ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସ୍ୱରାଜ ବାରିକ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଶିଶୁ କଳାକାର ଭାବେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି ମାରିଥିବା ସ୍ୱରାଜ ବାରିକ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ ସାରା ଫିଲ୍ମ କରି ଲୋକ ମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇ ପାରିଛନ୍ତି।ତେବେ ସ୍ୱରାଜ ବାରିକ ୧୯୯୮ ମସିହାର ଜାନୁଆରୀ ମାସ ୨୪ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ।
ତେବେ ସେ କଳାକାର ଭାବରେ ସେ ଓଡ଼ିଆ ଚଳଚ୍ଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ। ସ୍ୱରାଜ ତିନି ବର୍ଷ ବୟସରୁ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସମ୍ପର୍କରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।ଏହାପରେ ସେ ୨୦୧୭ ମସିହାରେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ।
ତେବେ ତୁ ମୋ ଲଭ ଷ୍ଟୋରି ଫିଲ୍ମ ରେ ଲିଡ଼ ନାୟକ ଭାବରେ ନଜର ଆସିଥିଲେ ଏହି ଫିଲ୍ମ ରେ ସ୍ୱରାଜ ଆଉ ଭୂମିକାଙ୍କ କେମେଷ୍ଟ୍ରି ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା ଆଉ ଏହା ପରେ ସ୍ୱରାଜ ଆଉ ଭୂମିକା ଙ୍କ ଲଭ କୁ ନେଇ ବହୁତ ସାରା ଚର୍ଚ୍ଚା ଚାଲିଥିଲା ।
ଏହାର କିଛି ଦିନ ପରେ ସ୍ୱରାଜ ଓ ଶିବାନୀଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ଵିଷୟ ପାଲଟିଥିଲା ଆଉ ଲୋକମାନେ ତାଙ୍କ ଲଭ ଲାଇଫ କୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଇଥଲେ ତେବେ ଫ୍ରେଣ୍ଡ୍ସ ସ୍ୱରାଜ ପ୍ରକୃତରେ କାହାକୁ ଭଲପାଉଛନ୍ତି ଭୂମିକାଙ୍କୁ ନା ଶିବାନୀଙ୍କୁ। ତେବେ ଗତ କିଛିଦିନ ପୂର୍ବେ ସ୍ୱରାଜ ଗୋଟେ ଟିଭି ସୋ କୁ ଯାଇଥିଲେ।
ତେବେ ସେ ଦୁଇ ଜଣଙ୍କୁ ଭଉଣୀ ବୋଲି କହିଥିଲେ। ତେବେ ପରେ ସେ ଆଉ ଏକ ଶୋ ରେ ଇଣ୍ଟରଭିୟୁ ଦେବା ସମୟରେ କହିଥିଲେ କି ଶିବାନୀ ଓ ଭୂମିକାଙ୍କୁ ସେ ନିଜର ବହୁତ ଭଲ ସାଙ୍ଗ ବୋଲି ଭାବନ୍ତି ଏବଂ ଦୁଇ ଜଣଙ୍କ ସହ କାମ କରି ସେ ବହୁତ ଖୁସି ଏବଂ ଦୁଇ ଜଣ ଖୁବ ଭଲ ଅଭିନେତ୍ରୀ ମଧ୍ୟ।
ତେବେ ତାଙ୍କ ଲାଇଫ ପାର୍ଟନର ଏପର୍ଯ୍ୟନ୍ତ କେହିବି ହୋଇ ନାହାନ୍ତି ଆଉ ସେ କହିଥିଲେ ତାଙ୍କୁ ମାତ୍ର ୨୩ ବର୍ଷ ଆଉ ସେ ବର୍ତ୍ତମାନ ତାଙ୍କ ଭବିଷ୍ୟତ ବନାଇବାକୁ ଚାହୁଁଛନ୍ତି ଆଉ ଓଲିଉଡ଼ କୁ ଭଲ ଭଲ ଫିଲ୍ମ ଦେବାକୁ ଚାହୁଁଛନ୍ତି ଆଉ ଯଦି ଭବିଷ୍ୟତରେ ତାଙ୍କ ଲାଇଫ ରେ କିଏ ଆସେ ତେବେ ସେ ନିଶ୍ଚିତ ଭାବରେ ଜଣାଇବେ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।