ନମସ୍କାର ବନ୍ଧୁଗଣ ତେବେ ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା । ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା ।
ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ।
ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ସେ ନିଜର ସାବିତ୍ରୀ ବ୍ରତ କିପରି ପାଳନ କଲେ ତାହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ତେବେ ଏହି ଭିଡିଓ ରେ ରୁପା ସକାଳୁ ଉଠି ନିତ୍ୟ କର୍ମ ସାରି ନୂଆ ପୋଷାକ ପିନ୍ଧି ପ୍ରସ୍ତୁତ ହୋଇ ଯାଇଥିଲେ ଏବଂ ପୂଜା ସାମଗ୍ରୀ ସବୁ ପ୍ରସ୍ତୁତ କରି ରଖିଥିଲେ ତେବେ ଶଙ୍ଖା, ଚୁଡ଼ି,ସିନ୍ଦୁର ଅଳତା ଆଦି ସହ ଫଳ ମଧ୍ୟ ଏକାଠି କରି ରଖିଥିଲେ । ଏହା ପରେ ରୂପ ଶଙ୍ଖ ଫୁଙ୍କି ସବୁ ଗାଁ ସ୍ତ୍ରୀ ଲୋକଙ୍କୁ ଏକାଠି କରି ମନ୍ଦିର ଯାଇଥିଲେ ଏବଂ ସେଠାରେ ନନା ପୂଜା ଆରମ୍ଭ କରି ଦେଇଥିଲେ ପ୍ରଥମେ ବହି ପଡ଼ିଥିଲେ ପରେ ସବୁ ପୁଷ୍ପାଞ୍ଜଳି ଦେଇଥିଲେ ଏବଂ ନନା ସମସ୍ତ ଙ୍କ ହାତରେ ବ୍ରତ ବାନ୍ଧି ଦେଇଥିଲେ ।
ତେବେ ପରେ ସବୁ ଶାଢ଼ୀ ଶଙ୍ଖା ପୂଜା କରିବା ପରେ ମୁଣ୍ଡିଆ ମାରିଥିଲେ ଏଵଂ ପୂଜା ସରିବା ପରେ ସମସ୍ତଙ୍କୁ ଭୋଗ ବାଣ୍ଟି ଥିଲେ ପରେ ମନ୍ଦିର ସଫା କରି ନିଜ ଘରକୁ ଫେରି ଆସିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।