ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତିର ସବୁଥିରୁ କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର କିଛି ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।
1- ଏକ ମଶାର କେତେ ଗୋଟି ପାଦ ରହିଥାଏ ?
ଉତ୍ତର;- ଏକ ମଶାର 6 ଟି ପାଦ ରହିଥାଏ ।
2- ତ୍ରିରଙ୍ଗା ପତାକାରେ ଥିବା ଧଳା ଅଂଶ କାହାର ପ୍ରତୀକ ହୋଇଥାଏ ?
ଉତ୍ତର;- ତ୍ରିରଙ୍ଗା ପତାକାରେ ଥିବା ଧଳା ଅଂଶ ସତ୍ୟ ଓ ଶାନ୍ତିର ପ୍ରତୀକ ହୋଇଥାଏ ।
3- ଆମ ଶରୀରର ଦୂଷିତ ରକ୍ତ କେଉଁଥିରେ ପରିଷ୍କାର ହୁଏ ?
ଉତ୍ତର;- ଆମ ଶରୀରର ଦୂଷିତ ରକ୍ତ ଫୁସଫୁସ ଦ୍ଵାରା ପରିଷ୍କାର ହୋଇଥାଏ ।
4- କେଉଁ ମସିହାରେ ହାଇଦ୍ରାବାଦ ଭାରତ ସହ ସାମିଲ ହୋଇଥିଲା ?
ଉତ୍ତର;- ସେପ୍ଟେମ୍ବର 1948 ମସିହାରେ ହାଇଦ୍ରାବାଦ ଭାରତ ସହ ସହ ସାମିଲ ହୋଇଥିଲା ।
5- ସୁନ୍ଦରବନ ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର;- ସୁନଦାରବନ ଜାତୀୟ ଉଦ୍ୟାନ ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ ।
6- ସମୁଦ୍ରର ଗଭୀରତା କାହା ସାହାଜ୍ଯରେ ମପାଯାଏ ?
ଉତ୍ତର;- ସମୁଦ୍ରର ଗଭୀରତା ଶବ୍ଦର କମ୍ପନ ସାହାଜ୍ଯରେ ମପା ଯାଇଥାଏ ।
7- ଆଖଣ୍ଡଳମଣୀ ଶୈବପୀଠ ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର;- ଆଖଣ୍ଡଳମଣୀ ଶୈବପୀଠ ଓଡିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ ।
8- ଜନସଂଖ୍ୟା ଅନୁସାରେ ଭାରତର ବୃହତ୍ତମ ରାଜ୍ୟ କେଉଁଟି ?
ଉତ୍ତର;- ଜନସଂଖ୍ୟା ଅନୁସାରେ ଭାରତର ବୃହତ୍ତମ ରାଜ୍ୟ ହେଉଛି ଉତ୍ତରପ୍ରଦେଶ ।
9- ଓଡିଶାର ସମୁଦାୟ କେତେ ଗୋଟି ବ୍ଲକ ରହିଛି ?
ଉତ୍ତର;- ଓଡିଶାର ସମୁଦାୟ 314 ଟି ବ୍ଲକ ରହିଛି ।
10- ମହିମଗାଦି ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର;- ମହିମଗାଦି ଓଡିଶାର ଜୋରନ୍ଦା ଠାରେ ଅବସ୍ଥିତ ।
11- ଶିବ ପୁରାଣ ଅନୁସାରେ କେଉଁ ଅସୁରଙ୍କୁ ବ୍ରହ୍ମା ବରଦାନ ଦେଇଥିଲେ, ଯେ ତା’ ମୃତ୍ୟୁ କେବଳ ଶିବଙ୍କ ପୁତ୍ର ଦ୍ଵାରା ହିଁ ହେବ ?
ଉତ୍ତର;- ତାରକାସୁରଙ୍କୁ ବ୍ରହ୍ମା ବରଦାନ ଦେଇଥିଲେ, ଯେ ତା’ ର ମୃତ୍ୟୁ କେବଳ ଶିବଙ୍କ ପୁତ୍ର ଦ୍ଵାରା ହିଁ ହେବ ।
12- ରାମାୟଣ କଥା ଅନୁସାରେ ଲଙ୍କା ଯୁଦ୍ଧ ସମୟରେ ରାମ ଏବଂ ଲକ୍ଷ୍ମଣଙ୍କୁ କିଏ ନାଗଫାଶରେ ବାନ୍ଧିଥିଲା ?
ଉତ୍ତର;- ରାମାୟଣ କଥା ଅନୁସାରେ ଲଙ୍କା ଯୁଦ୍ଧ ସମୟରେ ରାମ ଓ ଲକ୍ଷ୍ମଣଙ୍କୁ ମେଘନାଦ ନାଗ ଫାଶରେ ବାନ୍ଧିଥିଲା ।
13- ସଂସ୍କୃତ, ଓଡିଆ, କାନାଡା, ତେଲୁଗୁ, ମାଲାୟାଲାମ ବ୍ଯତୀତ ଅନ୍ୟ କେଉଁ ଭାଷାକୁ କେନ୍ଦ୍ର ସରକାର ଶ୍ରେୟ ଭାଷାର ମାନ୍ୟତା ଦେଇଛନ୍ତି ?
ଉତ୍ତର;- ତାମିଲ ।
14- ଏକଲବ୍ୟ ଜିଏକି ତାଙ୍କ ଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଧନୁର୍ବିଦ୍ୟା ଶିକ୍ଷାଲାଭ କରିଥିଲେ । ସେ କେଉଁ ପୁରାତନ ଗ୍ରନ୍ଥର ଚରିତ୍ର ଅଟନ୍ତି ?
ଉତ୍ତର;- ମହାଭାରତ ।
15- ଜଣେ ଝିଅ କଲେଜରେ ନୂଆ ଆଡମିଶନ କଲେ । ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ । ତେଣୁ ସେ ବ୍ଲାକବୋର୍ଡରେ ଲେଖିଦେଲେ । (12-01-2001) । ତାଙ୍କର ନାମ କଣ ?
ଉତ୍ତର;- ଝିଅଟିର ନାମ ହେଉଛି ଲତା । କାରଣ ଇଂରାଜୀ ଆଲଫାବେଟ ଅନୁଯାଇ ବାର ନମ୍ବର ସ୍ଥାନରେ l, ଏକ ନମ୍ବର ସ୍ଥାନରେ a, କୋଡିଏ ନମ୍ବର ସ୍ଥାନରେ t ଓ ଏକ ନମ୍ବର ସ୍ଥାନରେ ସେହି a ରହିଛି । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପାଇଁ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।