ନମସ୍କାର ବନ୍ଧୁଗଣ ତେବେ ବର୍ତମାନ ସମୟରେ ଓଡ଼ିଆ ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତୟଆ କରିଛନ୍ତି । ନୟାପଲ୍ଲୀ ଥାନା ଗଡ଼ସାହି ସ୍ଥିତ ଭଡ଼ାଘରେ ବେକରେ ଦଉଡ଼ି ଦେଇ ସେ ଆତ୍ମହତୟଆ କରିଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ରଶ୍ମିଙ୍କ ଆତ୍ମହତୟଆ ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଥିଲା ।
ଘର ଭିତରୁ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି ପୋଲିସ । ତେବେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସୁଇସାଇଡ଼୍ ନୋଟରେ ପରିଷ୍କାର ଭାବରେ ଉଲ୍ଲେଖ କରିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହାରି ମଧ୍ୟରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।
ରଶ୍ମିରେଖା ପ୍ରାୟତଃ ପ୍ରେମ ବ୍ୟାପାରକୁ ନେଇ କିମ୍ବା ନିଜ ବୟଫ୍ରେଣ୍ଡକୁ ନେଇ ଆତ୍ମହତୟଆ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା । ତେବେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କ ବୟାନ ପୂରା ଘଟଣାକୁ ଅଧିକ ଗୋଳମାଳିଆ କରୁଛି ।
ତେବେ ବର୍ତ୍ତମାନ ଅଭିନେତା ରାଜା ନିଜର ବୟାନ ଦେଇଛନ୍ତି ତେବେ ସେ କହିଛନ୍ତି କି ଦୁହେଁ ସିରିୟଲ ରୁ ଦେଖା ହୋଇଥିଲେ ଏବଂ ପରେ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇଥିଲା ଏବଂ ପରେ ଆମର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଘରେ ଆମ ବାହାଘର ପାଇଁ ପ୍ରସ୍ତାବ ମଧ୍ୟ ପଡିଥିଲା କିନ୍ତୁ ଯୋଡ଼ା ବୟସ ଯୋଗୁଁ ହୋଇ ପାରି ନଥିଲା ତେବେ ପରେ ଲକଡାଉନ ରେ ଆମେ ଦୁହିଙ୍କ ଭିତରେ ଆଉ ସମ୍ପର୍କ ରହିଲା ନାହିଁ ଏବଂ ଆମେ ଦୁରେଇ ଗଲୁ ।
ତେବେ ଆଜି ମୁଁ ଶୁଣିବାକୁ ପାଇଲି କି ସେ ଲିଭଇନ ରେ ରହୁଛନ୍ତି ବୋଲି ତେବେ ଜଣଙ୍କୁ ଏତେ କଷ୍ଟ ନ ହୋଇଥିଲେ କେହି ସୁଇ ସାଇଡ଼ କରି ନଥାନ୍ତେ । ତେବେ ସିରିଏଲ ସରିଯିବା ପରେ ଏକ ଫାଇନାନ୍ସ କମ୍ପାନୀରେ ୨ ମାସ ହେଲା କାମ କରୁଥିଲା । ନୟାପଲ୍ଲୀରେ ଘର ନେଇ ରହୁଥିଲା । ଉକ୍ତ କମ୍ପାନୀରେ ସନ୍ତୋଷ କାମ କରୁଥିବାରୁ ଝିଅର ତା’ ସହ ସେଠାରେ ପରିଚୟ ହୋଇଥିଲା । ସନ୍ତୋଷ ପାତ୍ର ପ୍ରାୟ ୪ ଦିନ ହେବ କାମରେ ବଲାଙ୍ଗିର ଯାଇଥିବା ସୂଚନା ମିଳିଥିବା ବେଳେ ପୋଲିସ୍ ଖୋଜି ତଦନ୍ତ ଆଗକୁ ବଢ଼ାଉଛି ।