ସମୁଦ୍ର କୂଳରେ ଇଏ କ’ଣ ? ଯାହାକୁ ଦେଖିବା ପାଇଁ ଜମିଲା ଭିଡ, ଭୟଭୀତ ଲୋକ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସମୁଦ୍ର ଅଞ୍ଚଳରେ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସମୁଦ୍ର ପାଖରେ ଆମ୍ଭର ଘର । ଏଠି ଆମ୍ଭେ ଦେଖିବାକୁ ପାଇଲୁ ଯେ ବାରମ୍ବାର ଆସି ଲାଗୁଅଛି ଦିଗ ଜାହାଜ, ଯାହା ଦିଗ ନିର୍ଣ୍ଣୟ କରେ । ଏହାକୁ ଦେଖି ସେମାନେ ସ୍ଥାନୀୟ ସରପଞ୍ଚ ଙ୍କୁ ତଥା ବନ ବିଭାଗ କୁ ସୂଚନା ଦେଇଛନ୍ତି । ବାରମ୍ବାର ଆସି ଏହିଭଳି ଲାଗୁଅଛି ଏବଂ ଏହାର ଉଚିତ ପଦକ୍ଷପ ନେଲେ ସ୍ଥାନୀୟ ବାସିନ୍ଦା ଖୁସି ହେବେ ବୋଲି କହିଛନ୍ତି । କାରଣ ସେଠାକାର ବାସିନ୍ଦା ଏହାକୁ ଦେଖି ଭୟଭୀତ ହୋଇଯାଉଛନ୍ତି ।

ବନବିଭାଗ ଆସି ଦେଖି ଯାଇଛନ୍ତି, ସରପଞ୍ଚ ମଧ୍ୟ ଦେଖି ଯାଇଛନ୍ତି ମାତ୍ର ଏପର୍ଯ୍ୟନ୍ତ କୌଣସି ପଦକ୍ଷପ ନିଆଯାଇନାହିଁ । ଗ୍ରାମବାସୀ କହିଛନ୍ତି ଯେ ଏହା ରାତି ପ୍ରାଏ ୧.୩୦ ରେ ଲାଗିଲା । ଏହା ଦୁଇଦିନ ହେବ ସମୁଦ୍ର ଭିତରେ ଦେଖାଯାଉନଥିଲା ହଟାତ ଏହା ସମୁଦ୍ର କୂଳରେ ଦେଖାଗଲା । ସମୁଦ୍ର କୂଳରେ ଏହା ଲାଗିବା ଫଳରେ ଏଠାକାର ଲୋକେ ଭାବିଲେ କ’ଣ ଏ ଜିନିଷ ସବୁ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ ।

ଭୟଭୀତ ହୋଇ ମଧ୍ୟ ସବୁ ଏଠାକୁ ଏହି ଅଦ୍ଭୁତ ଜିନିଷ କୁ ଦେଖିବାକୁ ଆସିଥିଲେ । ବନ ବିଭାଗ କୁ ଯେତେବେଳେ ସରପଞ୍ଚ ଫୋନ କରି କହିଲେ ଏହି ଘଟଣା ସମ୍ବନ୍ଧରେ ସେତେବେଳେ ବନ ବିଭାଗ କହିଲେ ଯେ ତାହା ଏହିଭଳି ପୁରୀ ବେଳାଠାରୁ ଦିଆଯାଏ ସମୁଦ୍ର ଭିତରକୁ । ସଙ୍କେତ ପାଇଁ ଏହିଭଳି ସିଗନାଲ ଦିଆଯାଇଥାଏ ବୋଲି କହିଛନ୍ତି ।

ଏହା ପାରାଦ୍ଵୀପ ପର୍ଯ୍ୟନ୍ତ ଲାଗେ ବୋଲି କହିଛନ୍ତି ବନବିଭାଗ । ଗାଁ ଗହଳୀର ବହୁତ ଲୋକ ଏହାକୁ ଦେଖିଛନ୍ତି ଏହା ଚୋରୀ ହେବନାହିଁ ଏହାକୁ ସୁରକ୍ଷିତ ରେ ରଖାଯାଇଅଛି । ପୋଲିସ ପ୍ରଶାସନ ତଥା ସାମ୍ବାଦିକ ମାନଙ୍କୁ ମଧ୍ୟ ଖବର ଦିଆଯାଇଅଛି ଏ ନେଇ ସଂପୂର୍ଣ୍ଣ ତଥ୍ୟ ବାହାର କରି ତାଙ୍କ ଜିନିଷ କୁ ତାଙ୍କ ସ୍ଥାନକୁ ନେଇଯିବେ ।

ତେବେ ଏହିଭଳି ଅଚାନକ ଭାବରେ ଦିଗନିର୍ଣ୍ଣୟ ଜାହାଜ ଆସି ଲାଗିଯିବା ଫଳରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ଛୁଆ ପିଲା ଙ୍କୁ ସମୁଦ୍ର କୂଳଠାରୁ ଦୂରେଇ ରଖିଛନ୍ତି । ଗ୍ରାମବାସୀ ଏହା ମଧ୍ୟ କହିଛନ୍ତି ଯେ ସରକାର ଏ ନେଇ ଯଥାଶୀଘ୍ର ପଦକ୍ଷପ ଗ୍ରହଣ କରିଲେ ତାଙ୍କ ପାଖରେ ଚିର ଉପକୃତ ହୁଅନ୍ତେ ।

କାରଣ ସେମାନେ ପୂର୍ବରୁ ଏହିଭଳି ଜିନିଷ ଦେଖିନଥିଲେ । ବର୍ତ୍ତମାନ ଏହା ବାରମ୍ବାର ଆସି ସମୁଦ୍ର କୂଳରେ ଲାଗୁଥିବାରୁ ଏହା ସ୍ଥାନୀୟ ବାସିନ୍ଦା ଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି କରୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *