ଯୁଦ୍ଧ ଘୋଷଣା ପୂର୍ବରୁ ବଡି ଭୋରୁ କାହାକୁ ଫୋନ କରିଥିଲେ ରୁଷ ରାଷ୍ଟ୍ରପତି Vladimir Putin ଓ କଣ କହିଥିଲେ ? ଯାହାକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା !

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ଋଷ ୟୁକ୍ରେନ ଉପରେ ଜୋରସୋରରେ ଆକ୍ରମଣ କରୁଛି । କହିବାକୁ ଗଲେ ଆଜି ସକାଳୁ ଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ଋଷର ରାଷ୍ଟ୍ରପତି ପୁଟିନ ପ୍ରଥମେ ଏକ ଫୋନ କରିଥିଲେ । ଫୋନ କଲ କରିବା ପରେ ହିଁ ଋଷ ରାଷ୍ଟ୍ରପତି ପୁଟିନ ସେନାକୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ ।

ଏମିତିରେ ପୁଟିନ କାହାକୁ ଫୋନ କରିଥିଲେ ଓ କେତେବେଳେ କରିଥିଲେ ଏହାକୁ ନେଇ ଜୋରସୋରରେ ଚର୍ଚା ଚାଲିଛି । ସୂଚନା ଅନୁସାରେ ଋଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ବେଲାରୁଷର ରାଷ୍ଟ୍ରପତି Alexander Lukashenkoଙ୍କୁ ଫୋନ କରିଥିଲେ ।

ତାଙ୍କୁ ଏହି ବିଷୟରେ ସୂଚନା ଦେଇ ଥିଲେ । ବେଲାରୁଷ କାର୍ଯ୍ୟଲୟରୁ ଏହାର ସୂଚନା ମିଳିଛି । କହିବାକୁ ଗଲେ ଭୋର ୫ ଟା ବେଳେ ଋଷ ରାଷ୍ଟ୍ରପତି ଓ ବେଲାରୁଷ ରାଷ୍ଟ୍ରପତି ପରସ୍ପର ସହ କଥାବାର୍ତ୍ତା କରିଥିଲେ । ଏହା ପରେ ଅଚାନକ ସକାଳ ୬ ଟାରେ ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ । ଏହା ପରେ ଦେଖୁ ଦେଖୁ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଦେଲା । ବର୍ତ୍ତମାନ ଋଷ ବେଲାରୁଷରେ ନିଜର ହଜାର ହଜାର ସୈନ୍ୟ ମାନଙ୍କୁ ଛିଡା କରି ଦେଇଛି ।

ଏହା ସହିତ ଋଷର କହିବା ଅଟେ କି ସେ ୟୁକ୍ରେନର ଏୟାର ଡ଼ିଫେନ୍ସ ସିଷ୍ଟମକୁ ନଷ୍ଟ କରି ଦେଇଛି । କିନ୍ତୁ ୟୁକ୍ରେନ ଏହାକୁ ମିଛ ବୋଲି କହିଛି । ଏହା ମଧ୍ୟରେ ୟୁକ୍ରେନର ପରିସ୍ଥିତି ବହୁତ ଖରାପ ହୋଇ ଯାଇଛି । ଯୁଦ୍ଧର ଭୟାଭୟ ସ୍ଥିତିକୁ ଦେଖି ୟୁକ୍ରେନ ସରକାର ନାଗରିକମାନଙ୍କ ଉପରେ ଟଙ୍କା ଉଠାଣ ଉପରେ ରୋକ ଲଗାଇ ଦେଇଛି ।

ଅନ୍ୟ ପଟେ ଋଷର ରାଷ୍ଟ୍ରପତି ପୁଟିନଙ୍କ କହିବା ଅଟେ କି ଋଷ ପାଖରେ ଦୁନିଆର ସବୁଠୁ ଶକ୍ତିଶାଳୀ ବୋମା ଅଛି । ଯାହାର ନାଁ ଫାଦର ଅଫ ଅଲ ବମ ବୋଲି କୁହାଯାଉଛି । ଏହି ବୋମା କିଛି ସେକନ୍ଡରେ ପୁରା ୟୁକ୍ରେନକୁ ଧ୍ଵଂସ କରିଦେବ । ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହୋଇ ଯିବା କାରଣରୁ ଋଷର ରାଷ୍ଟ୍ରପତି ଏହି ବୋମା ପ୍ରସ୍ତୁତ ରଖିବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *