ସକାଳୁ ଉଠି ଏମାନଙ୍କ ମୁହଁ ଚାହିଁଲେ ହେବ ସର୍ବନାଶ ! କଣ ଆପଣ ଏମିତି କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ ତେବେ ଆମ ଜୀଵନ ରେ କିଛି ସକରାତ୍ମକ ଏବଂ କିଛି ନକରାତ୍ମକ କ୍ରିୟା ଘଟିଥାଏ । ସକାଳ ର ଆରମ୍ଭ ଶୁଭ ହେଲେ ପୁରା ଦିନଟା ଶୁଭ ହୋଇଥାଏ । ତେବେ ଆଜି ଆମେ ଜାଣିବା କି ସକାଳୁ ଉଠି କେଉଁ ଜିନିଷ ଦେଖିବା ଉଚିତ ଏବଂ କେଉଁ ଜିନିଷ ଦେଖିବା ଅନୁଚିତ । ଯାହା ଦ୍ୱାରା ଆମ ଦିନ ଭଲ ରହିବ । ତେବେ ଆସନ୍ତୁ ଜାଣିନେବା । ୧- ପ୍ରଥମରେ ଆଇନା । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଆଇନା କେବେବି ପ୍ରଥମେ ଦେଖିବା ଉଚିତ ନୁହେଁ । ଏପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଏ ।

ଶାସ୍ତ୍ର ଅନୁସାରେ ପ୍ରଥମେ ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ମଣିଷର ଭାଗ୍ୟ ଉପରେ ପଡିଥାଏ ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅଵନତି ହୋଇଥାଏ । ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ । କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖାଯାଉଥାଏ ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ ।

୨- ଦ୍ଵିତୀୟ ରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭ୍ର-ମ ଏବଂ ଭ-ୟ ନିର୍ମାଣ କରିଥାଏ । ସକାଳୁ ଉଠି ଆପଣ ନିଜର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ । ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ । ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ ।


୩-ତୃତୀୟ ରେ ହେଉଛି ହିଂ-ସ୍ର ଜନ୍ତୁ ମାନଙ୍କ ଫୋଟୋ ଘରେ ଲଗେଇବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ମନ ଭଲ ରୁହେ ନାହିଁ ତଥା ଦିନ ମଧ୍ୟ ଖରାପ ଯାଏ । ତେବେ ସବୁଠାରୁ ଭଲ ଘରେ ହିଂ-ସ୍ର ଜନ୍ତୁ ମାନଙ୍କ ର ଫୋଟୋ ଲଗାଇବା ହିଁ ନାହିଁ ।


୪- ଚତୁର୍ଥ ରେ ଯଦି ଆପଣ ସକାଳୁ ଉଠି କୌଣସି ଖାଲି ବର୍ତ୍ତନ ବା ଖାଲି ଜିନିଷ ଯେମିତିକି ପର୍ସ ଖାଲି ଥିବା ବାଲ୍ଟି ଖାଲି ଥିବା କିମ୍ବା ଯେକୌଣସି ଖାଲି ଥିବା ଜିନିଷ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଅଶୁଭରେ କଟିଥାଏ । କିନ୍ତୁ ଯଦି ଆପଣ ପୁର୍ଣ ଥିବା ଯେକୌଣସି ଜିନିଷ ଯେପରିକି ବାଲ୍ଟି ପାଣିରେ ପୁର୍ଣ ଥିବା ପର୍ସରେ ପଇସା ଥିବ ଏମିତି ଯେକୌଣସି ଜିନିଷ ଯଦି ପୁର୍ଣ ଅବସ୍ଥାରେ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଶୁଭରେ କଟିଥାଏ ।

ସେଥିପାଇଁ ଚେଷ୍ଟା କରନ୍ତୁ ସବୁ ଜିନିଷକୁ ସର୍ବଦା ପୁର୍ଣ ଭାବରେ ରଖନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *