ସକାଳୁ ଉଠି କାହା ମୁହଁ ଚାହିଁବା ଶୁଭ ଓ କେଉଁ କାମ କଲେ ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ (Vastu Shastra)

ହିନ୍ଦୁ ଧର୍ମରେ ଦେବୀ ମାତା ଲକ୍ଷ୍ମୀଙ୍କୁ ଧନ ଓ ସୌଭାଗ୍ଯର ଦେବୀ କୁହାଯାଇଛି । କୁହାଯାଏ କି ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଯାଆନ୍ତି, ସେହି ବ୍ୟକ୍ତି ଧନବାନ ହୋଇଯାଏ । ଅନ୍ୟ ପଟେ ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ସେ ଯେତେ ଚେଷ୍ଟା କରିଲେ ବି ନିର୍ଧନ ହୋଇ ରହିଥାଏ । ସେଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ଓ କୃପା ପ୍ରାପ୍ତ କରିବା ପାଇଁ ବହୁତ ଉପାୟ ଅଛି ।

କାରଣ ମାତାଙ୍କ କୃପାରେ ବ୍ୟକ୍ତିକୁ ଅନ୍ନ, ଧନ ଓ ବସ୍ତ୍ର ପ୍ରାପ୍ତି ହୋଇଥାଏ । ତାକୁ କୌଣସି ବି ପ୍ରକାରର ଅଭାବ ରୁହେ ନାହିଁ । ତାଙ୍କର ସବୁ କଷ୍ଟ ଦୂର ହୋଇଯାଏ । ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ସକାଳୁ ଉଠି ଏହି କାମ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ।

ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । କୁହାଯାଏ କି ଯଦି ଆପଣ ସକାଳୁ ଉଠି କିଛି ବିଶେଷ କାମ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଜଲ୍ଦି ହିଁ ପ୍ରସନ୍ନ ହୋଇ ଯାଆନ୍ତି । ସକାଳର ବ୍ରହ୍ମମୂହୁର୍ତ୍ତରେ ଉଠି ପ୍ରଥମେ ଆପଣ ନିଜର ହାତର ପାପୁଲିକୁ ଦେଖନ୍ତୁ । ଏହି ମନ୍ତ୍ରକୁ ପଢନ୍ତୁ ।

କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ଯେ ସରସ୍ୱତୀ ।

କରମୂଲେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ ॥

ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିଥାଏ । ସବୁଦିନ ସକାଳୁ ଉଠି ସ୍ନାନ ଇତ୍ୟାଦି କର୍ମ ଶେଷ କରିବା ପରେ ତମ୍ବା ପାତ୍ରରେ ତୁଲସୀ ଗଛକୁ ପାଣି ଦିଅନ୍ତୁ ।  ତୁଲସୀ ଗଛରୁ କିଛି ପତ୍ର ଆଣି ଏହି ତମ୍ବା ପାତ୍ରରେ ଦେଇ ପୂଜା କରନ୍ତୁ । ଏହି ପାଣିକୁ ଘରର ସବୁ କୋଣ ଓ ମୁଖ୍ୟ ଦ୍ଵାରାରେ ପକାନ୍ତୁ । ଏହା ଦ୍ଵାରା ଘରର ନକରାତ୍ମକ ଊର୍ଜା ଦୂର ହୋଇଯାଏ ଓ ସୁଖ ସମୃଦ୍ଧି ଆସିଥାଏ ।

ପୂଜା କରିବା ପରେ ତୁଲସୀ ଗଛରେ ପାଣି ଦେବା ସମୟରେ ସବୁବେଳେ ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ରକୁ ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କର କୃପା ମଧ୍ୟ ରହିଥାଏ । ଏହା ଛଡା ସବୁଦିନ ସକାଳେ ଘରକୁ ପରିଷ୍କାର କରି ସ୍ନାନ ଇତ୍ୟାଦି କରନ୍ତୁ । ପୂଜା କରି ଘରର ମୁଖ୍ୟ ଦ୍ଵାରାରେ ଦୀପ ଜଳାନ୍ତୁ । ମାନ୍ୟତା ଅଛି କି ଏହିଭଳି କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *