ବନ୍ଧୁଗଣ, ନିକଟରେ ଦୋଳ ପୂର୍ଣ୍ଣିମା ଅତି ଧୂମଧାମରେ ବିଭିନ୍ନ ଜାଗାରେ ସମାପ୍ତ ହୋଇ ସାରିଛି । ତେବେ ଯାଜପୁର ରେ ଦୋଳ ମେଲଣ ପାଳନ କରୁଥିବା ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସେ ସବୁ ସମ୍ପର୍କରେ ବିସ୍ତାର ଭାବରେ ଜାଣିନେବା । ଦୋଳ ମେଲଣ ରେ ରାଧାକୃଷ୍ଣ ଙ୍କ ମୂର୍ତ୍ତି ରହିଥିଲା ଅନ୍ୟପଟେ ଟ୍ରକ ରେ ଆଧୁନିକ ଯୁଗର ନାଚ ଚାଲିଥିଲା । ଏହା ତ ଆପଣ ମାନେ ଜାଣିଥିବେ ଯେ ଆଜିଭଳି ଦିନରେ ନାଚ ଗୀତ ସାଧାରଣ କଥା ହୋଇ ଯାଇଛି ।
କିନ୍ତୁ ଏଠାକାର ଦୃଶ୍ୟ କିଛି ଅଲଗା ଥିଲା । ଏଠାରେ ଝିଅ ମାନେ ଏକ ଟ୍ରକ ରେ ନାଚୁଥିବା ସମୟରେ ଜଣେ ଭାଇ ମଦିରା ପାନ କରି ନିଶା ରେ ଆଉ ଜଣେ ଯୁବକଙ୍କୁ ଆଲିଙ୍ଗନ କରିବାରେ ଲାଗିଛନ୍ତି । ଏହାକୁ ଦେଖି ଅନ୍ୟ ଜଣେ ଯୁବକ ଯେତେ ଛଡାଇବାକୁ ଚାହୁଁଛି ମାତ୍ର ସେ ତାକୁ ସେତେ କୁଣ୍ଢାଇ ଚୁମ୍ବନ ଉପରେ ଚୁମ୍ବନ ଦେଇ ଚାଲିଛି ।
କେବଳ ସେହି ଭାଇ ଜଣକ ନୁହେଁ ଏଭଳି ଅନେକ ଯୁବକ ଥିଲେ ଯେଉଁମାନେ କି ନିଶା ରେ ଉଠୁଥିଲେ ତଥା ପଡୁଥିଲେ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏହି ଝିଅ ମାନଙ୍କର ନାଚ ଦେଖିବା ନିମନ୍ତେ ରୁଣ୍ଡ ହୋଇଥିଲେ । ଏକ ବୃଦ୍ଧ ମାଉସ ମଧ୍ୟ ପଛରେ ଛିଡା ହୋଇ ନାଚ କୁ ଉପଭୋଗ କରୁଥିଲେ ।
ଯୁବକଙ୍କୁ ଦେଖି ଲାଗୁଥିଲା ଯେ ତାଙ୍କର କିଛି ଅଲଗା ଦୋଷ ଅଛି ବୋଲି, ମାତ୍ରା ନା ତାହା ଦୋଷ ନୁହେଁ ରସ ର କମାଲ ଅଟେ । ଆଉ ସେ ରସ ରେ ଭାଇ ପୁରା ଉବୁଡୁବୁ ହେଉଥିଲେ । ସେ ପୁରୁଷ ତଥା ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ଜାଣି ପାରୁ ନାହାନ୍ତି ଏହା ଏଥିରୁ ଜଣା ପଡିଲା କାରଣ ତାଙ୍କୁ କେତେ ଜଣ ସମ୍ଭାଳି ବାରେ ଲାଗିଥିଲେ । କିନ୍ତୁ ତାଙ୍କୁ ସମ୍ଭାଳିଲା ବାଲା ମଧ୍ୟ ଫୁଲ ହୋସ ରେ ଥିଲା ଭଳି ଲାଗୁ ନାହାଁନ୍ତି ।
ପଞ୍ଚୁଦୋଳ ଉପଲକ୍ଷେ ଏହି ମେଲଣ ଚାଲିଥିବା ସମୟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ ମଦନମୋହନ ଙ୍କ ଯୁଗଳ ମୂର୍ତ୍ତି ମଧ୍ୟ ଥିଲା ମାତ୍ର ମଡନ ଡ୍ୟାନ୍ସ ର ମଧ୍ୟ ହେଳା ନଥିଲା । ଦୋଳ ମେଲଣ ହେଉଛି ଆମ୍ଭର ବର୍ଷ ବର୍ଷ ର ସଂସ୍କୃତି । ଏଣୁ ଏଠାରେ ଯାହା ଦେଖିବାକୁ ମିଳିଥିଲା ସବୁ ସଂସ୍କୃତି କୁ ବଞ୍ଚାଇ ରଖିବା ନିମନ୍ତେ ପ୍ରଚେଷ୍ଟା ଚାଲିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।