ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ କ୍ଲାଉଡ଼ିୟସ ଡ଼େ ଭାବରେ ପାଳନ କରାଯାଏ । ଏହି ଦିନ କପଲ୍ସ ଗୋଲାପ ଫୁଲ, ଚକୋଲେଟ ଓ ଅନେକ ପ୍ରକାର ଉପହାର ପରସ୍ପରକୁ ଦେଇ ତାଙ୍କ ଭଲ ପାଇବାକୁ ପ୍ରମାଣିତ କରିଥାନ୍ତି । ଏହି ଦିନର ଇତିହାସ ରୋମରୁ ଆରମ୍ଭ ହୋଇଛି । ରୋମର ସନ୍ଥ ଭାଲେଣ୍ଟାଇନ ପୂରା ଦୁନିଆରେ ପ୍ରେମ ବାଣ୍ଟିବାକୁ ଚାହୁଁଥିଲେ ।
କିନ୍ତୁ ରୋମର ରାଜା ସମ୍ରାଟ କ୍ଲାଉଡ଼ିୟସଙ୍କୁ ଏହି କଥା ପସନ୍ଦ ନଥିଲା । କ୍ଲାଉଡ଼ିୟସଙ୍କୁ ଲାଗୁଥିଲା ରୋମର ଲୋକମାନେ ତାଙ୍କ ପତ୍ନୀ ଓ ପରିବାରଙ୍କ ସହିତ ମଜଭୂତ ସମ୍ପର୍କ ଥିବା ଯୋଗୁ ସେନାରେ ଭର୍ତ୍ତି ହୋଇପାରୁ ନାହାଁନ୍ତି । ଅଧିକ ଲୋକ କିପରି ସେନାରେ ଭର୍ତ୍ତି ହେବେ ସେଥିପାଇଁ ରାଜା କ୍ଲାଉଡିୟସ ବିବାହ ଉପରେ ପ୍ରତିବନ୍ଧ ଲଗାଇଦେଲେ । ରାଜାଙ୍କର ଏହି ଆଦେଶକୁ ସନ୍ଥ ଭାଲେଣ୍ଟାଇନ୍ ବିରୋଧ କରିଥିଲେ ।
ଏହି ବିରୋଧ ମଧ୍ୟରେ ସେ ଅଧିକାରୀ ଓ ସୈନିକମାନଙ୍କ ବିବାହ କରାଇଥିଲେ । ସନ୍ଥଙ୍କ ଏହି ବିରୋଧରେ କ୍ଷୁବ୍ଧ ହୋଇ ରାଜା କ୍ଲାଉଡ଼ିୟସ୍ ତାଙ୍କୁ ୧୪ ଫେବୃଆରୀ ଦିନ ଫାଶୀ ଦେଇଥିଲେ । ସେଥିପାଇଁ ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ୧୪ ଫେବୃଆରୀକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଏ । ତେବେ ଏହି ଦିନ ପ୍ରେମୀ ଯୁଗଳ ମାନେ ପରସ୍ପର ପ୍ରତି ନିଜର ପ୍ରେମ କୁ ଦେଖାଅ ଥାଆନ୍ତି ଏବଂ ପରସ୍ପରକୁ ଖୁବ ଭଲ ପାଇବା ମଧ୍ୟ ପ୍ରଦାନ କରିଥାନ୍ତି ।
ତେବେ ସେହି ଭଳି ଆଜି ଆମେ ଏକ ପ୍ରେମୀ ଯୁଗଳଙ୍କ ବିଷୟରେ କଥା ବାର୍ତ୍ତା ହେବା । ତେବେ ଏହି ପ୍ରେମୀ ଯୁଗଳ ହେଉଛନ୍ତି ଓଲିଉଡ ର କମେଡିଆନ ଗୁଡୁ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା । ତେବେ ଆପଣ ମାନେ ଜାଣିଥିବେ କି ତେବେ ସେ ଅନେକ ଫିଲ୍ମ ଓ ଟିଭି ସୋରେ ହାସ୍ୟ ଅଭିନେତା ରୂପେ ନଜର ଆସିଛନ୍ତି । ତେବେ ଗୁଡୁ କେନ୍ଦ୍ରାପଡା ରାଜନଗର ର ପ୍ରିୟଙ୍କା ରାଉତଙ୍କୁ ବିବାହ କରି ନିଜ ଜୀବନ ସାଥି କରିଥିଲେ ।
ତେବେ ଗୁଡୁ ଓ ପ୍ରିୟାଙ୍କା ପ୍ରଥମେ ସୋସିଆଲ ମିଡିଆ ଦ୍ଵାରା ପରସ୍ପର ସହ ବନ୍ଧୁତା କରିଥିଲେ । ୪୬ ଦିନ ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପର ସହ କଥା ହୋଇ ପ୍ରେମ କରିଥିଲେ । ପରେ ସେ ଭୁବନେଶ୍ଵରର ଏକ ଘରୋଇ ସଂସ୍ଥାରେ ବିବାହ କରିଥିଲେ । ଗୁଡୁ ଓ ପ୍ରିୟଙ୍କା କୋଭିଡ ନିୟମର ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣଙ୍କ ବିବାହରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।
ତେବେ ବର୍ତ୍ତମାନ ଭାଲେଣ୍ଟାଇନ ର ଅବସର ରେ ତାଙ୍କ ଦୁଇ ଜଣଙ୍କୁ କିଛି ପ୍ରଶ୍ନ କରା ଯାଇଥିଲା । ଯେଉଁଥିରେ ପ୍ରିୟଙ୍କା ଙ୍କୁ ପଚରା ଯାଇଥିଲା କି ଗୁଡୁ ଙ୍କ ଜନ୍ମଦିନ କେବେ ତେବେ ସେ ପ୍ରଥମେ ଠିକ ରେ କହି ପାରି ନଥିଲେ ଏବଂ ବହୁତ ସମୟ ଭୁଲ ଉତ୍ତର ଏବଂ ଭାବି ସାରିବା ପରେ କହିଥିଲେ କି ଅଗଷ୍ଟ ୧୦ । ତେବେ ପ୍ରିୟଙ୍କା ଙ୍କୁ ନିଜ ବିବାହ ଡେଟ ମଧ୍ୟ ମନ ନଥିଲା ଯେଉଁଥି ପାଇଁ ଗୁଡୁ ତାଙ୍କର ବହୁତ ମଜାକ ମଧ୍ୟ ଉଡାଇ ଥିଲେ ।
ତେବେ ଏହା ପରେ ଗୁଡୁ ଙ୍କ ପସନ୍ଦ ର ଜାଗା ପଚାରିବାରୁ ସେ ଉତ୍ତର ରେ କହିଥିଲେ କି ମାଲଦ୍ବୀପ ବୋଲି । ତେବେ ଏହାର ବିପରୀତ ରେ ଗୁଡୁ କିନ୍ତୁ ପ୍ରିୟଙ୍କା ଙ୍କ ର ଜନ୍ମ ତାରିଖ ମସିହା ଏବଂ ମାସ ଠାରୁ ଆରମ୍ଭ କରି ତାଙ୍କୁ ଗୁପଚୁପ ଖାଇବାକୁ ପସନ୍ଦ ଏବଂ ପ୍ରିୟଙ୍କା ଙ୍କୁ କେବଳ ନିଜ ଘରେ ହିଁ ଶାନ୍ତି ମିଳେ ଏବଂ ସେ ଆଉ କୁଆଡେ ବୁଲିବାକୁ ଚାହାନ୍ତି ନାହିଁ । ତେବେ ଏହି ଦୁଇ ଜଣଙ୍କ ଭିତରେ ହେଉଥିବା ନୋକଝୋକ ସମସ୍ତ ଙ୍କୁ ବହୁତ ପସନ୍ଦ ଆସୁଥିଲା ତେବେ ଆପଣ ଙ୍କୁ ଏହି ଯୋଡି ଏବଂ ତାଙ୍କ କଥା ବାର୍ତ୍ତା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।