Ajira Anuchinta- ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି 5 ଟି ଜିନିଷ, ଚମକିବ ଭାଗ୍ୟ

ବନ୍ଧୁଗଣ ନମସ୍କାର । ପ୍ରଥମେ ଜାଣିବା ସକାଳୁ କଣ ଦେଖିବା ଅନୁଚିତ । ୧- ପ୍ରଥମରେ ଆଇନା । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଆଇନା କେବେବି ପ୍ରଥମେ ଦେଖିବା ଉଚିତ ନୁହେଁ । ଏପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଏ । ଶାସ୍ତ୍ର ଅନୁସାରେ ପ୍ରଥମେ ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ମଣିଷର ଭାଗ୍ୟ ଉପରେ ପଡିଥାଏ ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅଵନତି ହୋଇଥାଏ ।

ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ । କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖାଯାଉଥାଏ ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ ।

୨- ଦ୍ଵିତୀୟ ରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭ୍ର-ମ ଏବଂ ଭ-ୟ ନିର୍ମାଣ କରିଥାଏ । ସକାଳୁ ଉଠି ଆପଣ ନିଜର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ । ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ । ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ ।

ତେବେ ଆସନ୍ତୁ ଜାଣିବା କଣ ଦେଖିବା ଶୁଭ ହୋଇଥାଏ ।

୧- ପ୍ରଥମ ରେ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠି ନିଜ ହାତର ପାପୁଲି ଦର୍ଶନ କରିବାକୁ ଅତ୍ୟନ୍ତ ଶୁଭ ମାନାଯାଏ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କର ବାସ ହୋଇଥାଏ । ଯାହା ଦ୍ୱାରା ଧନ ଜ୍ଞାନ ଏବଂ ସୁଖର ପ୍ରାପ୍ତି ହୋଇଥାଏ । ଏଥିପାଇଁ ସକାଳୁ ଉଠି ଆପଣ ପ୍ରଥମେ ହାତର ଦର୍ଶନ କରନ୍ତୁ । ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରି ପାଠ ପଢିବା ଆରମ୍ଭ କରିବା ଉଚିତ ।

୨- ଦ୍ଵିତୀୟ ରେ ଗୋମାତାଙ୍କର ଦର୍ଶନ । ସକାଳ ସମୟରେ ଉଠିବା ସମୟରେ ଯଦି ଆପଣଙ୍କ ଦ୍ୱାର ପାଖରେ ଗାଈ ଦେଖାଦିଏ କିମ୍ବା ତାହାର ଆମ୍ବାଜ ଶୁଣାଯାଏ ତ ବୁଝିଯାଅନ୍ତୁ କି ସେଦିନ ଆପଣଙ୍କ ପାଇଁ ବହୁତ ଶୁଭ ହେବ । ସକାଳ ସକାଳ ଏହା ଦେଖିବା ଭଲ ପ୍ରାପ୍ତିର ସଂକେତ ମାନାଯାଏ ।

ଏଥିପାଇଁ ସକାଳ ସମୟରେ ଯଦି ଦ୍ୱାର ପାଖକୁ ଗାଈ ଆସେ ତେବେ ତାକୁ ମାଡ଼ ମାରି ଓଡାନ୍ତୁ ନାହିଁ ବରଂ ରୁଟି ଖାଇବାକୁ ଦେଇ ଗାଈ କାନରେ ନିଜର ମନସ୍କାମନା କୁହନ୍ତୁ । ଗୋମାତାଙ୍କ କାନରେ ନିଜର ମନସ୍କାମନା କହିବା ଦ୍ୱାରା ମା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରିବେ । ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ ।


୩- ତୃତୀୟ ରେ ତୁଳସୀ ର ଦର୍ଶନ । ସକାଳୁ ଉଠି ତୁଳସୀଙ୍କର ଦର୍ଶନ କରିବା ଉଚିତ । କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି । ମଣିଷ ଜୀବନରେ ଆଗକୁ ଆସୁଥିବା ଅଘଟଣକୁ ଆଗୁଆ ଜଣାଇ ଦେଇଥାନ୍ତି । ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତେବେ ଜାଣନ୍ତୁ କି ଘରର କୌଣସି ଦୁର୍ଘଟଣା ଆସିବାକୁ ଯାଉଅଛି କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି । ଏଥିପାଇଁ ପ୍ରତିଦିନ ମା ତୁଳସୀଙ୍କୁ ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ ।

୪- ଚତୁର୍ଥ ରେ ଶାସ୍ତ୍ର ଅନୁସାରେ ମାତା ପିତାଙ୍କର ପାଦ ଛୁଇଁବା । ଏହା କୁହାଯାଇଛି ଯେ ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି ଜାଗାକୁ ଯିବା ସମୟରେ ମାତା ପିତଙ୍କର ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ । କାରଣ ମାତା ପିତାଙ୍କର ପାଦରେ ହିଁ ସ୍ୱର୍ଗଲୋକ ବିରାଜମାନ ଅଛି । ଏଥିପାଇଁ ଯେଉଁ ବ୍ୟକ୍ତି ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରିଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ । ଏଥିପାଇଁ ମାତାପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ଚରଣ ଛୁଇଁ ବାହାରକୁ ଯାଆନ୍ତୁ ।


୫- ପଞ୍ଚମ ରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ୱପୂର୍ଣ୍ଣ ଏବଂ ଧାର୍ମିକ କାମ ଏହା ଅଟେ । ମନୁଷ୍ୟକୁ ସକାଳୁ ଉଠିବା ପରେ ନୀତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏଥିପାଇଁ ସକାଳୁ ଉଠିବା ପରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ ଏବଂ ଏହି ମନ୍ତ୍ରକୁ ଅବଶ୍ୟ ଜପ କରନ୍ତୁ ଓଁ ସୂର୍ଯ୍ୟାୟ ନମଃ । ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ନିରାଶା ନକରାତ୍ମକତା ସମାପ୍ତ ହୋଇଥାଏ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *