Exclusive: ସାମ୍ନାକୁ ଆସିଲା Sonali-Soumya ଙ୍କ ଶେଷ ଅଡିଓ କଲ୍..ଆତ୍ମହତ୍ୟା ପୂର୍ବରୁ ଦୁହିଙ୍କ ମଧ୍ୟରେ ଏମିତି ହୋଇଥିଲା ଯୁକ୍ତିତର୍କ

ବହୁ ଚର୍ଚିତ ସୋମ୍ୟ ଓ ସୋନାଲିଙ୍କ ମାମଲାରେ ବର୍ତ୍ତମାନ ଦୁଇ ଜଣଙ୍କ ଏକ ଅଡିଓ କଲ ସାମ୍ନାକୁ ଆସିଛି । କୁହାଯାଉଛି କି ଏହି ଅଡିଓ କଲ ଆତ୍ମହତ୍ୟା କରିବା ପୂର୍ବରୁ ସୋମ୍ୟ ସୋନାଲିଙ୍କୁ କରିଥିଲେ । ଯେଉଁଥିରେ ସୋମ୍ୟ କାନ୍ଦୁଛନ୍ତି ବୋଲି ଜଣା ପଡୁଛି ତ ଅନ୍ୟ ପଟେ ସୋନାଲି ସୋମ୍ୟଙ୍କୁ ଗାଳି ଦେବା ସହିତ ଅନ୍ୟ ବହୁତ କିଛି କହୁଛନ୍ତି । ସୋନାଲି ସାରସ୍ଵତ ନାମକ ଏକ ପୁଅ ସହ କଥା ହେଉଥିଲେ ଯାହା ବିଷୟରେ ସୋମ୍ୟ ଜାଣିବା ପରେ ସୋନାଲିକୁ ଫୋନ କରିଥିଲେ ।

ସୋମ୍ୟ ଫୋନ କରି ସୋନାଲିଙ୍କୁ ସାରସ୍ଵତ ସହ ଗପିବା ପାଇଁ ମନା କରୁଛନ୍ତି ଓ ନିଜର ରାଣ ବି ଦେଉଛନ୍ତି । କିନ୍ତୁ ସୋନାଲି ଏହି ସବୁକୁ ଖାତିର ନ କରି ଓଲଟା କହିଲେ କି ମୁଁ ସାରସ୍ଵତ ଗପିବି, ତୁମର ଯାହା କରିବାର ଅଛି କର ଆଉ ମୁଁ ଏହି ରାଣ ବାଣ ମାନେ ନାହିଁ ।

ସୋନାଲି ଆଗକୁ କହୁଛି କି ମୁଁ ସାରସ୍ଵତ ସହ ଗପିବି ମୋତେ ମୋ ଘର ଲୋକ ବି କିଛି କହିବେ ନାହିଁ । ମୋ ମନରେ କିଛି ନାହିଁ ଓ ତମେ ମୋତେ ଆଗକୁ ଫୋନ କରିବ ନାହିଁ । ସୋମ୍ୟ କାନ୍ଦି କାନ୍ଦି ସୋନାଲିଙ୍କୁ ବାରମ୍ବାର ବୁଝାଇ ଚାଲିଛନ୍ତି କିନ୍ତୁ ଅନ୍ୟ ପଟେ ସୋନାଲିଙ୍କ କହିବା ଅଟେ କି ତୁମେ କାନ୍ଦି କାନ୍ଦି ଗଡିଗଳ ବି ମୋତେ କିଛି ଫରକ ପଡିବ ନାହିଁ ।

ମୁଁ ସାରସ୍ଵତ ସହ ଗପେ କି ଅନ୍ୟ କାହା ସହ ଗପେ ସେଇଟା ମୋର ଇଚ୍ଛା । ସୋମ୍ୟ ଧୀର ସ୍ଵରରେ କାନ୍ଦି କାନ୍ଦି ସୋନାଲିଙ୍କ ସହ କଥାବାର୍ତ୍ତା ହେଉଛନ୍ତି ତ ଅନ୍ୟ ପଟେ ସୋନାଲି ଉଚ୍ଚ ସ୍ଵରରେ ସୋମ୍ୟଙ୍କ ସହ କଥା ହେଉଛନ୍ତି । ସୋନାଲି ଆଗକୁ କହୁଛନ୍ତି କି ମୋତେ ଏହି ସମ୍ପର୍କରେ ରହିବାର ନାହିଁ । ଏହିଭଳି ଭାବରେ ସୋମ୍ୟ ଓ ସୋନାଲିଙ୍କ ବିଭିନ୍ନ କଥାକୁ ନେଇ ଯୁକ୍ତିତର୍କ ଚାଲିଥିଲା ।

ସୋମ୍ୟ ସୋନାଲିଙ୍କୁ ହୃଦୟର ସହିତ ଭଲ ପାଉଥିଲେ । କିନ୍ତୁ ଅନ୍ୟ ପଟେ ସୋନାଲି କଥାରୁ ଲାଗୁଥିଲା କି ସେ ସୋମ୍ୟଙ୍କୁ ଭଲ ପାଉ ନ ଥିଲେ । କିନ୍ତୁ ଏହାର ଫଳ ସ୍ଵର୍ପ ଆଜି ଗୋଟିଏ ପାରିବାର ତାର ଯବାନ ପୁଅକୁ ହରାଇ ଦେଇଛି । ଏମିତିରେ ଏଠି କାହାର ଭୁଲ ।

Leave a Reply

Your email address will not be published. Required fields are marked *