Sambit Patra ଜିତିଲେ କ’ଣ ହେବେ ? କହିଦେଲେ Amit Shah

ସମ୍ବିତ ପାତ୍ରଙ୍କୁ ନେଇ ବଡ ଈଷାରା ଦେଲେ ଶାହ ! ସୂଚନା ମୁତାବିକ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସିଥିବା ବେଳେ ୟାଗଡରେ ବିଜୟ ସଂକଲ୍ପ ସମାବେଶରେ ଅମିତ ଶାହଙ୍କୁ ନେଇ କିଛି ଏଭଳି ବଡ ବୟାନ ଦେଇଥିଲେ । ସେଠାରେ ଅମିତ ଶାହ ସଭାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ । ଭାରତୀୟ ଜନତା ପାର୍ଟିର ପ୍ରଚାର ପ୍ରସାର କରିବା ସହ ଓଡିଶାକୁ କିଭଳି ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବେ ସେଥିପାଇଁ ଅନେକ ପ୍ରତିଶ୍ରୁତି ମଧ୍ୟ ଲୋକଙ୍କ ପାଖରେ କହିଥିଲେ ।

ଏହାସହ ନିର୍ବାଚନ ଜିତିଲା ପରେ ଓଡିଶାର ଲୋକଙ୍କ ପାଇଁ ସର୍ବ ପ୍ରଥମେ କେଉଁ ସବୁ କାର୍ଯ୍ୟ କରାଯିବ ତାହା ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଏହାରି ମଧ୍ୟରେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ଅମିତ ଶାହ ବଡ ବୟାନ ରଖିଥିଲେ । ଅମିତ ଶାହ ଭାଷଣ ଦେବା ସମୟରେ କହିଥିଲେ । ଯେ ଏଠାରେ ଉପସ୍ଥିତ ଥିବା ସବୁ ଭାଇ ଭଉଣୀ ମାନେ ଏଥର ବିପୁଳ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିକୁ ଆପଣ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ।

ଏଥିସହ ଆପଣ ମାନେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ମଧ୍ୟ ବିପୁଳ ମାତ୍ରାରେ ଭୋଟ ଦିଅନ୍ତୁ । କାରଣ ଗତ ଥର ସମ୍ବିତ ପାତ୍ର ନୟାଗଡ ବିଧାନସଭାରେ କିଛି ସଂଖ୍ୟାରେ ହାରିଯାଇଥିଲେ । ତେଣୁ ଏଠାର ସମ୍ବିତ ପାତ୍ରଙ୍କ ଜିତିବା ସୁନିଶ୍ଚିତ । ହେଲେ ମୁଁ ଆଶା କରିବି । ଯେ ଏହି ନୟାଗଡ ବିଧାନସଭା ମଣ୍ଡଳୀରୁ ବହୁ ସଂଖ୍ୟକ ଭୋଟ ସମ୍ବିତ ପାତ୍ରକୁ ଯାଉ । ସମ୍ବିତ ପାତ୍ରଙ୍କ ଜିତିବାର ପ୍ରମୁଖ କାରଣ ଏହି ନୟାଗଡ ବିଧାନସଭା ମଣ୍ଡଳୀ ହେଉ ବୋଲି ମୋର ଆଶା ରହିବ ।

ମୁଁ ଏହି ସଭାରେ ଆପଣ ସମସ୍ତଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ଆପଣ ମାନେ ସମ୍ବିତ ପାତ୍ରକୁ ସାଂସଦ କରନ୍ତୁ । ତାଙ୍କୁ ବଡ ପଦବୀର ଦାୟିତ୍ଵ ଦେବା ଭାରତୀୟ ଜନତା ପାର୍ଟିର କାମ ରହିବ । ଏଥର ସବୁ ସ୍ଥାନରେ ମୋଦୀ ଜି ଙ୍କ ଲହର ପ୍ରବାହିତ ହେଉଛି । ତେଣୁ ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେଉ ବୋଲି ଆମର ପ୍ରମୁଖ ଉଦ୍ଧେଶ୍ୟ ରହିବ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *