Exclusive:ସକାଳୁ ଆସିବେ ଡ୍ରିଙ୍କସ କରିବେ,ମୁଁ ଅନେକ ଥର ମନା କରିଛି, ସେ ଶୁଣନ୍ତି ନାହିଁ, ମତେ କୁହନ୍ତି କି…

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ପରେ ଏବେ ସାରା ଓଡିଶାରେ ଶୋକର ମାହୋଲ ରହିଛି । ତେବେ ପିଣ୍ଟୁଙ୍କ ମୃତ୍ୟୁ ଲିଭର ଶିରୋସିସ ରୋଗ ପାଇଁ ହୋଇଛି ଆଉ ଏହି ରୋଗ ହେବାର କିଛି ବିଶେଷ କାରଣ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ପିଣ୍ଟୁ କୁଆଡେ ଅତ୍ୟଧିକ ମ-ଅଦ୍ୟପାନ କରୁଥିଲେ ଯେଉଁଥି ପାଇଁ ସେ ଏହି ରୋଗର ଶିକାର ହେଲେ ।

ତେବେ ପିଣ୍ଟୁଙ୍କ ଏହି ଅଭ୍ୟାସକୁ ନେଇ ମୁହଁ ଖୋଲି ଛନ୍ତି ତାଙ୍କ ଘର ପାଖରେ ଥିବା ଜଣେ ସେକୁରେଟି ଗାର୍ଡ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସେକୁରେଟି ଗାର୍ଡ ଜଣକ କହିଛନ୍ତି-‘ଏଇଠି ତାଙ୍କ ଘର ସେ ଫ୍ଲାଟ ନେଇଥିଲେ ବର୍ତ୍ତମାନ ତାଙ୍କ ବାପା-ମାଆ ଏଠି ଅଛନ୍ତି ।

ମୁଁ କଥା ହୁଏ ତାଙ୍କ ସହ ବହୁତ ଥର । ହେଲେ ଯେତେବେଳେ ତାଙ୍କର ମୋର ଝଗଡା ହେଇଗଲା ତା ପରେ କଥା ବାର୍ତ୍ତା ବନ୍ଦ ହେଇଗଲା । ସେ ମୋତେ ବଡ ଭାଇ ବୋଲି ଡାକନ୍ତି । ଝଗଡା ମାନେ ଏଇଠି କାମ ହେଉଥିଲା ସେ ପିଇକି ଆସନ୍ତି ବାହାରୁ ଆସିଲା ମାନେ ଗେଟ ଖୋଲି କହିବେ କିଏ ଏଠି ଗାଡି ଥୋଇଛି ତାକୁ ଡାକେ ଗାଡି ବାହାର କର । ସେ ମୋତେ ପଇସା ପତ୍ର ଯାଚିକି ଦିଅନ୍ତି ମୁଁ ତାଙ୍କ ସହ ପିଆ ପିଇ କେବେ କରିନି ।

ଆମକୁ କୁହନ୍ତି ସେ ପିଅବି କି ପଇସା ନିଅ ହେଲେ ଆମେ ମନା କରିଦେଉ । ସେ ରୋଗ କାହିଁକି ହେଲା ଯେତେ ପ୍ରକାରର ବୁଝେଇଲେ ବି ଆପଣ ବୁଝିବେ କି । ଏଇ ତ ସକାଳୁ ଆସିବେ ଡ୍ରିଙ୍କ ଚାଲିବ ତାଙ୍କର ସେଇଠି ଗୋଟେ ଖଟ ପଡିଛି ବସିଯିବେ । ପାଣି ଗୋଟେ ବୋତଲ ନେଇ ଆସିବେ ସେଇଠୁ କହିବେ ସେପଟେ ମ-ଅଦ ଦୋକାନ ସେଇଠୁ ଯା ନେଇ ଆସିବୁ ।

ସେ ଗୋଟେ ପିଲା ରଖିଥିଲେ ତାର ନାଁ ସାନୁ ତାକୁ କହିବେ ଗୋଟେ ପାଣି ବୋତଲ ଆଣେ ସେଇଠି ଖଟ ଉପରେ ବସି ପିଇବେ । ଆମେ ତାଙ୍କୁ ବୁଝେଇଲେ ବି ସେ ବୁଝିବେ ନାହିଁ । ସକାଳୁ ସକାଳୁ ଖାଲି ପେଟରେ ଆସି ମ-ଅଦ ପିଇବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *