ସକାଳୁ ଖାଲି ପେଟରେ କଞ୍ଚା ରସୁଣ (Garlic) ଚୋବାଇ ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି କି, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ ! (Health Benefits Of Garlic)

ନମସ୍କାର ବନ୍ଧୁଗଣ ତେବେ ଆଜିର ପରିବେଶ ଏବଂ ଜୀଵନ ଶୈଳୀ ଯୋଗୁଁ ସମସ୍ତେ ଅସୁସ୍ଥ ହୋଇ ପଡୁଛନ୍ତି ତେବେ ଯଦି ଆପଣ ଆଜୀବନ ସୁସ୍ଥ ରହିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ମୋର ଏହି ଗୋଟିଏ କଥାକୁ ନିଜ ମନରେ ରଖନ୍ତୁ । ଯେତେବେଳେ ଆପଣ ସକାଳେ ଉଠିବେ ତେବେ ଉଠିବା ମାତ୍ରେ ସକାଳେ ଏଭଳି ଜିନିଷ ଖାଆନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ତେବେ ଏମିତିରେ ଅନେକ ଜିନିଷ ରହିଛି ଯାହା ଆପଣ ସକାଳେ ଉଠି ଖାଇ ପାରିବେ ।

ତେବେ ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି କଞ୍ଚା ରସୁଣ। ସେହି ରସୁଣ ଯାହାକୁ ଆମେ ରୋଷେଇ ପାଇଁ ବ୍ୟବହାର କରିଥାଉ ଓ ଏହାକୁ ଚଟଣି କରି ମଧ୍ୟ ଖାଇଥାଉ । ସେହି ରସୁଣର ବ୍ୟବହାର ଯଦି ଆପଣ କଞ୍ଚା ଭାବରେ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ତାହା ଆପଣଙ୍କ ଶରୀର ପାଇଁ ବରଦାନ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ଲାଭ ବିଷୟ ରେ।

୧- ପ୍ରଥମ ରେ ଖାଲି ପେଟରେ ରସୁଣ ଖାଉଛନ୍ତି ତେବେ ଆପଣ ସର୍ଦି, କାସ, ଥଣ୍ଡା ଠାରୁ ଆପଣ ସଂପୂର୍ଣ୍ଣ ମୁକ୍ତି ପାଇଯିବେ। ଏହା ଛଡା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ମଧ୍ୟ ଦୂର ହୋଇଯାଇଥାଏ । କାରଣ ଆଜି କାଲି ଦେଖାଯାଏ କି ପେଟରେ ଗ୍ଯାସ ହେବା ବା ଏସିଡିଟି ହେବା ଗୋଟିଏ ସାଧାରଣ କଥା । ତେଣୁ ଏହି ଗ୍ଯାସ ବା ଏସିଡିଟି ପାଇଁ କିଛି ଲୋକ ପ୍ରତିଦିନ ମେଡିସିନ ମଧ୍ୟ ଖାଇଥାନ୍ତି । ଏମିତିରେ ଆପଣ ସକାଳୁ ଉଠି ପ୍ରତିଦିନ ଗୋଟିଏ ରସୁଣ ପାଖୁଡା ଚୋବାଇ ଖାଇ ନିଅନ୍ତୁ । ଏହା ଦ୍ଵାରା ଗ୍ଯାସ ସହିତ ପେଟର ସବୁ ସମସ୍ୟା ଦୂର ହୋଇଯିବ।


୨- ଦ୍ଵିତୀୟ ରେ ରସୁଣ କ୍ୟାନ୍ସର ରୋଗକୁ ମଧ୍ୟ ଦୂର କରି ଦେଇଥାଏ । ଆପଣ ଜାଣିଛନ୍ତି କି କ୍ୟାନ୍ସର ଏକ ବଡ ରୋଗ ଅଟେ । ଏହି କ୍ୟାନ୍ସର ର ଚିକିତ୍ସା ମଧ୍ୟ ବହୁତ ମହଙ୍ଗା ଅଟେ । ଯଦି ଆପଣ କ୍ୟାନ୍ସର ଠାରୁ ଦୂରେଇ ରହିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ରସୁଣର ଗୋଟିଏ ପାଖୁଡା ଖାଲି ପେଟରେ ଖାଇ ନିଅନ୍ତୁ । ଆପଣଙ୍କୁ ଜୀବନରେ କ୍ୟାନ୍ସର କେବେ ବି ହେବ ନାହିଁ।

୩- ତୃତୀୟ ରେ ହେଉଛି ପ୍ରତିଦିନ ସକାଳେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସହ ଫୁସଫୁସ ଜନିତ ରୋଗକୁ ମଧ୍ୟ ରସୁଣ ସେବନ କରିବା ଦ୍ୱାରା ତାହା ଦୂର ହୋଇଥାଏ । ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ । ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ।


୪- ଚତୁର୍ଥ ରେ ଏହା ଉଚ୍ଚ ରକ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ । ଏବଂ ଆମ ଶରୀର ରେ ରକ୍ତ ମଧ୍ୟ ଶୁଦ୍ଧ କରିଥାଏ। ଏହା ସହିତ ଯଦି ଆପଣଙ୍କୁ କେଶ ଜନିତ କୌଣସି ସମସ୍ୟା ଦେଖା ଯାଉଛି ତେବେ ଆପଣ ରସୁଣ ର ତେଲ କୁ ନିଜ କେଶ ରେ ଲଗାନ୍ତୁ। ଏହାଦ୍ବାରା ଡାନଡ୍ରଫ୍ ଦୂର ହେବ, କେଶ ମଜବୁତ ରହିବ ଏବଂ କେଶ ଝଡ଼ିବା ସବୁଦିନ ପାଇଁ ବନ୍ଦ ହୋଇଯିବ।

୫- ପଞ୍ଚମ ରେ ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ । ଦାନ୍ତ ବିନ୍ଧା ଭଳି ସମସ୍ୟା ରୁ ଏହା ମୁକ୍ତି ଦେଇଥାଏ। ଏହା ସହ ଆପଣ ରସୁଣ ସେଵନ କରିବା ଦ୍ୱାରା ଅନିଦ୍ରା ରୋଗରୁ ମଧ୍ୟ ମୁକ୍ତି ପାଇ ପାରିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published.