ଯେତେ ବି ପୁରୁଣା ଦାଗ ଓ ଚିହ୍ନ ହେଇଥାଉ ନା କାହିଁକି କେବଳ କରନ୍ତୁ 5 ମିନିଟ ର ଏହି ଉପାୟ, କାଚ ଭଳି ଚମକିବ ଚେହେରା (Beauty Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ପୁଅ ଓ ଝିଅ ଚେହେରା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଉଭୟ ପୁଅ ଝିଅଙ୍କ ଚେହେରାରେ ଦାଗ, ବ୍ରଣ ଓ ରୁଖାପଣ ଆଦି ସମସ୍ୟା ଦେଖା ଦେଉଛି । ତେବେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ପାଇଁ ଲୋକମାନେ ମାର୍କେଟରୁ ମିଳୁ ଥିବା ଫେସଵାସ ଓ କ୍ରିମର ବ୍ୟବହାର କରିଥାନ୍ତି ହେଲେ ଏହି ସବୁ ଜିନିଷରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ ସ୍କିନ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ଯଦି ଆପଣ ମାନଙ୍କର ସ୍କିନ ଜନିତ ସମସ୍ୟା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗରେ ଆପଣ ନିଜ ସ୍କିନକୁ କାଚ ଭଳି ଚମକାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ତେବେ ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ଅତି ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ଏହି ଉପଚାର ପାଇଁ ଆପଣ ମାନଙ୍କୁ ଦରକାର ଏକ ଆଳୁ ପ୍ରଥମେ ଆପଣ ଆଳୁ ଧୋଇ ଦିଅନ୍ତୁ ଓ ଏହା ପରେ ଆପଣ ଆଳୁ ଚୋପାକୁ ଛଡାଇ ତାକୁ ଗ୍ରେଡ କରିଦିଅନ୍ତୁ । ଏହା ପରେ ଆପଣ ଗୋଟେ ଛଣା ସାହାର୍ଯ୍ୟରେ ଆଳୁ ରସ ବାହାର କରିଦିଅନ୍ତୁ । ଏହା ପରେ ଆପଣ ଏକ ବାଉଲ ନିଅନ୍ତୁ ଓ ସେଥିରେ ଆପଣ ଏକ ଚାମଚ ବେସନ ନିଅନ୍ତୁ ।

ବେସନ ଆମ ଚେହେରା ଜନିତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆମ ସ୍କିନକୁ ଗ୍ଲୋ କରାଇ ଥାଏ ଓ ଫ୍ରେସ ଲୁକ୍ ଦେଇଥାଏ । ଏହା ପରେ ଆମକୁ ଦରକାର ହଳଦୀ ପାଉଡର । ହଳଦୀ ଆମ ସ୍କିନରେ ଥିବା ବ୍ରଣ ଓ ଦାଗକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ସେହି ବାଉଲରେ ଅଧା ଚାମଚ ହଳଦୀ ମିଶାଇ ଦିଅନ୍ତୁ ।

ଏହା ପରେ ଆପଣ ସେହି ବାଉଲରେ ଏକ ଚାମଚ ଆଳୁ ରସ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହା ପରେ ଆମକୁ ଦରକାର ମହୁ । ମହୁ ଆମ ସ୍କିନ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ମିଶ୍ରଣରେ ଆପଣ ମାନେ ଅଧା ଚାମଚ ମହୁ ମିଶାନ୍ତୁ । ଏହା ପରେ ଶେଷରେ ଆପଣ ଏଥିରେ ଅଧା ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।


ପ୍ରଥମେ ଆପଣ ନିଜ ଫେସକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଏହା ପରେ ଆପଣ ଏହି ରେମେଡିକୁ ନିଜ ମୁହଁରେ ଲଗାନ୍ତୁ । ଏହାକୁ ପୁରା ଫେସରେ ଲଗାଇବା ପରେ ୧୦ ରୁ ୧୫ ମିନିଟ ଫେସକୁ ଛାଡି ଦିଅନ୍ତୁ । ଏହା ପରେ ଆପଣ ନିଜ ଫେସକୁ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ସ୍କିନ ପୁରା କାଚ ଭଳି ଚମକିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ରେମେଡିଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *