ନିଜ ବାହାଘରେ ସବ୍ୟସାଚୀ ଲେହେଙ୍ଗା ପିନ୍ଧିଲେ ଅଭିନେତ୍ରୀ Lipsa Mishra, ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ…

ଦର୍ଶକ ବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଚୁଲୁବୁଲି ନାୟିକା ଲିପ୍ସା ମିଶ୍ର । ଲିପ୍ସା ମିଶ୍ର ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲିପ୍ସାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ତେବେ ଲିପ୍ସା କେବଳ ସିରିଏଲ ନୁହେଁ ସେ କେତେକ ଓଡିଆ ଫିଲ୍ମରେ ବି ନିଜର ଅଭିନୟ ଜାଦୁ ଦର୍ଶକଙ୍କୁ ଦେଖାଇ ଛନ୍ତି ।

ସେ ୩୦ ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଛନ୍ତି । ଏମିତିରେ ଲିପ୍ସା ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଦର୍ଶକ ବନ୍ଧୁ ଗତ କାଲି ସେ ନିଜର ପୁରୁଷ ବନ୍ଧୁ ଆକାଶଙ୍କ ସହ ବିବାହ କରିଛନ୍ତି । ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ବୋହୂ ଭେଶରେ ସଜେଇ ହୋଇ ଅବିକଳ ଲାଲ ଟୁକୁ ଟୁକୁ ସାଧବ ବୋହୂ ଭଳି ଦିଶୁ ଛନ୍ତି ଲିପ୍ସା ।

ତେବେ ସେ ତାଙ୍କ ବିବାହରେ ପିନ୍ଧି ଥିବା ଲାଲ ରଙ୍ଗର ଲେହେଙ୍ଗା ଲିପ୍ସାଙ୍କ ସୁନ୍ଦରତାକୁ ବହୁତ ଅଧିକ ବଢାଇ ଦେଇଛି । ଏହି ଲେହେଙ୍ଗା ପିନ୍ଧି ଖୁବ ସୁନ୍ଦର ଦିଶୁ ଛନ୍ତି ଲିପ୍ସା ମିଶ୍ର । ତେବେ ଲିପ୍ସା ତାଙ୍କ ବିବାହରେ ପିନ୍ଧି ଥିବା ଏହି ଲାଲ ରଙ୍ଗର ଲେହେଙ୍ଗାକୁ ଡିଜାଇନ କରିଛନ୍ତି ଜଣା ଶୁଣା ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ।

ଆଉ ଲିପ୍ସା ପିନ୍ଧି ଥିବା ଏହି ଲାଲ ରଙ୍ଗ ଲେହେଙ୍ଗାର ପ୍ରାଇସ କେତେ ଜାଣନ୍ତି କି ଏହି ଲେହେଙ୍ଗାର ପ୍ରାଇସ ଜାଣିଲେ ହୁଏତ ଆପଣଙ୍କର ହୋସ ଉଡିଯିବ । କେବଳ ଏହି ଲାଲ ରଙ୍ଗର ଲେହେଙ୍ଗାର ଦାମ ହେଉଛି ୮ ରୁ ୧୦ ଲକ୍ଷ ଟଙ୍କା । ତା ସହ ସୁନା ଅଳଙ୍କାର ପିନ୍ଧି ଚମକୁ ଛନ୍ତି ଲିପ୍ସା ମିଶ୍ର । ତେବେ ସେଲିବ୍ରେଟି ମାନେ ତ ସବୁବେଳେ ନିଜ କଷ୍ଟୟୁମକୁ ନେଇ ଚର୍ଚ୍ଚାରେ ରୁହନ୍ତି ହେଲେ ଲିପ୍ସା ତାଙ୍କ ବିବାହ ଲେହେଙ୍ଗାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଗତ କାଲି ଅତି ଧୁମଧାମରେ ଲିପ୍ସା ଏବଂ ଆକାଶଙ୍କ ବିବାହ ହୋଇଛି । ବର୍ତ୍ତମାନ ତାଙ୍କର ବିବାହ ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଲିପ୍ସା ଙ୍କ ଲେହେଙ୍ଗା କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *