ଋତୁସ୍ରାବକୁ ପୁଅ ମାନେ ଜାଣିବା କେତେ ଜରୁରୀ ! ଜାଣନ୍ତୁ ଏ ନେଇ କୁହନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ Dr Mitali Shrivastava

ନମସ୍କାର ବନ୍ଧୁଗଣ ତେବେ ଋତୁସ୍ରାବ ହେଉଛି ଗୋଟେ ଝିଅର ଏକ ଅବସ୍ଥା । ସାଧାରଣତଃ ଏହି ସମୟରେ ଝିଅ ମାନଙ୍କର ଶରୀରରେ ବହୁତ୍ ପ୍ରକାରର ପରିବର୍ତ୍ତନ ଦେଖାଦେଇଥାଏ ସେଥିପାଇଁ ସେମାନଙ୍କୁ ଏଥିପ୍ରତି ସଚେତନତା ଅବଲମ୍ବନ କରିବା ଆବଶ୍ୟକ । ଋତୁସ୍ରାବ ହେବା ସମୟରେ ସାଧାରଣତଃ କିଛି ପଦାର୍ଥ ନିର୍ଗତ ହୋଇଥାଏ ଏବଂ ଏହା ସହ ରକ୍ତ ବି ବାହାରିଥାଏ । ସେଥିପାଇଁ ପ୍ରଥମତଃ ଏମାନଙ୍କୁ ଏକ ଶିକ୍ଷଣୀୟ ସଚେତନତା ରହିବା ଦରକାର ଯାହା ଫଳରେ ସେମାନେ ଏହି ଋତୁସ୍ରାବ ସମୟରେ ବେଶୀ ଚିନ୍ତିତ ନ ହୋଇ ନିଜର ଶରୀର ପ୍ରତି ଧ୍ୟାନବାନ ହୋଇପାଇପାରିବେ ।


ସବୁଠୁ ମୁଖ୍ୟ କଥା ହେଲା ସେହି ସମୟରେ ସେମାନେ ଯେଉଁ ସାନିଟାରୀ ପ୍ୟାଡ ବ୍ୟବହାର କରିବେ ସେଇଟା ସଫା ରହିବା ଦରକାର । ଆଉ ଗୋଟେ ମୁଖ୍ୟ କଥା ହେଲା ସେମାନେ ସେହି ପ୍ୟାଡକୁ ଦିନକୁ ଦୁଇ ଥର ପରିବର୍ତ୍ତନ କରିବା ଦରକାର । ଆଉ ଯଦି ଶୁଖିଲା କପଡା ବ୍ୟବହାର କରୁଛନ୍ତି ତେବେ ତାହେଲେ ଏକ ଶୁଖିଲା ପରିଷ୍କାର ସଫା କପଡା ବ୍ୟବହାର କରନ୍ତୁ କିନ୍ତୁ ଆଜିକାଲି ପ୍ରାୟ ଏହାର ବ୍ୟବହାର ବେଶୀ ହେଉନାହିଁ ।

ତେବେ ଋତୁସ୍ରାବ ସମୟରେ ଯୌନାଂଗକୁ ସଫା ରଖିବାପାଇଁ ଆଜିକାଲି କମ୍ପାନୀମାନେ ଇଣ୍ଟିମେଟ୍ ୱାସ୍ ବାହାର କରିଛନ୍ତି ଯେଉଁଟାକୁ ବ୍ୟବହାର ଆପଣ କରିପାରିବେ କିନ୍ତୁ ଏହାର ବ୍ୟବହାର ନକଲେ ବହୁତ ଭଲ କାରଣ ପିରିୟଡ଼ ସମୟରେ ଆପଣଙ୍କ ର ଏକ କ୍ଲିଞ୍ଜିଗ ଆସେ ଯାହା ଏହି ସବୁ ବ୍ୟବହାର ଦ୍ୱାରା ହ୍ରାସ ହୋଇ ଯାଏ । ତେବେ ନିଜର ଯୌନାଙ୍ଗ କୁ ଭଲ ଭାବରେ ସଫା କରିବା ଆବଶ୍ୟକ ଅଟେ ।


ଯଦି ଆପଣଙ୍କ ଋତୁସ୍ରାବ ରେ ଅନିୟମିତତା ଦେଖାଦେଉଛି ତାହେଲେ ଆପଣ ବହୁତ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ତାହାର ଚିକିତ୍ସା କରିବା ଦରକାର । ଯଦି ଆପଣମାନେ ଏହି ସାନିଟାରୀ ପ୍ୟାଡ୍କୁ ଠିକଭାବରେ ବ୍ୟବହାର କରିବେ ତାହେଲେ ଆପଣ ସଂକ୍ରମଣଠୁ ଦୂରରେ ରହିବେ । ତେବେ ଆଗ କାଳ ରେ ଚାଲି ଆସୁଥିବା ସବୁ ଅନ୍ଧ ବିଶ୍ୱାସ କୁ ମାନନ୍ତୁ ନାହିଁ ।


ତେବେ ସବୁଠାରୁ ବଡ଼ ପ୍ରଶ୍ନ କି ଏହି ବିଷୟରେ ପୁଅ ମାନେ ଜାଣିବା ଆବଶ୍ୟକ କିମ୍ବା ନାହିଁ । ତେବେ ଏହି ବିଷୟରେ ପୁଅ ମାନେ ଜାଣିବା ନିହାତି ଆବଶ୍ୟକ ସେମାନଙ୍କ ଭିତରେ ଏହି ବିଷୟରେ ଜ୍ଞାନ ଥିଲେ ହିଁ ସେମାନେ ଦରକାର କିମ୍ବା ଅସୁବିଧା ସମୟରେ ନିଜ ପାର୍ଟନର କୁ ସାହାର୍ୟ୍ଯ କରି ପାରିବେ । ତେବେ ଏହା କୌଣସି ଲଜ୍ଜା ର ବିଷୟ ନୁହେଁ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *