କ’ଣ କହିଲେ ଅପରାଜିତା ସଡଙ୍ଗୀଙ୍କ ଡ୍ରାଇଭର ? ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଡ୍ରାଇଭର ଗଣ ମାଧ୍ୟମ ସାମ୍ନାରେ କିଛି ଏଭଳି ବୟାନ ଦେଇଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ଆମେ ଅପରାଜିତା ମ୍ୟାଡାମଙ୍କ କାରକେଡରେ ଗାଡି ନେଇକି ଯାଉ । ସେଦିନ ବି ଆମେ ଗାଡି ନେଇକି ଯାଇଥିଲୁ । ହେଲେ ଘଟଣା ସ୍ତଳରେ କ’ଣ ହେଇଛି କି ନାହିଁ ତାହା ମୁଁ କିଛି ଜାଣିନାହିଁ । ଆମେ ବୋଲଗଡ ପର୍ଯ୍ୟନ୍ତ ଠିକରେ ଗାଡି ଚଳାଇ ଯାଇଥିଲୁ ।
ମେ’ 26 ତାରିଖ ରାତି 10 ତା ରେ ମୁଁ ଗାଡି ପାଖରେ ଠିଆ ହୋଇଥିଲୁ। ସେଠାରେ ଏକ ଭ୍ୟାନ ମଧ୍ୟ ଠିଆ ହୋଇଥିଲା । ସେଥିରୁ ଜଣେ ପୋଲିସ ବାହାରିକି ମୋତେ ପଚାରିଲା ଏ ଗାଡି ତୁମର । ମୁଁ ତାଙ୍କୁ ହଁ କହିଥିଲି । ତାପରେ ସେ ମୋତେ ଭ୍ୟାନ ଭିତରେ ସାର ଡାକୁଛନ୍ତି କହିକି ନେଇଗଲା । ତାପରେ ମୋତେ ଜଗଦେଭ ଇଭିଏମ ମେସିନ ଭାଙ୍ଗିଛି କି ନାହିଁ ପଚାରିଥିଲେ । ମୁଁ କିଛି ଦେଖିନାହିଁ ବୋଲି କହିଥିଲି । ତାପରେ ଏମିତି କଥା କହିକହିମୋତେ ସେ ପୋଲିସ ବାବୁ ଜଣଙ୍କ ମାରିଲେ ।
ଭ୍ୟାନ ଭିତରେ 4 ଜଣ ପୋଲିସ ଡ୍ରେସରେ ଥିଲେ । ତାପରେ ମୋତେ ଜଣେ ପୋଲିସ କହିଲା । ତୋତେ ଯିଏ ପଚାରିବ ଜଗଦେଭ ଇଭିଏମ ମେସିନ ଭାଙ୍ଗିଛି ତୁ ହଁ କହିବୁ । ତାପରେ ତାଙ୍କ ଭୟରେ ହଁ ମୁଁ ସମସ୍ତଙ୍କୁ ଏମିତି କହିବି ବୋଲି କହି ଦେଇଥିଲି । ଆମର ନିର୍ବାଚନୀ ହିଂସା ସାଥିରେ କିଛି ମଧ୍ୟ ନେଣଦେଣ ନାହିଁ । ହେଲେ ପୋଲିସ ମାନେ ମୋତେ ବାଧ୍ୟ କରି କହିଥିଲେ, ତୋତେ ଯିଏ ପଚାରିବ ତୁ କହିବୁ ହଁ ଜଗଦେଭ ମେସିନ ଭାଙ୍ଗିଛି ।
ହେଲେ ଏଥିପାଇଁ ମୁଁ ଆଉ ମୋ ପରିବାର ବହୁତ ଭୟରେ ରହୁଛୁ । ତେଣୁ ମୁଁ ବାଧ୍ୟ ହୋଇ ଆଉ ସହିନପାରି ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲି ସବୁ କିଛି କହିଦେଲି । ହେଲେ ପ୍ରକୃତରେ ଘଟଣା ସେଦିନ କଣ ଘଟିଥିଲା ସେହି ବିଷୟରେ ମୁଁ ଠିକ ରେ କିଛି ବି ଜାଣିନାହିଁ । ହେଲେ ମୋତେ ପୋଲିସ ମାନେ ଏଭଳି କିଛି କହିବାକୁ ବାଧ୍ୟ କରିଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।