BJP’s Sambit Patra ଙ୍କ ଏଭଳି ମନ୍ତବ୍ୟକୁ ନେଇ ତାଙ୍କ ଉପରେ ଖୁବ ବର୍ଷିଲେ Delhi CM Arvind Kejriwal

ସମ୍ବିତଙ୍କ ମନ୍ତବ୍ୟକୁ କେଜ୍ରିୱାଲଙ୍କ ନିନ୍ଦା ! ତେବେ ଖବର ମୁତାବିକ ଗତ କାଲି ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ସେଠାରେ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କିଛି ଏଭଳି ବୟାନ ସାରା ରାଜନୈତିକ ମାହୋଲରେ ଚର୍ଚା ସୃଷ୍ଟି କରିଛି । ଏଥିସହ ସବୁ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସକୁ କୁଠାରଘାତ ହୋଇଛି ।

ତେବେ ପୁରୀ ଗସ୍ତରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ମିଡିଆରେ ନିଜର ପ୍ରତିକ୍ରିୟା ରଖିବା ବେଳେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଏଭଳି କିଛି କଥା ବାହାରିଯାଇଥିଲା । ଯେଉଁଠାରେ ସମ୍ବିତ ମୋଦୀ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ କହିବା ବେଳେ ଭୁଲ୍ ବଶତଃ ପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହିଦେଇଥିଲେ । ଯାହାପରେ ଏହି କଥାକୁ ସବୁ ମହୋଲରୁ ତୀବ୍ର ସମାଲୋଚନା କରାଯାଉଛି । ସମ୍ବିତ ପାତ୍ରଙ୍କ ଏହି ବୟାନ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ x ରେ ନିଜ ପ୍ରତିକ୍ରିୟା ରଖି କହିଥିଲେ ।

ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ମହାପ୍ରଭୁଙ୍କୁ ଅସମ୍ମାନ । ଏହା କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ମହାପ୍ରଭୁ ଓଡିଆ ଅସ୍ମିତା ବଡ ପ୍ରତୀକ ।ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ x ରେ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମ୍ବିତଙ୍କର ପ୍ରଭୁ ଜଗନ୍ନାଥଙ୍କୁ ନେଇ ଏଭଳି ବୟାନକୁ କଡା ସମାଲୋଚନା କରିଛନ୍ତି ।

ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ବହୁତ ନିନ୍ଦନୀୟ । ସେମାନେ ବର୍ତ୍ତମାନ ନିଜକୁ ଭଗବାନଙ୍କ ଠାରୁ ଉର୍ଦ୍ଧରେ ବୋଲି ଭାବୁଛନ୍ତି । ବିଜେପି ନେତାଙ୍କ ଅହଂକାର ଚରମ ସୀମାରେ ପହଞ୍ଚିଲାଣି । କଙ୍ଗ୍ରେଶର ନେତୃ ମଣ୍ଡଳୀ ମଧ୍ୟ ସମ୍ବିତ ପାତ୍ରଙ୍କର ଏଭଳି ଅସମ୍ମାନ ବୟାନ ଜଗନ୍ନାଥଙ୍କୁ ନେଇ ରଖିଥିବାରୁ ସେମାନେ ତାହାକୁ ନିନ୍ଦା କରିଛନ୍ତି ।

ଏଥିସହ ଏ ନେଇ ତୁରନ୍ତ ସମ୍ବିତ ପାତ୍ରଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ କଙ୍ଗ୍ରେଶ ଦାବୀ କରିଛି । ଏହି ପ୍ରସଙ୍ଗଙ୍କୁ ନେଇ ରାହୁଲ ଗାନ୍ଧୀ ନିଜ ଟ୍ଵିଟ ରେ ନିନ୍ଦା କରିଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *