ପରକୀୟା ଭୁଲାଇ ଦେଲା ସବୁ ମାନ ମର୍ଯ୍ୟାଦା । ଘରର ଏରୁଡି ବନ୍ଧ ଡେଇଁ ଡ୍ରାଇଭର ସହ ରଖିଲେ ପାପ ସମ୍ପର୍କ । ଚିହ୍ନି ରଖନ୍ତୁ ଏହି ମହିଳାଙ୍କୁ ଏହି ମହିଳା ଖାଲି ଯେ ସ୍ଵାମୀ ବିରୋଧରେ ସୁପାରୀ ଦେଇଛନ୍ତି ତାହା ନୁହେଁ ରଚି ଛନ୍ତି ଅନେକ ଅପରାଧର ଏମିତି କାହାଣୀ ଯାହା ଆପଣଙ୍କର ମୁଣ୍ଡ ଘାବାରେଇ ଦେବ । ଏହି ମହିଳାଙ୍କ ନାମ ହେଉଛି ସିଲସିଲା ବେହେରା । ଆଉ ତାଙ୍କର ପାପ ସମ୍ପର୍କର ସିଲସିଲା ଲମ୍ବା ହିଁ ଅଛି ।
ସିଲସିଲା ବେହେରା ଦୀର୍ଘ 19-20 ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଲକେଲାରେ ବିବାହ କରିଥିଲେ । ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ । ଉଭୟ ମଞ୍ଚେଶ୍ଵର ଥାନା ପାଖରେ ଏକ ଆପାର୍ଟମେଣ୍ଟରେ ମିଶି ବି ରହୁଥିଲେ । ପୁଅକୁ ନେବା ଆଣିବା କରିବାକୁ ଆଉ ସ୍ତ୍ରୀ ପାଇଁ ଗୋଟେ ବୋଲେରୋ ଗାଡି କିଣି ଥିଲେ ।
ସେହି ସମୟରେ ଆବଶ୍ୟକ ପଡିଥିଲା ଜଣେ ଡ୍ରାଇଭର ଅଶୋକ ନାମକ ଏକ ବ୍ୟକ୍ତିକୁ ବିନାୟକ ଡ୍ରାଇଭର ରୂପେ ନିଯୁକ୍ତି ଦେଇଥିଲେ । ହେଲେ ଅଶୋକର ଥିଲା ମନ୍ଦ ଉଦ୍ଦେଶ୍ୟ ବିନାୟକ ବାବୁଙ୍କ ସ୍ତ୍ରୀ ଉପରେ । ଆଉ ଏଥିରେ ଭରପୁର ସହଯୋଗ ଦେଇଥିଲେ ସିଲସିଲା ମ୍ୟାଡ଼ମ । ଏହା ପରେ ଅଶୋକ ଆଉ ସିଲସିଲାଙ୍କର ପାପ ସମ୍ପର୍କ ବଢିଲା । ଅଶୋକ ଡ୍ରାଇଭର ହିସାବରେ ନୁହେଁ ତାଙ୍କ ଲଭର ହିସାବରେ ରହିବା ଆରମ୍ଭ କରିଲେ ।
ଏହା ପରେ ନିଜ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ଥିବା ପାପ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ବିନୟକ ବାବୁ । ବିନୟକ ଆପତ୍ତି ଯତାଇ ଡ୍ରାଇଭରକୁ ବାହାର କରିଦେବା ପାଇଁ ନିଷ୍ପତ୍ତି ନେଲେ । ହେଲେ ସିଲସିଲା ଗୋଟିଏ ଜିଦ କରିଥିଲେ ଯେ ଅଶୋକ ଡ୍ରାଇଭର ହେଇ ରହିବ । ଏମିତି କି ସିଲସିଲା ଓ ଅଶୋକ ମଧ୍ୟରେ ଥିବା ଖରାପ ସମ୍ପର୍କ ବିନାୟକ ଦେଖିଥିଲେ । ହେଲେ ସବୁ କିଛି ଲୋକ ଲଜ୍ୟା ଭୟରେ ସହି ରହୁଥିଲେ ବିନାୟକ ।
ଅନ୍ୟ ପକ୍ଷରେ ସିଲସିଲା ତାଙ୍କ ରୋଷେଇଆ ସହ ବି ଖରାପ ସମ୍ପର୍କ ରଖିଥିଲେ ବୋଲି ବିନାୟକ କହିଛନ୍ତି । ସିଲସିଲା ସବୁ ସୀମା ଟପି ଯାଇ ଅଶୋକ ସହ ରହିବା ବି ଆରମ୍ଭ କରିଥିଲେ । ବୋଲେରୋ ଗାଡିରେ ସରକାରୀ ଲୋଗୋ ଲଗାଇ ଗରିବ ଲୋକଙ୍କୁ ଠକିବା ବି ଆରମ୍ଭ କରିଥିଲେ । ଅନେକ ସମୟରେ ଅଶୋକଙ୍କୁ ସେ ନିଜ ସ୍ଵାମୀର ପରିଚୟ ଦେଇଛନ୍ତି ।
ଏହା ପରେ ଯୌତୁକ ଓ ଘରୋଇ କଳହ ଆଦି ମିଥ୍ୟା ଅଭିଯୋଗ ଆଣିଥିଲେ ବିନୟକଙ୍କ ନାମରେ । ହେଲେ ଏ ସବୁ କେସ ମିଛ ପ୍ରମାଣିତ ହେବା ପରେ ସେ ବିନାୟକଙ୍କ ବିରୋଧରେ ସୁପାରୀ ଦେଲେ । କିଛି ଗୁଣ୍ଡା ବିନାୟକଙ୍କୁ ଏକ ନିଛାଟିଆ ଜାଗାରେ ମାଡ ମାରିଥିଲେ ହେଲେ ବିନୟକ ନିଜ ଜୀବନ ବଞ୍ଚାଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ । ଏବେ ଅଶୋକ ପୋଲିସ ହିଫାଜତରେ ଅଛି ଆଉ ସିଲସିଲା ଏବେ ବି ବୁଲୁଛି ସେହି ସୁପାରୀ କିଲରଙ୍କ ସହ ।