Sanjay Dasbarma ଙ୍କ PSO ଙ୍କ ମୃତ୍ୟୁ ମାମାଲାରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନଙ୍କ ପଲ୍ଲେଇଙ୍କ ମୃତ୍ୟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଆଜି ମୃତକଙ୍କ ବଡବାପା ଓ ଭଉଣୀ ଏସପିଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି ।


ତେବେ ଟଙ୍କା ପାଇଁ ଚିତ୍ତକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ସେପଟେ କିନ୍ତୁ ଘଟଣାର ଚାରିଦିନ ପରେ ମଧ୍ୟ  ମୁଖ୍ୟ ଆସାମୀକୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ । ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରାଯାଇ ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି । ତେବେ ସେହିପରି ସଞ୍ଜୟ ଦାସବର୍ମା ମୃତ ଚିତ୍ତରଂଜନଙ୍କ ପରିବାର ଲୋକଙ୍କ ସହ ଯାଇ ଏସ୍ପିଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ସେପଟେ ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ପୋଲିସ ଗ୍ରହଣ କରିଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ମାମଲାର ଗୁରୁତ୍ବ ଦୃଷ୍ଟିରୁ  କୌଣସି ତଥ୍ୟ ଗଣମାଧ୍ୟମରେ ଦେବା ଠିକ୍ ନୁହେଁ ବୋଲି ଏସ୍‌ପି କହିଛନ୍ତି । ତେବେ ବର୍ତ୍ତମାନ ଏହା ଉପରେ ନିଜର ମତଦାନ ପ୍ରକାଶ କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ । ତେବେ ତାଙ୍କ କହିବା କଥା କି ସେ ସମ୍ପୂର୍ଣ୍ଣ ଘଟଣା ବିଷୟରେ କିଛି ଠିକ ଭାବରେ ଜାଣି ନାହାଁନ୍ତି ଏବଂ ସେ ପ୍ରଥମେ ଏହାକୁ ଷ୍ଟଡ଼ି କରିବାକୁ ଚାହିଁବେ ।

ତେବେ ଯଦି ବି ଏଥିରେ ସଞ୍ଜୟ ଦାସବର୍ମା ଙ୍କ ହାତ ଅଛି ତେବେ ଏକ ନିରପେକ୍ଷ ତଦନ୍ତ ହେବା ନିହାତି ଆବଶ୍ୟକ ଅଟେ । ତେବେ ଯେଉଁଭଳି ମମିତା ଙ୍କ ର ନିରପେକ୍ଷ ତଦନ୍ତ ହେଉଛି ସେହିଭଳି ବିଲ୍କୁଲ ନୁହେଁ । କାରଣ ବର୍ତ୍ତମାନ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଅନ୍ଧାର କୁ ସହଯୋଗ କରୁଛନ୍ତି ଭୁଲ କୁ ସହଯୋଗ କରୁଛନ୍ତି ଯାହା କି ଅତି ନିନ୍ଦନୀୟ ।


ତେବେ ଶେଷ ରେ ସେ କହିଛନ୍ତି କି ସଂଜୟ ଦାସବର୍ମା ଙ୍କ ସହ ସେ ମିଶି ଛନ୍ତି ସେ ଜଣେ ଭଲ ଲୋକ ଭଲ ପରିବାର ରୁ ମଧ୍ୟ ଆସିଛନ୍ତି ଏବଂ ହୁଏତ ତାଙ୍କୁ କେହି ଫସେଇ ଦେଉଛି ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ ହେବା ନିହାତି ଆବଶ୍ୟକ ଅଟେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *