ପତ୍ନୀ Ranjita ଙ୍କ ପ୍ରେମରେ ପାଗଳ ଥିଲେ Rai Mohan, ସାମ୍ନାକୁ ଆସିଲା ପ୍ରେମ ଭରା ଚିଠି, ଲେଖା ହୋଇଛି କିଛି ଏମିତି… 

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାକୁ ଦୁଇ ଦିନ ବୀତି ଲାଣି । ହେଲେ ଏବେ ବି ତାଙ୍କ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ତାଙ୍କର ପ୍ରିୟ ରାଇମୋହନ ପରିଡା ଆତ୍ମହତ୍ୟା କରିଲେ କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଗଲେ । ଆଉ ଏହାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ରାଇମୋହନଙ୍କୁ ଭଲ ପାଉଥିବା ଲୋକ ମାନେ । ଏନେଇ ମଞ୍ଚେଶ୍ଵର ଥାନା ପୋଲିସର ଚାରି ଜଣିଆ ମହିଳା ପୋଲିସ ଟିମ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ ଓ ଜ୍ଵାଇଁଙ୍କ ସହ ପଚରା ଉଚରା କରିଛନ୍ତି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି  । ରାଇମୋହନ ପିଲା ଦିନରୁ ଅଭିନୟରେ ରୁଚି ରଖିଥିଲେ ସେଥିପାଇଁ ସେ ପିଲା ଦିନରୁ କେନ୍ଦୁଝରରୁ ଧାଇଁ ଆସିଥିଲେ ରାଜଧାନୀ ଭୁବନେଶ୍ବରକୁ । ସେ ଭୁବନେଶ୍ବରର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ଆଉ ସେହି ବିଦ୍ୟାଳୟରେ ରାଇମୋହନ ରଞ୍ଜିତାଙ୍କୁ ଭେଟି ଥିଲେ ।

ଆଉ ସେହି ସମୟରେ ସେ ରଞ୍ଜିତାଙ୍କ ପ୍ରେମରେ ପଡି ଯାଇଥିଲେ । ନିଜ ଅଭିନୟ ଦୁନିଆରେ କେତେବେଳେ ହିରୋ ତ କେତେବେଳେ ଭିଲିଆନ ହେଉଥିଲେ ହେଲେ ରଞ୍ଜିତାଙ୍କ ପ୍ରେମରେ ସେ ଅସହାୟ ହୋଇ ପଡୁଥିଲେ ।ନିଜ ଅଭିନୟ ଜୀବନୀରେ ସେ ଯେତେବେଳେ ବି ଟିକେ ସମୟ ପାଉଥିଲେ ସେତେବେଳେ ସେ ନିଜ ପ୍ରେମ ରଞ୍ଜିତାଙ୍କ ପାଇଁ ଚିଠି ଲେଖୁଥିଲେ ।

ରଞ୍ଜିତା ଓ ରାଇମୋହନଙ୍କ ପ୍ରେମ 7 ବର୍ଷର ଥିଲା । ରଞ୍ଜିତାଙ୍କ ଠାରୁ ଗ୍ରୀନ ସିଗନାଲ ପାଇବା ପରେ ନିଜ ବାପା-ମାଙ୍କୁ କହିଥିଲେ । ରାଇମୋହନଙ୍କ ପରିବାର ଲୋକେ ରାଜି ହୋଇଥିଲେ ମଧ୍ୟ ରଞ୍ଜିତାଙ୍କ ପରିବାର ଲୋକ ରାଜି ହୋଇ ନଥିଲେ ।ହେଲେ ବାପାଙ୍କ କଥାକୁ କାଟି ରଞ୍ଜିତା ରାଇମୋହନଙ୍କ ହାତ ଧରିଥିଲେ ଆଉ 1992 ମସିହାରେ ହୋଇଥିଲା ଉଭୟଙ୍କର ବିବାହ । ଭୁବନେଶ୍ବରରେ ସ୍ଥିତ AMOFOI ସଂସ୍ଥାରେ ରାଇମୋହନ ଓ ରଞ୍ଜିତାଙ୍କ ବିବାହ ହୋଇଥିଲା ।

ବିବାହ ପରେ ମାତ୍ର ଦେଢ ଶହ ଟଙ୍କାର ଆଜବେଷ୍ଟ ଘରେ ସେ ସଂସାର ଆରମ୍ଭ କରିଥିଲେ । ଏହା ପରେ ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥିଲେ । ଆଉ ସବୁ ସମୟରେ ରଞ୍ଜିତା ତାଙ୍କୁ ସହଯୋଗ କରି ଆସୁଥିଲେ । ଏହି କଥା ନିଜେ ରାଇମୋହନ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି । ତା ହେଲେ ବନ୍ଧୁଗଣ ରାଇମୋହନ ଆଉ ରଞ୍ଜିତାଙ୍କ ପ୍ରେମ କାହାଣୀ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *