ନମସ୍କାର ବନ୍ଧୁଗଣ ତେବେ ବଲିଉଡ଼ର ଭାଇଜାନ୍ ବୋଲାଉଥିବା ସୁପରଷ୍ଟାର ସଲମାନ ଖାଁଙ୍କୁ କାମୁଡ଼ିଲା ସାପ । ସଲମାନ ନିଜ ଫାର୍ମହାଉସରେ ସାଙ୍ଗମାନଙ୍କ ସହ ଚାଟିଂ କରୁଥିବା ବେଳେ ସେ ସର୍ପଦଂଶନର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ନୱି ମୁମ୍ବାଇ ସ୍ଥିତ କାମୋଥେ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ କାମୁଡିଥିବା ସାପଟି ବିଷହୀନ ହୋଇଥିବା ଜାଣିବା ପରେ ସଲମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି ।
ତେବେ ମିଳିଥିବା ସୂଚନା ଅନୁଯାଇ ସଲମାନ ତାଙ୍କ ଫାର୍ମହାଉସରେ ଅବସ୍ଥାନ କରୁଥିବା ବେଳେ ଗତକାଲି ଫାର୍ମହାଉସ୍ର ମୁଖ୍ୟ ପାଦଚଲା ରାସ୍ତା ବାହାରେ ଥିବା ଏକ ବାଗାନ୍ ଅଞ୍ଚଳରେ ସାଙ୍ଗମାନଙ୍କ ସହିତ ଚାଟିଂ କରୁଥିଲେ । ଏହାରି ଭିତରେ ତାଙ୍କ ବାହୁକୁ ସାପଟି ଦଂଶି ଦେଇଥିଲା । ସଲମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସେ ପ୍ରାୟ ୬ ରୁ ୭ ଘଣ୍ଟା ରହିଥିଲେ । ସୁସ୍ଥ ହେବା ପରେ ସେ ପୁନଶ୍ଚ ପନ୍ୱେଲ୍ ଫାର୍ମହାଉସ୍କୁ ଫେରିଆସିଥିବା ଜଣାଯାଇଛି ।
ତେବେ ଶନିବାର ଦିନ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଲମାନ ଖାନ ତାଙ୍କର ପରିବାର ଓ ବନ୍ଧୁମାନଙ୍କ ସହିତ ଫାର୍ମ ହାଉସକୁ ଯାଇଥିଲେ । ଏହି ସମୟରେ ଏପରି ଅଘଟଣ ଘଟି ଯାଇଥିଲା । ତେବେ ସଲମାନଙ୍କ ଏହି ବିରାଟ ଫାର୍ମ ହାଉସଟି ପାହାଡ଼ ଏବଂ ବୃକ୍ଷଲତା ଦ୍ୱାରା ଆଚ୍ଛାଦିତ ହୋଇ ରହିଛି ।
ଫାର୍ମହାଉସର ବଗିଚାରେ ଅନେକ ଥର ସେ ସାପ ଦେଖିଛନ୍ତି ବୋଲି ସଲମାନ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୭ ତାରିଖରେ ସଲମାନ ନିଜର ୫୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ସେ ଅଳ୍ପ କେତେଜଣ ସାଙ୍ଗ ମାନଙ୍କ ସହିତ ହିଁ ଏହି ଉତ୍ସବ ପାଳନ କରିବେ । ତେବେ ପୂର୍ବରୁ ସଲମାନ୍ଙ୍କ ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି ।
ଗତବର୍ଷ ସେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କ ସହ ଏହି ଫାର୍ମହାଉସ୍ରେ ଏକ ଗୀତର ଶୁଟିଂ କରିଥିଲେ । ତେବେ ଯଦି ୱର୍କ ଫ୍ରଣ୍ଟ୍ କଥା କହିବା, ତା’ହେଲେ ସଲମାନ୍ ‘ବଜରଙ୍ଗୀ ଭାଇଜାନ୍’ର ସିକ୍ୱେଲ୍ ନେଇ କିଛିଦିନ ପୂର୍ବେ ସୂଚନା ଦେଇଥିଲେ । ନିକଟରେ ସଲମାନ୍ଙ୍କ ଫିଲ୍ମ ଅନ୍ତିମ ରିଲିଜ ହୋଇଥିଲା ତେବେ ଏହା ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।