ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତ କୁ ଜାଣିଥିବେ ନିଶ୍ଚିତ। ବଲିଉଡ ସାରା ଦୁନିଆ ରେ ପରିଚିତ। ଏବଂ ଏହି ଜଗତରେ ଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ସାରା ବିଶ୍ଵ ରେ ପରିଚିତ। ବଲିଉଡ ରେ କିଛି ଏଭଳି ସିନେମା ଅଛି ଯାହା ପୁରା ବିଶ୍ୱ ରେ ସମସ୍ତେ ପସନ୍ଦ କରିଥାନ୍ତି। ଏବଂ କିଛି କଳାକାର ଙ୍କ ସିନେମା କୁ ମଧ୍ୟ ଆପଣ ମାନେ ଖୁବ ପସନ୍ଦ କରୁଥିବେ। ଆପଣ ନିଜ ମନ ପସନ୍ଦ ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ କେବେବି ଭୁଲନ୍ତି ନାହିଁ।
ଆଜି ଆମେ ବଲିଉଡ ର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବୁ ଯିଏ ଅନେକ ଥର ବିବାହ କରିଛନ୍ତି। ଯେପରିକି ବର୍ତ୍ତମାନ ମଲାଇକା ଅର୍ଜୁନ କପୂର ଙ୍କୁ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି।ତେବେ ଏହାକୁ ନେଇ ସେ ବହୁତ ଟ୍ରୋଲ ମଧ୍ୟ ହେଉଛନ୍ତି କିନ୍ତୁ କେବଳ ସିଏ ଏଭଳି ଜଣେ ଅଭିନେତ୍ରୀ ନୁହେଁ ଯିଏ କି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଦ୍ଵିତୀୟ ଥର ବିବାହ କରିଛନ୍ତି ତେବେ ଆସନ୍ତୁ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିନେବା।
୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ନିଲମା ଆଜମି। ତେବେ ନିଲମା ହେଉଛନ୍ତି ସାହିଦ ଙ୍କ ମାଆ। ନିଲମା ପ୍ରଥମ ବିବାହ କରିଥିଲେ ପଙ୍କଜ କପୂର ଙ୍କ ସହିତ ତେବେ ପଙ୍କଜ ଙ୍କ ସହ ଛାଡପତ୍ର ପରେ ସେ ଅଭିନେତା ରାଜେଶ ଖତର ଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଠାରୁ ଇଶାନ ଖତର ଜନ୍ମ ହୋଇଥିଲେ। କିନ୍ତୁ ଏହି ବିବାହ ମଧ୍ୟ ଅସଫଳ ରହିଲା ଏବଂ ବର୍ତ୍ତମାନ ସେ ନିଜର ପୁରୁଣା ସାଙ୍ଗ ସହ ବିବାହ କରି ବହୁତ ଖୁସିରେ ଅଛନ୍ତି।
୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଜେବା ଭକ୍ତିଆର। ତେବେ ଜେବା ଜଣେ ପୁରୁଣା ଅଭିନେତ୍ରୀ କିନ୍ତୁ ସେ ନିଜ ଅଭିନୟ ଅପେକ୍ଷା ନିଜର ଜୀଵନ କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ତେବେ ଜେବା ଚାରିଥର ବିବାହ କରିଛନ୍ତି। ତାଙ୍କର ଦ୍ଵିତୀୟ ବିବାହ ହୋଇଥିଲା ଅଦନାନ ସାମୀଙ୍କ ସହ ଏବଂ ତୃତୀୟ ବିବାହ କରିଥିଲେ ଲୋକପ୍ରିୟ ଅଭିନେତା ଜାଭେଦ ଜାଫ୍ରି ଙ୍କ ସହ।
୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି କିରଣ ଖେର। ତେବେ କିରଣ ଖେର ଙ୍କୁ କିଏ ନ ଜାଣେ ବଲିଉଡ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କିରଣ ଖେର।ତେବେ ସେ ପ୍ରଥମ ବିବାହ ବହୁତ ଶୀଘ୍ର କରିଥିଲେ ଗୌତମ ବେରି ଙ୍କ ସହ ତେବେ ସେ ତାଙ୍କ ଠାରୁ ଅଲଗା ହୋଇ ବର୍ତ୍ତମାନ ଅନୁପମ ଖେର ଙ୍କୁ ବିବାହ କରି ବହୁତ ଖୁସି ରେ ରହୁଛନ୍ତି।
୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ନୁହେଁ ସେ ଜଣେ ଗାୟିକା ଏବଂ ସେ ହେଉଛନ୍ତି ସୁନିଧୀ ଚୌହାନ। ସେ ପ୍ରଥମ ବିବାହ ମାତ୍ର ୧୮ ବର୍ଷ ବୟସ ରେ ଜଣେ ନୃତ୍ୟ ପ୍ରଶିକ୍ଷକ ଙ୍କ ସହ ହୋଇ ଯାଇଥିଲା କିନ୍ତୁ ପରେ ଦୁହିଙ୍କ ର ଛାଡପତ୍ର ହୋଇ ଯାଇଥିଲା ଏବଂ ସେ ପରେ ନିଜ ସାଙ୍ଗ ହିତେଶ ଙ୍କ ସହ ବିବାହ କରିଥିଲେ ଏବଂ ତାଙ୍କ ର ଗୋଟିଏ ପୁଅ ଅଛି ଏବଂ ସେ ବହୁତ ଖୁସି ରେ ମଧ୍ୟ ଅଛନ୍ତି।
୫- ୟୋଗିତା ବାଲି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ୟୋଗିତା ବାଲି । ୟୋଗିତା ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୟୋଗିତା ମଧ୍ୟ ନିଜ ଜୀବନରେ ଦୁଇଟି ବିବାହ କରିଛନ୍ତି । ସେ ପ୍ରଥମେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ସହ ବିବାହ କରିଥିଲେ ଓ ଦ୍ଵିତୀୟ ବିବାହ ଅଭିନେତା ମିଥୁନ ଚକ୍ରବର୍ତୀଙ୍କ ସହ କରିଥିଲେ ।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।