ବାତ୍ୟା ASANI ପ୍ରଭାବରେ ସମୁଦ୍ର କୂଳରେ ଆସି ଲାଗିଛି ସୁନାର ରଥ, ଏତେ ସୁନ୍ଦର କି ଆଖି ଲାଖିଯିବ, କେଉଁଠୁ ଆସିଲା ଏହି ରଥ, ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଶ୍ରୀକାକ୍କୁଲମ ଜିଲ୍ଲା କୋଟାବୋମାଲି ମଣ୍ଡଳ ଏମସୁନାପୁର ଗ୍ରାମ ରେ ସମୁଦ୍ର କୂଳରେ ଲାଗିଛି ରଥ । ବାତ୍ୟା ଅସାନି ପ୍ରଭାବରେ ରଥ ଟି ଭାସି ଆସିଛି । ତେବେ ଏହା କେଉଁଠାରୁ ଆସିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ୧୦ ଫୁଟ ଉଚ୍ଚର ରଥ ରେ ୧୬.୦୧.୨୦୨୨ ତାରିଖ କୁ ଛାଡିଲେ କେଉଁ ଭାଷାରେ କଣ ଲେଖା ଯାଇଅଛି ତାହା ଜଣା ପଡୁ ନାହିଁ । ଚାଇନା, ନେପାଳ କିମ୍ବା ଶ୍ରୀଲଙ୍କା ର କଳା ସ୍ଥାପତ୍ୟ ବୋଲି ଏହା ସନ୍ଦେହ କରାଯାଉଅଛି ।

ଏହି ରଥ କୁ ଦେଖିବାକୁ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ଲୋକ ଙ୍କ ଭିଡ ଜମିଛି । ଏହି ରଥ ର ଆକୃତି ସୁନାର ହୋଇଅଛି । ସୁନା ଛାଉଣି ଥିବା ଭଳି ଏହି ରଥ ଟି ପ୍ରତ୍ୟମାନ ହେଉଛି । ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଅଛି ଏବଂ ଆନ୍ଦ୍ରର ଶ୍ରୀକାକ୍କୁଲମ ଜିଲ୍ଲା କୁ ଏହି ରଥ ଭାସି ଆସିଛି । ଏହି ଡଙ୍ଗା ରେ ମ୍ୟାଲେସିଆ ଭାଷାରେ କିଛି ଲେଖା ଯାଇଅଛି । ସମ୍ଭବତ ଏହା ଥାଇଲାଣ୍ଡ ରୁ ଭାସିଆସିଥିବା ଅନୁମାନ କରାଯାଉଅଛି ।

ଶ୍ରେକ୍କାକୁଲମ କୋଷ୍ଟ ଗାର୍ଡ ପାଖରୁ ଏହି ସୁନ୍ଦର ରଥ ସଦୃଶ୍ୟ ଡଙ୍ଗାଟିକୁ ପ୍ରଶାସନ ଜବତ କରିଛି । ପ୍ରକୃତରେ ଏଥିରେ ସୁନା ଲାଗିଛି କି ନାହିଁ ଅଥବା ଏଥିରେ ସୁନା ଛାଉଣି ହେଇଛି କି ନାହିଁ ତାହା ଜଣା ପଡିନାହିଁ । କିନ୍ତୁ ଏହି ସୁନ୍ଦର ରଥଟିକୁ ବର୍ତ୍ତମାନ ଉଦ୍ଧାର କରାଯାଇଅଛି ଏବଂ କୁଳକୁ ଅଣାଯାଇଅଛି । ତେବେ ବୁଦ୍ଧ ଙ୍କର ଏକ ସୁନ୍ଦର ପ୍ରତିମା ଏଥିରେ ରହିଥିବା କୁହାଯାଉଅଛି ।

କିଛି କିଛି ସାମଗ୍ରୀ ବର୍ତ୍ତମାନ ସମୁଦ୍ର କୁଳକୁ ଭାସିଆସୁଛି । ଏହି ରଥର କାରୁକାର୍ଯ୍ୟ ଦେଖିଲେ ତାହା ସ୍ପଷ୍ଟ ଭାବରେ ଥାଇଲାଣ୍ଡ ର କୃତକାର୍ଯ୍ୟ ବୋଲି ଜଣାପଡୁଅଛି । ବିଶେଷ କରି ବୁଦ୍ଧଙ୍କର କିଛି କାରୁକାର୍ଯ୍ୟ ସ୍ପଷ୍ଟ ଭାବରେ ସେଥିରେ ଦେଖିବାକୁ ମିଳିଅଛି । ଏଣୁ ଅନୁମାନ କରାଯାଉଅଛି ଯେ ଏହା ଥାଇଲାଣ୍ଡ ରୁ ଆସିଥାଇ ପାରେ ।

ଆପଣ ମାନେ ଯଦି ସେହି ରଥଟିକୁ ଦେଖିବେ ତେବେ ଥାଇଲାଣ୍ଡ ର ମନ୍ଦିର ସଦୃଶ୍ୟ ସେହି ସୁନେଲି ରଥ ଟି ଅର୍ଥାତ ଥାଇଲାଣ୍ଡ ର ହୁଏତ କୌଣସି ପରମ୍ପରା କୁ ଆଧାର କରି କୌଣସି ଏକ ଡଙ୍ଗା ହୁଏତ ଭସାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତାହା ବର୍ତ୍ତମାନ କୁଳକୁ ଭାସିଯାଇଅଛି ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *