ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ରାଗରୁଷା ଭୁଲି ଘରକୁ ଆସିଲେ ହାପି । ତେବେ ବନ୍ଧୁଗଣ ବହୁ ଚର୍ଚିତ ରୂପା, ପିନ୍ଟୁଙ୍କ ଯୋଡିକୁ ଅବା କିଏ ନଜାଣେ । ସୋସିଆଲ ମିଡିଆରେ ରୂପା, ପିନ୍ଟୁ, ହାପି ଓ ତାଙ୍କ ଭଉଣୀ ସୁନାକୁ ଦର୍ଶକେ ଅନେକ ଭଲ ପାଇବା ଦିଅନ୍ତି । ରୂପା, ପିନ୍ଟୁ ମିଶି ମଧ୍ୟ ନିଜର ଭିଡିଓ କଣ୍ଟେଣ୍ଟ ଦ୍ଵାରା ସମସ୍ତଙ୍କର ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରନ୍ତି । ତେବେ ଗତ କିଛି ମାସ ତଳେ କିଛି ପାରିବାରିକ କାରଣ ପାଇଁ ସମାଲୋଚନାର ଶିକାର ହୋଇଥିଲେ ରୂପା ଓ ପିନ୍ଟୁ ।
ଯେଉଁ ରୂପା ଓ ପିନ୍ଟୁଙ୍କର ଲକ୍ଷ ଲକ୍ଷ ଫୋଲୋୟର୍ସ । ଯେଉଁ ରୂପା ଓ ପିନ୍ଟୁଙ୍କୁ ଲୋକମାନେ ଏତେ ଭଲ ପାଇବା ଦେଇ ଲୋକପ୍ରିୟ କଳାକାର ସଜାଇଦେଇଥିଲେ । ସେହି ସୁନ୍ଦର ଯୋଡି ଉପରେ ସମାଲୋଚନା କଳଙ୍କର ଛିଟା ଲାଗିଯାଇଥିଲା । ଅନେକ ଲୋକ ସେ ସମାଲୋଚନା ସମୟରେ ରୂପା ଓ ପିନ୍ଟୁଙ୍କୁ ଅନେକ ପ୍ରକାର ଖରାପ ଖରାପ କମେଣ୍ଟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ।
ହେଲେ ପୁଣି ଥରେ ରଜ ପୂର୍ବରୁ ରୂପା ଓ ପିନ୍ଟୁଙ୍କ ଜୀବନକୁ ଖୁସି ଫେରି ଆସିଛି । କାରଣ ରୂପା, ପିନ୍ଟୁ, ହାପି ଓ ସୁନାଙ୍କ ମଧ୍ୟରେ ହୋଇଥିବା ଭୁଲ ବୁଝାବଣା ସବୁ କିଛି ଠିକ ହୋଇଯାଇଛି । ଏହା ସହ ସୁନାଙ୍କ ଘରକୁ ରଜର ଭାର ନେଇ ରୂପା, ପିନ୍ଟୁ ନିଜେ ଆସି ପହଞ୍ଚିଥିଲେ । ଆଉ ସବୁରାଗ ଅଭିମାନ ଭୁଲି ସୁନା ମଧ୍ୟ ନିଜ ଭାଇ, ଭାଉଜ ଘରକୁ ରଜରେ ବୁଲି ଆସିଥିଲେ । ହାପି ମଧ୍ୟ ଆସିଥିଲେ । ତାପରେ ସଂପୂର୍ଣ୍ଣ ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା ।
ହାପି ସମସ୍ତଙ୍କୁ ନିଜର ମଜାଳିଆ ମଜାଳିଆ କଥା କହି ସମସ୍ତଙ୍କ ମନକୁ ମଧ୍ୟ ହାପି କରିଦେଉଥିଲେ । ତେବେ ବନ୍ଧୁଗଣ ଆମେ କିନ୍ତୁ ଏଠାରେ ଗୋଟିଏ କଥା ସ୍ପଷ୍ଠ ଭାବରେ ବୁଝୁଗଲୁ । ଯେ ଜୀବନରେ ସୁଖ ଅଛି, ତେବେ ଦୁଃଖ ମଧ୍ୟ ନିହାତି ଭାବରେ ଅଛି । କାରଣ ଯଦି ଜୀବନରେ ଦୁଃଖ ନଥାନ୍ତା । ତେବେ ଲୋକେ ଖୁସିର ମହତ୍ଵକୁ କେବେ ମଧ୍ୟ ବୁଝି ପାରିନଥାନ୍ତେ । ତେବେ ଏହିଭଳି ଖବର ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଏଥିପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ