ନୂଆ ମୋଡ ନେଉଛି Ollywood ଅଭିନେତା RaiMohan ଙ୍କ ମୃତ୍ୟୁ ସସପେନ୍ସ, ସନ୍ଦେହ ଘେରରେ ଏହି ଯୁବକଙ୍କ ଭୂମିକା… 

ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।

ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବେ ମଞ୍ଚେଶ୍ଵର ଥାନା ପୋଲିସ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ରାଇମୋହନଙ୍କ ମୃତ୍ୟୁକୁ ନେଇ ଏହା ହତୟଆ କି ଆତ୍ମହତୟଆ ସବୁ ପାର୍ଶ୍ଵକୁ ଦୃଷ୍ଟିରେ ରଖି ପୋଲିସ ଅନେକ ପ୍ରଶ୍ନ ପରିବାର ଲୋକଙ୍କୁ ପଚାରିଛି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ପୋଲିସ ନଜରରେ ଜଣେ ଯୁବକ ଏବେ ଟାର୍ଗେଟରେ ଅଛନ୍ତି । ସନ୍ଦେହ ଘେରରେ ରହିଛନ୍ତି ଏହି ଯୁବକ ଜଣକ । ତଦନ୍ତ ସମୟରେ ପୋଲିସକୁ ଏକ ଚାଞ୍ଚଲ୍ୟକର ଖବର ମିଳିଛି ।

ଘଟଣା ପୂର୍ବ ଦିନ ରାତିରେ ପରିବାର ଲୋକଙ୍କ ସହ ଝଗଡା ହୋଇଥିଲା ଆଉ ଯେଉଁଥି ପାଇଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ରାଇମୋହନ । ମଞ୍ଚେସର ଥାନା ପୋଲିସଙ୍କ କହିବା ମୁତାବକ ପରିବାର ଲୋକଙ୍କ ସହ ଅନ୍ୟ ୧୨ ଜଣ ଲୋକଙ୍କ ସହ ପଚରା ଉଚରା କରିଛି ପୋଲିସ । ରାଇମୋହନଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାଖାପାଖି ଅଢେଇ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଛି ମଞ୍ଚେଶ୍ଵର ଥାନା ପୋଲିସ ।

ଏହା ସହିତ ରାଇମୋହନଙ୍କ ଘରେ ଭଡାରେ ରହୁଥିବା ତିନି ଜଣ ଯୁବକଙ୍କୁ ପଚରା ଉଚରା କରିଛି । ତେବେ ପ୍ରାଥମିକ ତଦନ୍ତରେ ଏହାକୁ ଆତ୍ମହତୟଆ ବୋଲି କହିଛି ପୋଲିସ । ଆଉ ପୋଷ୍ଟ ମୋଟର୍ମ ରିପୋର୍ଟରେ ମଧ୍ୟ କୌଣସି ବାହ୍ୟ ଚିହ୍ନ ନାହିଁ । ଆଉ ଏହାରି ମଧ୍ୟରେ ପ୍ରାଚୀ ବିହାରରେ ରହୁଥିବା ଜଣେ ଯୁବକଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି ।

ଏହି ଯୁବକ ଜଣକ ରାଇମୋହନଙ୍କ ଘର ପଛ ପଟେ ରହୁଛନ୍ତି । ଏହି ଯୁବକ ଜଣକ ନିଶାଖୋର ଅଟନ୍ତି ଆଉ ସେ କୌଣସି ମତେ ତାଙ୍କ ପରିବାରର ନିକଟର ହେବା ପାଇଁ ଚେଷ୍ଟା କରୁଥିଲେ । ଏହା ପରେ ରାଇମୋହନ ଅତିଷ୍ଠ ହୋଇ ଯୁବକଙ୍କ ବିରୋଧରେ ଥାନାରେ କମ୍ପ୍ଲେନ କରିଥିଲେ । ଏହା ପରେ ସେ ଜାଗାକୁ ପୋଲିସ ମଧ୍ୟ ଆସିଥିଲା । ତେବେ ବନ୍ଧୁଗଣ ସେହି ଯୁବକ ଜଣକ ଏବେ ସନ୍ଦେହ ଘେରରେ ଅଛନ୍ତି ।

Leave a Reply

Your email address will not be published. Required fields are marked *