ସକାଳୁ ଉଠି ପିଇ ନିଅନ୍ତୁ ଜୁଆଣୀ ପାଣି, ତା’ ପାଟରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ (Health Benefits of Ajwain Water)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜୁଆଣିର ଉପକାରିତା ବିଷୟରେ ଜାଣିବା । ଜୁଆଣିକୁ ଆମ ରୋଷେଇ ଘରେ ଗୋଟିଏ ମସଲା ରୂପରେ ବ୍ୟବହାର କରିଥାଉ କିନ୍ତୁ ଏହା କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଜୁଆଣିରେ କ୍ୟାଲସୀୟମ୍, ପୋଟାସିୟମ, ଫସଫରସ, ଆୟୋଡ଼ିନ ଏବଂ କେରାଟିନ୍ ନାମକ ପୋଷାକ ତତ୍ତ୍ଵ ଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ ବୋହୁତ ଲାଭ ଦାୟକ ହୋଇଥାଏ ।


ଜୁଆଣିର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଦୂର କରିବା ପାଇଁ ପରାଜୟୀ ଆସିଅଛି । ଜୁଆଣିକୁ ସେବନ କରିବାର ସବୁଠାରୁ ଭଲ ଉପାୟ ହେଲା ଏହାର ଡ୍ରିଙ୍କସ୍ ବନେଇକି ପିଇବା । ତେବେ ଆସନ୍ତୁ ଜାଣିବା ଜୁଆଣିର ଉପକାରିତା ବିଷୟରେ । ୧- ପ୍ରଥମ ରେ ହେଉଛି ଜୁଆଣି ପାଣି ପିଇଲେ ଶରୀରର ମେଟାପାଲିଜିମ୍ ରେଟ୍ ବଢ଼ି ଯାଇଥାଏ । ହଜମ କ୍ରିୟା ଭଲସେ ହୋଇଥାଏ । ବଦହଜମି, ଏସିଡ଼ିଟି, ଗ୍ୟାସ୍ଟିକ୍, ଏବଂ ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ କାରଣ ଜୁଆଣିରେ ଥିବା ପୋଷାକ ତତ୍ତ୍ଵ ପାଚକ ରସ କ୍ଷରଣକୁ ତ୍ଵରାନିତ କରିଥାଏ ।

୨- ଦ୍ଵିତୀୟ ରେ ହେଉଛି ଥଣ୍ଡା ଯୋଗୁଁ ନାକ ବନ୍ଦ୍ ସମସ୍ୟାକୁ ଦୂର କରିଥାଏ । ଜୁଆଣିକୁ ଉଷୁମ ପାଣିରେ ପକାଇ ଖାଇଲେ ଏହା ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି ଉପରେ ଭଲ ଫଳ ଦେଇଥାଏ । କେବଳ ଏତିକି ନୁହେଁ ଜୁଆଣି ଗୁଣ୍ଡକୁ ଗୋଟିଏ ସଫା କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ମୁଣ୍ଡବିନ୍ଧା, ମାଇଗ୍ରେନ୍ ବା ଅଧକପାଳ ମୁଣ୍ଡବିନ୍ଧା ଦୂର ହୋଇଥାଏ । ଏହା ବ୍ୟତୀତ ଶ୍ୱାସ ରୋଗ ଭଲ କରିବାରେ ମଧ୍ୟ ଜୁଆଣି ଲାଭ ଦାୟକ ହୋଇଥାଏ ।

୩- ତୃତୀୟ ରେ ହେଉଛି ଯଦି ଆପଣଙ୍କ କାନ କିମ୍ବା ଦାନ୍ତ ବିନ୍ଧୁଥାଏ ତେବେ ଜୁଆଣି ଆପଣଙ୍କର ଏହି ସମସ୍ୟା ଦୂର କରି ଦେଇଥାଏ । କାନ ବିନ୍ଧୁଥିଲେ କାନରେ ଦୁଇବୁନ୍ଦା ଜୁଆଣିର ତେଲ ପକାଇଲେ ଏହା ଦୂର ହୋଇଯାଇଥାଏ । ଏହାଛଡା ଯଦି ଥଣ୍ଡାରୁ ଦାନ୍ତ ବିନ୍ଧୁଥାଏ ତେବେ ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣି ଏବଂ ଅଳ୍ପ ଲୁଣ ପକାଇ ଗାର୍ଭିଲିଂ କଲେ ଦନ୍ତବିନ୍ଧା ବନ୍ଦ୍ ହୋଇଯାଏ । ପ୍ରତିଦିନ ସକାଳେ ଜୁଆଣି ପାଣି ପିଇଲେ ଦାନ୍ତ ଏବଂ ମାଢ଼ି ସୁସ୍ଥ ରହିଥାଏ ।

୪- ଚତୁର୍ଥ ରେ ହେଉଛି ବୟସ ପୁର୍ବରୁ କେଶ ପାଚୁଥାଏ ତେବେ ଏହା ଜୁଆଣିର ବ୍ୟବହାର ଦ୍ଵାରା ଭଲ ହୋଇ ଯାଇଥାଏ । ଗୋଟିଏ ପାତ୍ରରେ ଭୃଷଙ୍ଗ ପତ୍ର କିଛି ଖଣ୍ଡ କିସମିସ୍ ଏବଂ ଗୋଟିଏ ଚାମଚ ଜୁଆଣି ନେଇ ତାକୁ ଫୁଟାନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ପିଇଲେ କମ୍ ଦିନରୁ ଚୁଟି ପଚୁଥିବା ସମସ୍ୟାରୁ ମୁକ୍ତି ମିଳିବ ।

୫- ପଞ୍ଚମ ରେ ହେଉଛି ଜୁଆଣିର ଆଣ୍ଟିଏମ୍ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ବ୍ୟଥା ଠିକ୍ କରିଥାଏ । ଜୁଆଣିକୁ ପେଶି ଏକ ପେଷ୍ଟ୍ ବନାନ୍ତୁ ଏହି ପେଷ୍ଟ୍ କୁ ଆଣ୍ଠୁଗଣ୍ଠି ବ୍ୟଥା ହେଉଥିବା ସ୍ଥାନରେ ଲଗାଇଲେ ଏହି ବ୍ୟଥା ଦୂର ହୋଇଥାଏ ନଚେତ୍ ଜୁଆଣିକୁ ପାଣିରେ ମିଶାଇ ଏହି ପାଣିରେ ଗୋଡ ୩୦ ମିନିଟ୍ ବୁଡାଇ ରଖିଲେ ଏହି ବ୍ୟଥା ଦୂର ହୋଇଯାଏ ।

୬- ଷଷ୍ଠ ରେ ହେଉଛି ଆପଣ ଦୁଇ ଚାମଚ ଜୁଆଣିକୁ ଗୋଟିଏ ଗ୍ଲାସ୍ ପାଣିରେ ଫୁଟାଇ ଏହାର ସେବନ କଲେ ମାସିକ ଧର୍ମରେ ଅତ୍ୟଧିକ ବ୍ଲିଡ଼ିଂ ଏବଂ ଇରେଗୁଲାର ପିରିୟଡ଼ ହେବା ସମସ୍ୟା ଦୂର ହୋଇଯାଇଥାଏ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ଏହି ପାଣି ପିଇଲେ ତାଙ୍କର ସବୁ ସମସ୍ୟା ଦୂର ହୋଇଯାଏ ।

୭- ସପ୍ତମ ରେ ହେଉଛି କିଡନ୍ନୀରେ ଷ୍ଟୋନ୍ କୁ ପ୍ରାକୃତିକ ଉପାୟରେ ମେଲ୍ଟ କରିବା ପାଇଁ ଜୁଆଣି ଲାଭ ଦାୟକ ହୋଇଥାଏ । ଗୋଟିଏ ଚାମଚ ଜୁଆଣିକୁ ଗୋଟିଏ ଚାମଚ ମହୁ ଏବଂ ଅଧା ଚାମଚ ଭିନେଗାର୍ ସହିତ ମିଶାଇ ଏହାର ସେବନ କଲେ କିଡନ୍ନୀ ଷ୍ଟୋନ୍ ଧୀରେ ଧୀରେ ମେଲ୍ଟ ହୋଇଯାଏ ଏବଂ କିଛି ମାସ ଏମିତି କଲେ ଶେଷରେ କିଡନ୍ନୀ ଷ୍ଟୋନ୍ ପରିସ୍ରା ବାଟେ ବାହାରି ଯାଇଥାଏ ।

୮- ଅଷ୍ଟମ ରେ ହେଉଛି ମୋଟାପା, ଓଜନ କମାଇବାରେ ଏବଂ ପେଟ ଚର୍ବି କମେଇବାରେ ଜୁଆଣି ବୋହୁତ ଉପଯୋଗୀ ହୋଇଥାଏ । ଯଦି ଲଗାତାର ଗୋଟିଏ ମାସ ଧରି ସକାଳେ ଜୁଆଣି ପାଣି ପିଅନ୍ତି ତେବେ ଆପଣ ୨ କେଜି ପର୍ଯ୍ୟନ୍ତ ଓଜନ କମାଇ ପାରିବେ ।


୯- ନବମ ରେ ହେଉଛି ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ଡାଇବେଟିସ୍ ହେବାର ସମ୍ଭାବନା ବୋହୁତ କମିଯାଉଥାଏ କାରଣ ଏହା ଆମ ବ୍ଲଡ ସୁଗାର୍ ଲେବୁଲ୍ କୁ ନିୟନ୍ତ୍ରଣ କରିଥାଏ ।

୧୦- ଦଶମ ରେ ହେଉଛି ଜୁଆଣିର ସେବନ କଲେ ନିଦ୍ରା ଭଲ ହୋଇଥାଏ, ମାନସିକ ଚାପ ଏବଂ ଥକା ଦୂର ହୋଇଥାଏ । ଏହା ଆମ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହୁଏ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *