ରୁପିରୁ କେମିତି ପାଇବେ ମୁକ୍ତି ? Dr Pankaj Das

ବନ୍ଧୁଗଣ ଡାଣ୍ଡ୍ରଫ ବା ରୁପି ସାଧାରଣତଃ ସମସ୍ତଙ୍କ ମୁଣ୍ଡରେ ଦେଖା ଦେଇଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା ବେଳେବେଳେ ଏହା ମୁଣ୍ଡ ପାଖରେ ଥାଇ ଅନ୍ୟ ଆଡକୁ ବି ଯାଏ ଯେମିତି କି ନାକ ପାଖରେ କାନ ପାଖରେ ଓ ଛାତି ବେକ ଆଦି ପାଖରେ । ହେଲେ ସାଧାରଣତଃ ଏହା ମୁଣ୍ଡରେ ଅଧିକ ଦେଖା ଦିଏ ଏବଂ ଯେଉଁଠି କେଶ ଥାଏ ଏହା ସେଇଠି ଦେଖା ଦେଇଥାଏ । ଏହା ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା କିନ୍ତୁ ସମୟ କ୍ରମେ ଏହା ଅତ୍ୟଧିକ ହେଲେ ଆମେ ଏହାକୁ ରୁପି ବୋଲି କହିଥାଉ ।

ରୁପି ହେଉଛି ଦୁଇ ପ୍ରକାରର ଗୋଟେ ହେଉଛି ଡ୍ରାଏ ବା ଶୁଖିଲା ଛୋଟ ଛୋଟ ଆକାରରେ ବାହାରେ ଓ ଦ୍ଵିତୀୟଟି ହେଉଛି ମୋଟା ମୋଟା ଆକାରର ତେଲିଆ ହୋଇ ବାହାରେ । ସାଧାରଣତଃ ଏହା କାନ୍ଧ ପାଖରେ, କାନ ପାଖରେ ଓ ଛାତିରେ ପଡି କୁଣ୍ଡାଇ ହୋଇଥାଏ ।

ଏହା ବାହାରିଲେ ମୁଣ୍ଡ କୁଣ୍ଡାଇ ହୋଇଥାଏ, ଲାଲ ପଡିଯାଇଥା ଆଉ ବେଳେବେଳେ ତେଲିଆ ହୋଇ ରୁପି ବାହାରେ । ଏହା କିଛି କ୍ଷତି କରିବ ନାହିଁ ଏହା ଚର୍ମର ଏକ ସାଧାରଣ ପ୍ରକ୍ରିୟା । ବେଳେବେଳେ ଯଦି ଏହା ଅଧିକ ମାତ୍ରାରେ ହୁଏ ତା ହେଲେ ବ୍ୟାକ୍ଟେରିଆ ଇନଫେକ୍ସନ, ଫଙ୍ଗାଲ ଇନଫେକ୍ସନ ଆଦି ହୋଇ ସେହି ସ୍ଥାନରେ ଅତ୍ୟଧିକ ଘା କରିଦିଏ । ଏହା ଅଧିକ ଦିନ ଯଦି ରହିବ ତା ହେଲେ ମୁଣ୍ଡରୁ ଅନ୍ୟ ଆଡକୁ ମଧ୍ୟ ପ୍ରସାର କରିଥାଏ ।

ଯଦି ତାହା ପୁରା ଶରୀରରେ ପ୍ରସାର କରିବ ତା ହେଲେ ଏହା ହେଇଯିବ ଏକ ଏମର୍ଜେନ୍ସି କେସ ଯାହାଦ୍ୱାରା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥାଏ ହେଲେ ଏମିତି ବହୁତ କମ ଦେଖିବାକୁ ମିଳେ । ରୁପିର ବନ୍ଧୁଗଣ ଚିକିତ୍ସା ଅଛି ଔଷଧ ଖାଇଲେ ଏହା ଭଲ ହୋଇ ପାରିବ । ହେଲେ ଆପଣ ମାନେ ଏଥିପାଇଁ ଷ୍ଟେରୋଏଡର ବ୍ୟବହାର କରିବେ ନାହିଁ ।

ଆପଣ ମାନେ ଏହାକୁ ଦୂର କରିବା ପାଇଁ ଏନ୍ଟି-ଫଙ୍ଗାଲ ଔଷଧ, ସାମ୍ପୁ ଓ ଜେଲ ଆଦି ବ୍ୟବହାର କରିବା ଉଚିତ । ଆପଣ ମାନେ ସପ୍ତାହକୁ ଦୁଇ ଥର ସାମ୍ପୁର ବ୍ୟବହାର କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧର ସେବନ କରନ୍ତୁ । ଦେଖିବେ ଏହା ଅତି ଶୀଘ୍ର ଆପଣଙ୍କୁ ମୁଣ୍ଡରୁ ଦୂର ହୋଇଯିବ । ସାମ୍ପୁ କରିଲେ ଆପଣ ଗୋଟେ ମିନିଟ ରଖିବେ ଓ ଧୋଇଦେବେ । ଅଧିକ ସମୟ ସାମ୍ପୁ ଲଗାଇ ରଖିବାର କୌଣସି ଆବଶ୍ୟକତା ନାହିଁ ।

ହେଲେ ବନ୍ଧୁଗଣ ଏହି ସମସ୍ୟା ନହେବା ପାଇଁ ବି କିଛି କଥାର ଧ୍ୟାନ ଦେବା ନିହାତି ଆବଶ୍ୟକ । ଆପଣ ମାନେ ବାହାର ସମ୍ପୁର ବ୍ୟବହାର ନକରି ମେଡିକେଟ ସାମ୍ପୁର ବ୍ୟବହାର କରନ୍ତୁ କମ ସେ କମ କେଶକୁ ସପ୍ତାହରେ ଏକ ଥର ସାମ୍ପୁ କରନ୍ତୁ । ତା ହେଲେ ବନ୍ଧୁଗଣ ରୁପି ସହ ଜଡିତ ଏହି ସବୁ କଥା ଗୁଡିକର ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ,

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *