ନମସ୍କାର ବନ୍ଧୁଗଣ ତେବେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । ୟେସ୍ ୟେସ୍ କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ୟେସ୍ ୟେସ୍ କହିବା ସହ ଚୁଟିକୁ ହଲାଇ ଟେବୁଲ ପିଟୁଥିବାର ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ତେବେ ବଜେଟ୍ ଅଧିବେଶନ ଚାଲୁଥିବା ବେଳେ
ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡରରେ ଖୋଳାଯାଉଥିବା ବିରାଟ ଗାତକୁ ନେଇ ସଂସଦର ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀମତୀ ଷଡଙ୍ଗୀ କହିଥିଲେ କି, ଆମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ପୁରୀ ଜଗନ୍ନାଥ ମନ୍ଦିର । ୪ ଧାମରୁ ଗୋଟିଏ ଧାମ ଶ୍ରୀକ୍ଷେତ୍ର । ହେଲେ ଏ ରାଜ୍ୟ ସରକାର ମନ୍ଦିର ପାଖରେ ଯେଉଁ ଖନନ କାର୍ଯ୍ୟ କରୁଛନ୍ତି ସେଥିରେ ଶ୍ରୀମନ୍ଦିର ପ୍ରତି ଘୋର ବିପଦ ରହିଛି ।
ତେବେ କେବଳ ଏତିକି ନୁହେଁ ବରଂ ମନ୍ଦିରରୁ ପଥର କମ ଜୋର ହେଲାଣି । ଏମିତିକି ଏଏସଆଇ ର ବିନା ଅନୁମତିରେ ଖନନ କାର୍ଯ୍ୟ କରାଯାଉଛି । ବାସ୍ ଅପରାଜିତାଙ୍କ ବକ୍ତବ୍ୟ ପରେ କାଉଣ୍ଟର ଆଟାକ୍ କରିବାକୁ ଛିଡ଼ା ହୋଇଥିଲେ ବିଜେଡ଼ି ସଂସଦୀୟଦଳ ନେତା ତଥା ପୁରୀ ସାସଂଦ ପିନାକୀ ମିଶ୍ର । ସେ କହିଥିଲେ ଯେ, ଭୁବନେଶ୍ୱର ସାଂସଦ ଯେତେବେଳେ ଜଗନ୍ନାଥଙ୍କ କଥା କହୁଥିଲେ ଆମେ ମାନେ ଚୁପ୍ଚାପ ଶୁଣୁଥିଲୁ ।
ହେଲେ ମୁଁ ନିଜେ ଆଶ୍ଚର୍ଯ୍ୟ କି, ମାଡାମ ରାଜନୀତିକୁ ଆସିବା ପୂର୍ବରୁ ସେଇ ରାଜ୍ୟରେ ଅନେକ ବର୍ଷ ପ୍ରଶାସକ ଭାବରେ କାର୍ଯ୍ୟ କରିଛନ୍ତି । ତେବେ ସିଏ ଭଲରେ ଜାଣିଛନ୍ତି ନବୀନ ବାବୁଙ୍କ ସରକାରରେ କୌଣସି ଗଫଲତି ହୁଏନାହିଁ କି ଆଇନକୁ ଭଙ୍ଗାଯାଏନି । କେବଳ ଏଇଥି ପାଇଁ ୨୨ ବର୍ଷ ହେଲାଣି ଓଡ଼ିଶାରେ ବିଜେଡି ସରକାର ଅଛି । ଏହାସହ ପିନାକୀ କହିଥିଲେ, ଆମେ କୌଣସି ଖନନ କରୁନାହୁଁ କେବଳ ୪ଟି ପାଇଖାନା ନିର୍ମାଣ କରୁଛୁ ।
କାରଣ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶୌଚାଳୟର ଆବଶ୍ୟକତା ମନେ କରୁଛନ୍ତି ହେଲେ ତାହାର ଲାଭ ପାଉନାହାନ୍ତି । ତେଣୁ ଶୌଚାଳୟ ନିର୍ମାଣ କରାଯାଉଛି । ପିନାକୀ ଏମିତି କହୁଥିବା ବେଳେ ଅନୁଭବ ଜୋରସୋରରେ ୟେସ୍ ୟେସ୍ କହି ଜୋରସୋରରେ କହିବା ସହ ନିଜ ଚୁଟିକୁ ବାରମ୍ବାର ସଜାଡ଼ି ଚିଲାଇବାରେ ଲାଗିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ଚାଲିଛି ।
ତେବେ କୁହା ଯାଉଛି କି ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଅନୁଭବ ଅଲୋଡ଼ା ହୋଇ ପଡିଥିବାରୁ ନବୀନ ବାବୁଙ୍କ ଧ୍ୟାନ ଆକର୍ଷଣ ପାଇଁ ଏମିତି କରିଥାଇ ପାରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।