ସ୍ତ୍ରୀ ଓ ପୁରୁଷ ମିଳନର ସବୁଠୁ ଅଧିକ ସୁଖ କାହାକୁ ମିଳିଥାଏ ? ସ୍ତ୍ରୀ ନା ପୁରୁଷକୁ…

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପୌରାଣିକ ବିଷୟ ନେଇ ଆସିଛୁ ଯାହାକୁ ଶୁଣି ଆପଣଙ୍କୁ ଏମିତି ଏକ ପ୍ରଶ୍ନର ଉତ୍ତର ମିଳିଯିବ ଯାହାକୁ ସବୁ ସ୍ତ୍ରୀ ଓ ପୁରୁଷ ଜାଣିବାକୁ ଚାହିଁ ଥାନ୍ତି । ତାହା ହେଉଛି ସ୍ତ୍ରୀ ଏବଂ ପୁରୁଷ ମିଳନ ସମୟରେ ମିଳନର ସୁଖ କାହାକୁ ଅଧିକ ପ୍ରାପ୍ତ ହୋଇଥାଏ ବା କାହାକୁ ସ୍ଵର୍ଗ ସୁଖ ମିଳିଥାଏ । ଦିନେ ଯୁଧିଷ୍ଟିର ଭୀଷ୍ମଙ୍କୁ ପଚାରିଲେ ମୋ ମନରେ ଅନେକ ଦିନ ହେଲା ଏକ ପ୍ରଶ୍ନ ହୁଙ୍କି ମାରୁଛି ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମୋତେ ମିଳିଲା ନାହିଁ ସ୍ତ୍ରୀ ଏବଂ ପୁରୁଷଙ୍କ ମିଳନରେ କାହାକୁ ଅଧିକ ଆନନ୍ଦ ମିଳିଥାଏ ।

ଭୀଷ୍ମ ଏହାର ଉତ୍ତରରେ ଏକ କାହାଣୀ ଶୁଣାଇଲେ । ବହୁତ ଦିନ ପୂର୍ବେ ଭଙ୍ଗସ୍ନନା ନାମକ ଜଣେ ବୀର ଏବଂ ନାମୀ ରାଜା ଥିଲେ । ତାଙ୍କର କୌଣସି ସନ୍ତାନ ନଥିଲେ ପୁତ୍ର ପ୍ରାପ୍ତି ପାଇଁ ରାଜା ଅଗ୍ନିଷ୍ଟାମି ଯଜ୍ଞ କଲେ ଯେଉଁଥିରେ କେବଳ ଅଗ୍ନି ଦେବାକୁ ଆହ୍ଵାନ କରାଯାଇଥାଏ । ଏଥିପାଇଁ ସେ କେବଳ ଅଗ୍ନି ଦେବଙ୍କୁ ଡାକିଲେ ଯାହା ଦ୍ଵାରା ଇନ୍ଦ୍ର ଦେବ ଅପମାନିତ ହେଲେ ଏବଂ ସେ କ୍ରୋଧିତ ହୋଇ ଭଙ୍ଗସ୍ନନା ରାଜାଙ୍କୁ ବୁଦ୍ଧି ଶିଖେଇବାର ମଉକା ଖୋଜିଲେ ।

ଦିନେ ଭଙ୍ଗସ୍ନନା ରାଜା ଶିକାର ପାଇଁ ଯାଉଥିଲେ ଇନ୍ଦ୍ର ସେଠାରେ ରାଜାଙ୍କୁ ସମୋହିତ କରିଦେଲେ ଯାହାଫଳରେ ରାଜା ନିଜ ହୋସ ହରେଈ ବସିଲେ । ଏହା ପରେ ରାଜା ଭୋକ ଶୋସୋରେ ଜଙ୍ଗଲରେ ଘୁରି ବୁଲିଲେ ଓ ଏକ ନଇ ପାଖରେ ପହଞ୍ଚିଲେ । ରାଜା ଗାଧୋଇବା ପାଇଁ ନଇ ଭିତରେ ପଶିଲେ ହେଲେ ସେ ଜାଣି ପାରିଲେ ସେ ବଦଳିବାକୁ ଲାଗୁଛନ୍ତି । ଧୀରେ ଧୀରେ ସେ ଏକ ସ୍ତ୍ରୀରେ ବଦଳି ଗଲେ ।

ଏହା ପରେ ରାଜା କାନ୍ଦିବାକୁ ଲାଗିଲେ ଯେ, ସେ କେମିତି ପ୍ରଜା ଓ ରାଣୀଙ୍କୁ ମୁହଁ ଦେଖାଇବେ । ଅଗ୍ନିଷ୍ଠମ ଯଜ୍ଞରୁ ରାଜାଙ୍କ ୧୦୦ ପୁତ୍ର ହୋଇଥିଲେ । ଏହା ପରେ ରାଜା ସ୍ତ୍ରୀ ହୋଇ ନିଜ ରାଜ୍ୟରେ ପହଞ୍ଚିଲେ ସେ ସମସ୍ତଙ୍କୁ କହିଲେ ମୁ ରାଜାପାଠ ସମ୍ଭାଳିବାରେ ଯୋଗ୍ୟ ନୁହେଁ ମୁ ଜଙ୍ଗଲକୁ ଯାଉଛି ରାଜ୍ୟ କଥା ତମେ ବୁଝିବ । ଏହା ପରେ ସେ ଜଙ୍ଗଲ ଯାଇ ଜଣେ ତପସ୍ଵୀଙ୍କ ପାଖରେ ରହିଲେ ଓ ତପସ୍ଵୀଙ୍କ ସହ ବିବାହ କରିଲେ ।

ସ୍ତ୍ରୀ ରୂପେ ରାଜା ପୁତ୍ରଙ୍କୁ ଜନ୍ମ ଦେଲେ । ରାଜା ନିଜ ପୁଅ ମାନଙ୍କୁ ନେଇ ମହଲର ପୁଅ ମାନଙ୍କ ସହ ଦେଖା କରେଇଲେ ଓ ସବୁ କଥା କହିଲେ । ରାଜ୍ୟକୁ ସବୁ ଭାଇ ମିସିକି ସମ୍ଭାଳିବା କଥା ରାଜା କହିଲେ । ଦିନେ ଇନ୍ଦ୍ର ଦେବ ବ୍ରାହ୍ମଣ ଭେଶରେ ରାଜାଙ୍କ ପାଖରେ ପହଞ୍ଚିଲେ ଓ ପଚାରିଲେ ସୁନ୍ଦରୀ କାହିଁକି କାନ୍ଦୁଛ । ଭଙ୍ଗସ୍ନନା ସବୁ କଥା କହିଲେ ଓ ଇନ୍ଦ୍ର ନିଜ ରୂପରେ ଆସିଲେ ଓ କହିଲେ ଦେଖିଲେ ମୋତେ ସମ୍ମାନ ନଦେଇ ତମେ କେତେ ବଡ ଭୁଲ କରିଥିଲ ।

ଭଙ୍ଗସ୍ନନା ଇନ୍ଦ୍ରଙ୍କ ପାଦ ଧରି ଭୁଲ ମାଗିଲେ ଏହା ଦେଖି ଇନ୍ଦ୍ରଙ୍କ ମନରେ ଦୟା ଭାବ ଆସିଲା । ଇନ୍ଦ୍ର କହିଲେ ମୁ ତମକୁ ଚାହିଁଲେ ପୁରୁଷ କରିପାରିବି ତମେ କୁହ ତମେ କଣ ଚାହୁଁଛ । ରାଜା କହିଲେ ପୁତ୍ର ମାନକ ପ୍ରତି ସ୍ଵାମୀ ଅପେକ୍ଷା ସ୍ତ୍ରୀର ଭଲ ପାଇବା ଅଧିକ ରହିଥାଏ ତେଣୁ ମୁ ସ୍ତ୍ରୀ ହୋଇ ରହିବାକୁ ଚାହୁଁଛି ମୁ ବହୁତ ଖୁସି ଅଛି । ତା ହେଲେ ବନ୍ଧୁଗଣ ଏହି କାହାଣୀରୁ ଜଣା ପଡିଲା ଯେ, ପୁରୁଷ ଓ ସ୍ତ୍ରୀର ମିଳନରେ ପୁରୁଷ ଅପେକ୍ଷା ସ୍ତ୍ରୀକୁ ଅଧିକ ଆନନ୍ଦ ମିଳିଥାଏ ।

Leave a Reply

Your email address will not be published. Required fields are marked *