ବନ୍ଧୁଗଣ, ଏହି ଘଟଣା କୌଣସି ଏକ ପେଟ୍ରୋଲ ପମ୍ପ ର ଅଟେ । ବାଇକ ଆଣି ପେଟ୍ରୋଲ ପକାଉଥାନ୍ତି ୩ ଜଣ ବ୍ୟକ୍ତି । ଠିକ ଏହା ପୂର୍ବ ରୁ ଲୋରୀ ନେଇ ଆସିଥିବା ଜଣେ ବ୍ୟକ୍ତି ପ୍ରେଟ୍ରୋଲ ପକାଇ ସାରିଥାଏ । ମାତ୍ର ସେହି ବ୍ୟକ୍ତି ଜଣକ ଗାଡି ଷ୍ଟାର୍ଟ କରୁ କରୁ ଅଚାନକ ଲାଗିଲା ନିଆଁ । କାଳେ ପେଟ୍ରୋଲ ପମ୍ପ ରେ ବିସ୍ଫୋରଣ ହୋଇଯିବ ଏହା ଆଶଙ୍କା କରି ସମସ୍ତ ବ୍ୟକ୍ତି ପେଟ୍ରୋଲ ପମ୍ପ ଛାଡି ଚାଲିଗଲେ ।
କିନ୍ତୁ ଅତି ସାହସୀକତା ଏବଂ ଚତୁରତାର ସହିତ ମୁକାବିଲା କରିଥିଲେ ଏହି ଯୁବତୀ ନିଆଁ ଲିଭା ସିଲିଣ୍ଡର ଆଣି ଗ୍ୟାସ ଛାଡିବା ଆରମ୍ଭ କରିଥିଲେ । କିଛି ସମୟ ପରେ ଲୋରୀ ରେ ଲାଗିଥିବା ନିଆଁ ଆୟତ ହୋଇଥିଲା । ସମସ୍ତଙ୍କ ଜୀବନ ବଞ୍ଚାଇବା ସହିତ ଅନେକ କ୍ଷୟକ୍ଷତି କୁ ଅଟକାଇ ପାରିଥିଲେ, ଏହି ସାହାସୀ ମହିଳା । ତେବେ ଏହି ଯୁବତୀ ଜଣଙ୍କ ମଧ୍ୟ ଯଦି ଭୟଭୀତ ହୋଇ ପଳାଇଥାନ୍ତେ ତେବେ କ’ଣ ହୋଇଥାନ୍ତା ସ୍ଥିତି ?
ସାହାସୀକତାର ଏହି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଧୃତ ଗତିରେ ବଢିବାକୁ ଲାଗିଛି । ୟୁଜର ମାନେ ଭଉଣୀ ଙ୍କୁ ବହୁତ ଧନ୍ୟବାଦ ସହିତ ଆଶୀର୍ବାଦ ମଧ୍ୟ କରିଛନ୍ତି । ଏବଂ କେହି କେହି ଲେଖିଛନ୍ତି ଏଭଳି ସାହାସ ସମସ୍ତଙ୍କ ପାଖରେ ନଥାଏ । ଯେଉଁଠାରେ ୩ ଜଣ ବାଇକ ଚାଳକ ପୁରୁଷ ହୋଇ ମଧ୍ୟ ପଛକୁ ହଟିଗଲେ, ସେଠାରେ ଏହି ମହିଳା ଜଣଙ୍କ ଭୟଭୀତ ନ ହୋଇ ଆଗକୁ ମାଡି ଯାଇ ସମସ୍ତଙ୍କ ଜୀବନ ସହିତ ବଡ ପିସ୍ଫୋରଣ ହେବାରୁ ମଧ୍ୟ ବଞ୍ଚାଇଲେ ।
ତେବେ ଆମ୍ଭ ଆଖ ପାଖରେ କିଛି ଦୁର୍ଘଟଣା ଘଟିଲା ମାନେ ଆମେ ସାଧାରଣତ ଡରିଯାଇ ପଛଘୁଞ୍ଚା ଦେଇଥାଉ । କିନ୍ତୁ ଏଭଳି ଏଭଳି ପରିସ୍ଥିତି ର ସାମ୍ନା ନ କରି ପଛଘୁଞ୍ଚା ଦେବା କେତେ ମାତ୍ରାରେ ସଠିକ ? ଯଦି ଏଭଳି ଟିକିଏ କ’ଣ ହେବା ମାତ୍ରେ ସମସ୍ତେ ସମସ୍ୟାର ସମାଧାନ କରିବା ବଦଳରେ ସେଠାରୁ ଦୌଡି ଅନ୍ୟତ୍ର ପଳାଇବେ ତେବେ ଜୀବନ ଯିବା ସହିତ ବହୁତ କିଛି କ୍ଷୟ ହେବାକୁ ମଧ୍ୟ ପଛାଇବ ନାହିଁ ।
ଏଣୁ ଆପଣଙ୍କ ଆଖପାଖ ରେ ଯଦି ଏଭଳି କିଛି ଦୁର୍ଘଟଣା ଘଟୁଅଛି ତେବେ ଆପଣ ବୀରତା ଏବଂ ସାହାସିକତା ର ସହିତ ତାହାର ସାମ୍ନା କରି ପରିସ୍ଥିତି କୁ ନିୟନ୍ତ୍ରଣ କରନ୍ତୁ ଜେଭଳି ଏହି ଭଉଣୀ ଜଣଙ୍କ କରି ଦେଖାଇଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।