ଋଣରେ ବୁଡି ନିଲାମ ହେଇଯାଇଥାନ୍ତା Sura Routray ଙ୍କ ଘର, ସେହି ସମୟର ଦୁଃଖ କାହାଣୀ ମନେ ପକେଇ କାନ୍ଦିଲେ ପୁଅ Sidharth Routray

ବନ୍ଧୁଗଣ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରି ଆସିବା ପରେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି । ସିଦ୍ଧାର୍ଥ ବିଶ୍ଵର କେତେକ ବଡ ବଡ ପାହାଡ ଚଢି ଛନ୍ତି ଆଉ ଆମ ଦେଶ ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦେଖା କରିବା ପାଇଁ ଡାକି ଥିଲେ ଆଉ ସୁର ଭାଇ ନିଜ ବଡ ପୁଅ ସିଦ୍ଧାର୍ଥଙ୍କୁ ନେଇ ସେଠାରେ ଯାଇଥିଲେ ।

ବନ୍ଧୁଗଣ ଏହାରି ମଧ୍ୟରେ ସିଦ୍ଧାର୍ଥ ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସିଦ୍ଧାର୍ଥ କହିଛନ୍ତି-‘ମୁଁ ଅର୍ଗାନିକ ଫାର୍ମିଙ୍ଗ କରିବି ବୋଲି ଗୁଡାଏ ଇନଭେଷ୍ଟମେଣ୍ଟ କରିଥିଲି ।

ସେତେବେଳେ ଲୋକ ଅନଲାଇନ ଜାଣି ନଥିଲେ ଗୁଗଲ ବୋଲି କିଛି ଅଛି ଜାଣି ନଥିଲେ କିନ୍ତୁ ମୁଁ ସେସବୁ ଜାଣିଥିଲି । ତେଣୁ ସେତେବେଳେ ଆମେ ଗୁଡାଏ ୱେବସାଇଡ ଇ କମର୍ଷ କରି ଦେଇଥିଲୁ 2003ରେ । ସେତେବେଳେ ଇ କମର୍ଷର ଇ କଣ ଲୋକ ଜାଣି ନଥିଲେ ଅନଲାଇନ ବିଜନେସ ଜାଣି ନଥିଲେ । ସେତେବେଳେ ଗୁଡାଏ ଇନଭେଷ୍ଟମେଣ୍ଟ ହେଇଯାଇଥିଲା ଟେକ୍ନୋଲୋଜିରେ ଅର୍ଗାନିକ ଫାର୍ମିଙ୍ଗରେ ।

ଆମେ ସବୁ ଗାଁ ମାନଙ୍କରେ ଅର୍ଗାନିକ ସେଣ୍ଟର ସବୁ ଖୋଲି ଥିଲୁ । କିନ୍ତୁ ଆଇଡିଆ ଟା ପିକ ଅପ କଲାନି ବହୁତ ଆଗୁଆ ହେଇଗଲା । ଆମେ ଭାବି ଥିଲୁ 6 ମାସରେ ଫାକ୍ଟୋରୀ ରେଡି ହେବ ହେଲେ ହେଲା ବେଳକୁ 2 ବର୍ଷ । 2 ବର୍ଷର ଇଣ୍ଟରେଷ୍ଟ ବେଙ୍କ ଛାଡିଲାନି । ଏହା ପରେ 2 କୋଟି ସୁଜିବାର ଥିଲା ବେଙ୍କକୁ 7 ବର୍ଷ ମଧ୍ୟରେ । ସେଥିପାଇଁ ମୁଁ ଚାକିରି କରିବାକୁ ପଳେଇଲି ଚାକିରିରୁ ମୁଁ ଅଧା ପଇସା ପଠାଏ ଲୋନ ପାଇଁ ଆଉ ସେପଟେ ଫାକ୍ଟୋରୀ ଚାଲି ଥାଏ ସେମାନେ ଅଧା ପଇସା ଦିଅନ୍ତି ।

ଏମିତି କରି ପଇସା ସୁଜିଲୁ । ସମସ୍ତେ ଭାବନ୍ତି ସୁର ରାଉତରାୟଙ୍କ ପୁଅ କୋଟି କୋଟି ଟଙ୍କା ଅଛି ହେଲେ ସେମିତି କିଛି ନୁହଁ । ଯେତେବେଳେ ବେଙ୍କ ଘର ବାହାରେ ନୋଟିସ ଲଗେଇବ ଆପଣ ଏଇ ଟାଇମରେ ପଇସା ନ ସୁଜିଲେ ଘର ନିଲାମ ହେବ ଭାରି ଦୁଃଖ ଲାଗିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *