ସଲମାନଙ୍କୁ ହଲିଉଡରୁ ବିବାହ ପ୍ରସ୍ତାବ ! ଭାଇଜାନଙ୍କୁ ସର୍ବସମୁଖରେ କଲେ ପ୍ରପୋଜ ! ମନା କରି ପାରିଲେନ ଭାଇଜାନ !

କିଛିଦିନ ତଳେ ପବ୍ଲିକ ଆଫେୟାର୍ସ ଟକ୍ ଶୋ’ “ଆପ୍ କି ଅଦାଲତ୍” ରେ ଯୋଗ ଦେଇଥିବା ବେଳେ ସଲମାନ ନିଜ ବିବାହକୁ ନେଇ କିଛି କଥା ଖୁଲାସା କରିଥିଲେ । ତାଙ୍କ ପିତାମାତା ତାଙ୍କୁ ବିବାହିତ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ ଭାଇଜାନ । ଏପରିକି ସଲମାନ ତାଙ୍କର ବାପା ହେବାର ଇଚ୍ଛା ମଧ୍ୟ ଜଣାଇଥିଲେ । ତେବେ ବର୍ତ୍ତମାନ ଏହି ଦବଙ୍ଗ ଷ୍ଟାରଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ଜଣେ ହଲିଉଡ ପତ୍ରକାର ।

ଆଜ୍ଞା ହଁ, ଆବୁଧାବି ର ୟାସ୍ ଆଇଲ୍ୟାଣ୍ଡରେ ଅନୁଷ୍ଠିତ ପ୍ରସିଦ୍ଧ ଆୱାର୍ଡ ଶୋ IIFA 2023′ ରେ ଯୋଗ ଦେଇଥିଲେ ସଲମାନ । ସେଠାରେ ସମ୍ପୃକ୍ତ ମହିଳା ହୋଷ୍ଟ ସଲ୍ଲୁଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ଏହା ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ମହିଳାଙ୍କ ନାମ ହେଉଛି ଆଲିନା ଖଲଫିହ, ଯିଏ କି ଦେଖିବାକୁ ଖୁବ ସୁନ୍ଦର ।

ଆଲିନା ସଲମାନଙ୍କୁ କହିଥିଲେ, ମୁଁ କେବଳ ତୁମକୁ ଗୋଟେ ପ୍ରଶ୍ନ ପଚାରିବା ପାଇଁ ହଲିଉଡରୁ ଆସିଛି । ତୁମକୁ ଦେଖିବା ଦିନ ଠାରୁ ମୁଁ ତୁମ ପ୍ରେମରେ ପଡିଯାଇଛି । ଏହା ଶୁଣି ସଲମାନ ତୁରନ୍ତ ଜବାବ ଦେଇଥିଲେ, ତୁମେ ବୋଧେ ଶାହରୁଖ ଖାନଙ୍କ କଥା କହୁଛ ।

ଆଲିନା କହିଥିଲେ, ନା’ ମୁଁ ସଲମାନ ଆପଣଙ୍କ କଥା କହୁଛି । ତୁମେ ମୋତେ ବିବାହ କରିବ କି ? ଏହାର ଜବାବରେ ଅଭିନେତା କହିଥିଲେ, ତୁମେ ମୋତେ 20 ବର୍ଷ ପୂର୍ବେ ଭେଟିବାର ଥିଲା । ତେବେ ଆପଣ କଣ ଭାବୁଛନ୍ତି, ସଲମାନଙ୍କୁ ଏବେ ବିବାହ କରିନେବା ଉଚିତ କି ?

Leave a Reply

Your email address will not be published. Required fields are marked *