଏହା ପରେ ସବୁ ଠିକ ଠାକ ଚାଲିଲା ଗତ ଶୁକ୍ରବାର ଦିନ ରାତିରେ ମା ଝିଅ ମିଶି ଫୋନରେ କଥା ହେଉଥିଲେ । ଶନିବାର ଦିନ ସେ ଫୋନ ଉଠେଇଲା ନାହିଁ ଆଉ ଶନିବାର ଦିନ ସନ୍ଧ୍ୟାରେ ସନ୍ତୋଷ ପାତ୍ର ଫୋନ କରି କହିଲା ଅଙ୍କଲ ତମ ଝିଅ ଆଉ ନାହିଁ । ମୁଁ କହିଲି କଣ ହେଇଛି ନା ବେକରେ ରସି ଦେଇ ଆତ୍ମହତ୍ୟା କରିଛି ।

ମୁଁ କହିଲି ତୁ କେମିତି ଜାଣିଲୁ ସେ କହିଲା ମୁଁ ଗୋଟେ ପିଲା ପଠେଇ ଥିଲି ସେ ଦେଖି କହିଲା । ଏହା ପରେ ମୁଁ ସେହି ଜାଗାରେ ଯାଇ ସବୁ ଦେଖିଲି । ସୁସାଇଡ ଲେଖା ଆମେ କହିପାରିବୁନି ସେଇଟା ତାର ନା ଆଉ କାହାର । କିନ୍ତୁ ମୋର ଡାଉଟ ହେଉଛି ସନ୍ତୋଷ ପାତ୍ର ଉପରେ କାରଣ ଘର ମାଲିକ କହୁଥିଲେ ଯେ, ସେମାନେ ସ୍ଵାମୀ-ସ୍ତ୍ରୀ ହିସାବରେ ରହୁଥିଲେ । ଯଦି ସେମାନେ ବାହା ହେଇ ରହୁଥିଲେ ତ ହତ୍ୟାକାରୀ ହେଉଛି ସେହି ସନ୍ତୋଷ ପାତ୍ର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *