ଘରେ 3 ବର୍ଷର କୁନି ପୁଅ, ସାବିତ୍ରୀ ବ୍ରତ ନାଁରେ ବୋହୂ ହେଲା ଫେରାର, ବାହୁନି କାନ୍ଦୁଛନ୍ତି ଶାଶୁ, ଆଉ ଯାହା କହୁଛନ୍ତି ନା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ତେବେ ଦେବୀ ସାବିତ୍ରୀଙ୍କୁ ଓଡ଼ିଶାର ପୁରପଲ୍ଲୀରେ ଉପାସନା କରାଯାଏ । ସେ ସଧବା ନାରୀଙ୍କ ଆଦର୍ଶ । ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।

ତେବେ ବର୍ତ୍ତମାନ ଏହି ସାବିତ୍ରୀ ବ୍ରତ ଉପରେ ଏକ ଏପରି ଘଟଣା ସାମ୍ନା କୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣାଟି ହେଉଛି ସାବିତ୍ରୀ ବ୍ରତ ପାଇଁ ମାର୍କେଟିଂ କରିବାକୁ ଯାଇ ବୋହୁ ଫେରାର ! ବଳଙ୍ଗା ଥାନାରେ ଅଭିଯୋଗ କଲେ ଶାଶୁଘର ଲୋକ ।  ଅଭିଯୋଗ ପରେ ନିଜ ଇଛାରେ ଘର ଛାଡିଥିବା ନେଇ ବୋହୂ ବଳଙ୍ଗା ଥାନାରେ ସଫେଇ ଦେଇଛନ୍ତି ।

ଏ ଘଟଣାରେ ମହିଳାଙ୍କ ଶ୍ୱଶୁର ବ୍ରାହ୍ମଣଖଣ୍ଡି ଗ୍ରାମର ପ୍ରଭାକର ବେହେରା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ ଅଭିଯୋଗ ଅନୁଯାୟୀ ଶନିବାର ଦିନ ୧୧ଟା ସମୟରେ ପ୍ରଭାକରଙ୍କ ସାନ ବୋହୂ ଯମୁନା ବେହେରା ଘରେ ନିଜର ୩ ବର୍ଷର ଶିଶୁପୁତ୍ରକୁ ଛାଡ଼ି ଅନ୍ୟ ଯାଆଙ୍କ ସହ ଏକ ଅଟୋ ଯୋଗେ ସାବିତୀ ପାଇଁ ମାର୍କେଟିଂ କରିବାକୁ ବଳଙ୍ଗା ବଜାରକୁ ଆସିଥିଲେ ।

ଯାଆ ମାନେ ଦୋକାନରୁ କିଣାକିଣି କରୁଥିବା ବେଳେ ଯମୁନା ମୋବାଇଲ ମରାମତି ଦୋକାନକୁ ଯାଇଥିଲେ । ତେବେ ଦୋକାନରୁ କିଣାକିଣି କରି ଯାଆ ମାନେ ଅଟୋ ନିକଟକୁ ଫେରିଥିବା ବେଳେ ଯମୁନା କିନ୍ତୁ ଆଉ ଫେରିନଥିଲେ । ଘରକୁ ଖବର ଦେବାରେ ଘର ଲୋକେ ଆସି ବଳଙ୍ଗା ବଜାରରେ ଖୋଜା ଖୋଜି କରିବାରେ ଯମୁନାଙ୍କ ପତା ମିଳିନଥିଲା ।
ସମସ୍ତ ବନ୍ଧୁବାନ୍ଧବ ଖୋଜି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଫେରାର ହୋଇଥିବା ବୋହୁ  ଥାନାକୁ ଆସି ନିଜ ଇଛାରେ ଯାଇଥିବା କହିଛନ୍ତି ବୋଲି ବଳଙ୍ଗା ଆଇ ଆଇ ସି ରଶ୍ମିରଞ୍ଜନ ପ୍ରଷ୍ଟି ସୂଚନା ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *