ନମସ୍କାର ବନ୍ଧୁଗଣ ତେବେ ଯଦି ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିବ ନାହିଁ ତ ନିଜର ବେମାର ପାଇଁ ସମୟ ବାହାର କରିବା ଆରମ୍ଭ କରିଦିଅ । ତେବେ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ ।
କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ତେବେ ଆଜି ଆମେ ଯେଉଁ ଉପାୟ ବିଷୟରେ ଆଲୋଚନା କରିବୁ ସେ ହେଉଛି ପାଣି । ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ ।
ତେବେ ଚାଲନ୍ତୁ ଜାଣିନେବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା । ଆମ ସମସ୍ତଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ । ଏବଂ ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ । ଏବଂ ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ସଢିବାକୁ ଲାଗିଥାଏ ।
ତେବେ ଏହା ଦ୍ୱାରା ଆମେ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ । ଏବଂ ଆମ ଦେହ ଖରାପ ହେବାକୁ ଲାଗେ । ଏବଂ ରକ୍ତ ମଧ୍ୟ ଖରାପ ହୋଇଯାଏ । ରକ୍ତ ଖରାପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଯାଏ । ଆମ ପେଟରେ ପଥର ହୋଇଯାଏ । ତେଣୁ ଥଣ୍ଡା ପାଣି ପିଇବା ଉଚିତ ନୁହେଁ ଏବଂ ଏହି ଖରାପ ରକ୍ତ ଯଦି ଆମ ହୃଦୟରେ ଜମି ଯାଏ ତେବେ ହୃଦଘାତ ମଧ୍ୟ ହୋଇ ଯାଏ । ଖରାପ ରକ୍ତ ଯୋଗୁଁ ଚେହେରା ରେ ବ୍ରଣ ମଧ୍ୟ ହୋଇଯାଏ ।
ଏହା ଦ୍ୱାରା ଆମ କେଶ ମଧ୍ୟ ଉପୁଡିବାକୁ ଲାଗେ । ଥଣ୍ଡା ପାଣି ପିଇବା ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଆମ ଶରୀରକୁ କ୍ଷତି କରିଥାଏ । ସେଥିପାଇଁ ଆମକୁ ସର୍ଵଦା ଉଷୁମ ପାଣି ପିଇବା ଉଚିତ ଅଟେ । କିମ୍ବା ଫୁଟେଇ କି ମଧ୍ୟ ପିଇ ପାରିବେ । ତେବେ ଆୟୁର୍ବେଦ ରେ ଫୁଟା ପାଣି ର ଅନେକ ଗୁଣ ବିଷୟରେ କୁହା ଯାଇଛି । ଏବଂ ଏହା ମଧ୍ୟ କୁହାଯାଏ କି ଫୁଟା ପାଣି କୁ ଯଦି ଆପଣ ବାସୀ ମୁହଁରେ ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।
କାରଣ ବାସି ମୁହଁରେ ଥିବା ଲାଳ ରେ ଅନେକ ଶକ୍ତି ରହିଥାଏ । ଲାଳ ରେ ଆଣ୍ଟିଫଁଗଲ ଅଛି ଆଣ୍ଟି ବ୍ୟାକଟ୍ରେରୀୟଲ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ତେଣୁ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମର ପେଟ ସଫା ହୋଇ ଯାଇଥାଏ । ପେଟ ସଫା ହେବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇ ଯାଇଥାଏ । ତେବେ ଆପଣ ପାଣିରେ ଲେମ୍ବୁ ରସ ଅଳ୍ପ ମହୁ ଏବଂ ଅଁଳା ଚୁରଣ ପକାଇ ସେଵନ କଲେ ଆପଣଙ୍କ ଓଜନ କମିବା ସହ ଏସିଡିଟି ର ଅସୁବିଧା ମଧ୍ୟ ଦୁର ହୋଇଥାଏ ।
ତେବେ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆପଣ ଙ୍କ ଓଜନ ମଧ୍ୟ କମିବାରେ ଲାଗେ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ କମି ଯାଇଥାଏ । ପେଟ ରେ ପଥର ହୋଇ ଯାଉଥିଲେ ତାହାକୁ ମଧ୍ୟ ଏହା ନଷ୍ଟ କରି ଦେଇଥାଏ । ଗରମ ପାଣି ପିଇବା ଦ୍ୱାରା ଆମ ରକ୍ତ ସଫା ହୋଇ ଥାଏ ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ ଏବଂ ଚେହେରା ରେ ଥିବା ବ୍ରଣ କିମ୍ବା ଅନ୍ୟ ଦାଗ କମି ଯାଇଥାଏ ଏବଂ ଚେହେରା ଉଜ୍ଜ୍ୱଳ ମଧ୍ୟ ହୋଇଯାଏ ।
ଏହା ଛଡା ଯେଉଁ ମାନଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଥାଏ ସେମାନଙ୍କ ପାଇଁ ମଧ୍ୟ ଏହା ଅନେକ ଲାଭଦାୟକ ଅଟେ । ତେଣୁ ଆପଣ ନିଶ୍ଚିତ ପ୍ରତିଦିନ ବାସି ମୁହଁରେ ପାଣି ପିଅନ୍ତୁ ଏବଂ ନିଜ ଶରୀର ର ଧ୍ୟାନ ମଧ୍ୟ ନିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ