ବଟି ମାଗୁଥିଲେ ସାମ୍ବାଦିକା, କିନ୍ତୁ ଏମିତି ଫସିଗଲେ…ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ସମୟରେ କାହା ଉପରେ ଭରସା କରିବା ଅସମ୍ଭବ ଅଟେ । ତେବେ ବର୍ତ୍ତମାନ ର ଏକ ବଡ଼ ଖବର ହେଉଛି କି ଜଣେ ସାମ୍ବାଦିକା ବଟି ମାଗିବା ଏବଂ ଧମକାଇବା ରୁ ଗିରଫ ହୋଇଛନ୍ତି । ଏପରି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରୁ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଉକ୍ତ ମହିଳା ସାମ୍ୱାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଠିକାଦାରଙ୍କୁ ଜୋର ଜବରଦସ୍ତ ବଟି ମାଗିବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ ଯୋଗେ ଜାତିଆଣ ଆକ୍ଷେପ କରିବା ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ । ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ଜଣେ ସାମ୍ବାଦିକାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ମାମୁନି ଚକ୍ରବର୍ତ୍ତୀ ନାମକ ଜଣେ ସାମ୍ବାଦିକା ପ୍ରତିଜ୍ଞା ଟିଭି ନାମକ ୱେବ ପୋର୍ଟାଲରେ ରିପୋର୍ଟର ଭାବେ କାମ କରନ୍ତି । ରାଇଘର ଗୋନା ଅଞ୍ଚଳର ଜଗନ୍ନାଥ ନାୟକ ନାମକ ଜଣେ ଠିକାଦାରଙ୍କୁ ସେ ଜୋର ଜବରଦସ୍ତ ୧୦ ହଜାର ଟଙ୍କା ବଟି ମାଗିଥିଲେ ।

ତାହା ସହ ୧୦ ତାରିଖ ସନ୍ଧ୍ୟାରେ ଠିକାଦାର ମୋବାଇଲ ଚାର୍ଜରେ ବସାଇ ବାହାରକୁ ଯାଇଥିବା ସମୟରେ ମାମୁନି ଠିକାଦାରଙ୍କ ମୋବାଇଲକୁ ଫୋନ କରିଥିଲେ । ସେହି ସମୟରେ ଠିକାଦାରଙ୍କ ସ୍ତ୍ରୀ ସୁମିତ୍ରା ନାୟକ ଫୋନ ଉଠାଇଥିଲେ ଏବଂ ଜଗନ୍ନାଥ ଘରେ ନଥିବା ଜଣାଇଥିଲେ ।


ତେବେ ଏହା ପରେ ସୁମିତ୍ରାଙ୍କୁ ଦଶ ହଜାର ଦାଦି କରି ଜାତିଆଣ ଆକ୍ଷେପ କରିଥିଲେ ମାମୁନି । ଏହାକୁ ନେଇ ସୁମିତ୍ରା ଗତ ୧୩ ତାରିଖ ଦିନ ରାଇଘର ଥାନାରେ ଏକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ରାଇଘରରୁ ଜଣଙ୍କ ଘରେ ଆତ୍ମଗୋପନ କରିଥିବା ସାମ୍ବାଦିକାଙ୍କୁ ଉମରକୋଟ SDPO ଦିନେଶ ନାୟକ ଙ୍କ ନେତୃତ୍ୱ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି  ଗତ କିଛି ଦିନ ତଳେ ଏହି ପରି ୩୫୦୦୦ଟଙ୍କା ବଟି ଆଦାୟ କରି ଉମରକୋଟର ତିନି ସାମ୍ବାଦିକ ଗିରଫ ହୋଇଥିଲେ ।


ତେବେ ପୋଲିସର କହିବା ଅନୁସାରେ ମାମୁନି ଚକ୍ରବର୍ତ୍ତୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ରହିଥିଲା । ବ୍ଲକର ବହୁ ସରକାରୀ କର୍ମଚାରୀ, ଠିକାଦାର ଓ ବ୍ୟବସାୟୀଙ୍କୁ ସେ ଧମକ ଦେଇ ବଟି ଆଦାୟ କରୁଥିବା ଖବର ଅଭିଯୋଗ ହେଉଥିଲା । ମାତ୍ର ପୋଲିସ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା ।

ବର୍ତ୍ତମାନ ଏନେଇ ଅଭିଯୋଗ ହେବା ପରେ ପୋଲିସ ସାମ୍ୱାଦିକା ମାମୁନୀ ଚକ୍ରବର୍ତ୍ତୀକୁ ଗିରଫ କୋର୍ଟ ଚାଲାଣ କରିଛି । ତେବେ ଜଣେ ସାମ୍ବାଦିକା ଙ୍କ ଏହି ଭଳି ଆଚରଣ ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ଲେଖା କିପରି ଲାଗିଲା ଏବଂ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *