ସକାଳୁ ଉଠି ମରିଗଲେ ବି ଦେଖନ୍ତୁ ନାହିଁ ଏହି 5 ଟି ଜିନିଷ, ହୋଇଥାଏ ଅଶୁଭ !

ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ଆପଣ କେଉଁ ସବୁ ଜିନିଷକୁ ଦେଖୁଛନ୍ତି ଓ କାହାର ଚେହେରା ଦେଖୁଛନ୍ତି ଏହା ସବୁ ଆପଣଙ୍କ ସେହି ଦିନର ସମସ୍ତ କାମ ଉପରେ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କ ଭାଗ୍ୟ ଉପରେ ବି । ସବୁ ଜିନିଷ ନକାରତ୍ମକ କିମ୍ବା ସକାରତ୍ମକ ଶକ୍ତି ଛାଡି ଥାଏ । ଯଦି ଆପଣ ସକାରତ୍ମକ ଶକ୍ତି ଛାଡୁ ଥିବା ଜିନିଷ ଦେଖିବେ ତେବେ ଆପଣଙ୍କ ଦିନ ଭଲରେ କଟିବ ନଚେତ ଯଦି ଆପଣ ନକାରତ୍ମକ ଶକ୍ତି ଛାଡୁ ଥିବା ଜିନିଷ ଦେଖିବେ ତେବେ ଆପଣଙ୍କୁ ନକାରତ୍ମକ ଫଳ ମିଳିବ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ସକାଳୁ ଉଠିବା ମାତ୍ରେ କେବେ ବି ଦେଖନ୍ତୁ ନାହିଁ । ଆଇନା- ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ । କାରଣ ଆଇନାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ । ଜୀବନରେ ଉନ୍ନତି ଆସିବା ପରିବର୍ତ୍ତେ ଅବନ୍ନତି ଆସିଥାଏ ।

ନିଜର ଛାଇ- ସକାଳୁ ଉଠିବା ମାତ୍ରେ ନିଜର ଛାଇ ଦେଖନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଆର୍ଥିକ ସମସ୍ଯା ବି ସୃଷ୍ଟି କରିଥାଏ ।

କେଉଁ ସବୁ ଜିନିଷର ଦର୍ଶନ କରିବା ଉଚିତ

ହାତ ପାପୁଲି- ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ ନିଜର ହାତ ପାପୁଲିର ଦର୍ଶନ କରିବା ଉଚିତ । କାରଣ ହାତ ପାପୁଲିର ଅଗ୍ର ଭାଗରେ ମାତା ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ଵତୀ ଓ ପୁରା ପାପୁଲିରେ ଶ୍ରୀ କୃଷ୍ଣ ଗୋବିନ୍ଦ ଥାନ୍ତି । ଯଦି ଆପଣ ହାତ ପାପୁଲିର ଦର୍ଶନ କରୁଛନ୍ତି ତେବେ ଆପଣଙ୍କୁ ଧନ, ସମ୍ପତ୍ତି, ବିଦ୍ୟା, ସୁଖ ଶାନ୍ତି ମିଳିଥାଏ ।

ଗୋ ମାତାଙ୍କ ଦର୍ଶନ- ସକାଳୁ ଉଠିବା ମାତ୍ରେ ଯଦି ଆପଣ ଗାଈ ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ । ସକାଳୁ ସକାଳୁ ଯଦି ଆପଣଙ୍କ ଘରର ଦ୍ଵାରରେ ଗାଈ ଆସୁଛନ୍ତି ତେବେ ଆପଣ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

ତୁଲସୀ ଗଛର ଦର୍ଶନ- ସକାଳୁ ଉଠିବା ପରେ ତୁଲସୀ ଗଛର ଦର୍ଶନ କରିବା ଦ୍ଵାରା ଏହା ଶୁଭ ହୋଇଥାଏ । ସକାଳୁ ଉଠି ମାତା ପିତାଙ୍କ ପାଦ ଛୁଇଁବା ଦରକାର । କୁହାଯାଏ କି ଯେଉଁ ବ୍ୟକ୍ତି ମାତା ପିତାଙ୍କ ଚରଣ ଛୁଇଁ ଘରୁ ବାହାରିଥାଏ ତେବେ ତାକୁ କାର୍ଯ୍ୟରେ ଅବଶ୍ୟ ସଫଳତା ମିଳିଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ- ସକାଳୁ ଉଠିବା ବ୍ୟକ୍ତିକୁ ସବୁଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ବ୍ୟକ୍ତିକୁ ଶୁଭ ଫଳ ମିଳିଥାଏ । ସେଥିପାଇଁ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ଅବଶ୍ୟ ଜଳ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *