ମହାରଥୀଙ୍କ ପ୍ରଶ୍ନରେ ସୂରଜଙ୍କ ଉତ୍ତର, ରୁଦ୍ରଙ୍କୁ ଦେଲେ ମୁହା ତୋଡ ଜବାବ, ସାହାସ ଅଛି ତ ସିବିଆଇକୁ ଦିଅ ତଦନ୍ତ ଭାର । ରୁଦ୍ର କହିଲେ ନବଙ୍କୁ ଦିଆ ଯାଇଥିଲା ହତୟଆ ଧ-ଅମ-କ । ସୂରଜ କହିଲେ କାହିଁକି ଗଲେନି ପୋଲିସ ଷ୍ଟେସନ । ନବ ଦାସଙ୍କ ହତୟଆ ମାମଲାରେ ବାହାରକୁ ଆସି ପାରୁନି ସତ୍ୟ ହେଲେ ଏହାକୁ ନେଇ ଏବେ ଓଡିଶାର ରାଜନୀତି ଉଠୁଛି ପଡୁଛି । ବିଧାନସଭାରେ ହଟଗୁଳ ସାଙ୍ଗକୁ ପଲିଟିକାଲ ବୟାନ ବାଜି ଦିନକୁ ଦିନ ମାମଲାରେ ମୋଡ ବଦଳାଉ ଥିବାର ଚର୍ଚ୍ଚା ହେଲାଣି ।
ଏହାରି ମଧ୍ୟରେ ନବ ଦାସଙ୍କ ହତୟଆ ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ନୂଆ ଯୁବ ବିଧାୟକ । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ତଥ୍ୟ ବିହୀନ ବୟାନ ଉପରେ ଆଜି ସିଧା ସିଧା ଉତ୍ତର ରଖିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ଜୟ ନାରାୟଣ ପୂର୍ବରୁ ନବ ଦାସଙ୍କୁ ହତୟଆ ଧ-ଅମ-କ ଦେଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ ।
ପଦ୍ମପୁର ଉପ ନିର୍ବାଚନ ବେଳେ ଏ କଥା କୁଆଡେ ତାଙ୍କୁ ନିଜେ ନବ ଦାସ କହିଥିଲେ ବୋଲି ସେ କହିଛନ୍ତି । ପିପିଲି ବିଧାୟକଙ୍କ ଏଭଳି ପ୍ରମାଣ ବିହୀନ ଅଭିଯୋଗକୁ ନେଇ ସିଧା ଟାର୍ଗେଟ କରିଛନ୍ତି ଧାମନଗର ବିଜେପି ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ ।
ସୂରଜଙ୍କ କହିବା କଥା, ଯଦି ନବ ଦାସକୁ ପୂର୍ବରୁ ହତୟଆ ଧ-ଅମ-କ ମିଳି ଥିଲା ତେବେ ଏ କଥା ସେ ବିଜେଡି ସୁପ୍ରିମୋଙ୍କୁ ନ କହି ରୁଦ୍ରଙ୍କୁ କଣ ପାଇଁ କହିଲେ । ଏନେଇ ସେ ନିର୍ବାଚନ କମିଶନ କି ପୋଲିସରେ କଣ ପାଇଁ ଅଭିଯୋଗ କରି ନଥିଲେ । ଯଦି ରୁଦ୍ର ଏ କଥା ଜାଣିଥିଲେ ତେବେ ଏ ଦିଗରେ ପୂର୍ବରୁ ସେ କୌଣସି ଠୋସ ପଦକ୍ଷେପ ନେଲେ ନାହିଁ କଣ ପାଇଁ ।
ସରକାରୀ ପ୍ରାୟୋଜିତ ମ-ଅର୍ଡ-ରକୁ ଘୋଡେଇବାକୁ ଯାହା ମନକୁ ଆସୁଛି ବିଜେଡି ନେତା ତାହା କହୁଛନ୍ତି ବୋଲି କହି ରୁଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି ସୂରଜ । ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ରାଜନୀତି ମାହୋଲ ଉଠୁଛି ପଡୁଛି । ସାରା ଓଡିଶାରେ ଉଭୟ ରୁଦ୍ର ଏବଂ ସୂରଜଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।