ଋତୁସ୍ରାବ ସମୟରେ ଠାକୁରଙ୍କ ପ୍ରସାଦ ଖାଇବେ କି ନାହିଁ ? ଜାଣନ୍ତୁ କେତେ ଦିନରେ ପୂଜା କରିବେ ଓ କେତେ ଦିନରେ ପତି ସଙ୍ଗ କରିବେ ?

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ମହିଳା ମାନଙ୍କର ଋତୁସ୍ରାବ ଚାଲିଥିବ, ସେହି ସମୟରେ ସେମାନେ ଦେବତା ମାନଙ୍କ ପାଖରେ ଲାଗିଥିବା ଭୋଗ କୁ ଖାଇ ପାରିବେ କି ନାହିଁ ? ମାତ୍ର ସେହି ପ୍ରସାଦ କୁ ମହିଳା ମାନେ ଖାଇ ପାରିବେ । ଋତୁସ୍ରାବ ଚାଲିଥିବା ସମୟରେ ଦେବକାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଦେବତା ଙ୍କ ମନ୍ଦିର ଯିବାକୁ ବାରଣ କରାଯାଇଥାଏ ।  ଠାକୁରଙ୍କ ପୂଜା ସାମଗ୍ରୀ ତଥା ଯେଉଁ ସାମଗ୍ରୀ ପୂଜା କରାଯାଇଥାଏ ତାହାକୁ ସ୍ପର୍ଶ କରିବାକୁ ବାରଣ କରା ଯାଇଥାଏ ।

ତେବେ କିନ୍ତୁ ଦେବତାଙ୍କ ପାଖରେ ଥରେ ଭୋଗ ଲାଗି ସାରିବା ପରେ ସେହି ପ୍ରସାଦ ପୁନ୍ନର୍ବାର ଦେବତାଙ୍କ ପାଖକୁ ଯାଇ ନଥାଏ । ଏଣୁ ସେହି ପ୍ରସାଦ କୁ ମହିଳା ମାନେ ଗ୍ରହଣ କରି ପାରିବେ । ଅନେକ ସମୟରେ କୌଣସି ପୂଜା ତଥା ଉପବାସ ସମୟରେ ମହିଳା ମାନଙ୍କର ଋତୁସ୍ରାବ ହୋଇ ଯାଇଥାଏ । ସେହି ସମୟରେ ମହିଳା ମାନେ ପୂଜା କରି ନଥାନ୍ତି କିନ୍ତୁ ସେମାନେ ଯେଉଁଭଳି ଉପବାସ କରିବା କଥା କରି ପାରିବେ ।

ତେବେ ଆପଣ ସାତ୍ଵିକ ଖାଦ୍ୟ ଇତ୍ୟାଦି ଆପଣ ଗ୍ରହଣ କରିପାରିବେ । ଯେଉଁଭଳି ଆପଣ ପୂଜା ପରେ ପ୍ରସାଦ ପାଇବା କଥା ସେହିଭଳି ଆପଣ ପ୍ରସାଦ ଗ୍ରହଣ କରିପାରିବେ । ଏହାପରେ ଆପଣ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ ।

ମହିଳା ମାନେ ଋତୁସ୍ରାବ ର ୫ ଦିନ ପରେ ପୂଜା କରି ପାରିବେ ଏବଂ ଶ୍ରାଦ୍ଧ ଦିନରେ ଶ୍ରାଦ୍ଧ ମଧ୍ୟ ଦେଇ ପାରିବେ। ମାତ୍ର ଆପଣ ଗୋଟିଏ କଥା ମନେ ରଖିଥିବେ ଯେ ଯେପରି ଆପଣଙ୍କ ଋତୁସ୍ରାବ ବନ୍ଧ ହୋଇଥିବା ଦରକାର । ବର୍ତ୍ତମାନ ଜଳବାୟୁ ର ଯେଉଁଭଳି ପରିବେଶ ରହୁଅଛି ସେଥିପାଇଁ ମହିଳା ମାନଙ୍କ ୭ ଦିନ ରୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ଲିଡିଙ୍ଗ ହେଉଅଛି ।

ମାତ୍ର ଏଭଳି ହେଲେ ଆପଣ କୌଣସି ପୂଜା ତଥା ଶ୍ରାଦ୍ଧ କାର୍ଯ୍ୟ କରିପାରିବେ ନାହିଁ ।  ଋତୁସ୍ରାବ ର ଚତୁର୍ଥ ଦିନ ଯେଉଁଦିନ ହେଉଛି ଆପଣ ସେଦିନ ସ୍ନାନ କରିପାରିବେ । ଏହାପରେ ପଞ୍ଚମ ଦିନଠାରୁ ଆପଣ ସବୁକିଛି କରି ପାରିବେ ।

ତେବେ ଋତୁସ୍ରାବ ର ଯେଉଁଦିନ ୭ ଦିନ ହେଇଯିବା ଅଷ୍ଟମ ଦିନ ଠାରୁ ଆପଣ ମହାଦେବଙ୍କ ପୂଜା କରି ପାରିବେ । ଏବଂ ବଜରଙ୍ଗବାଲି ଙ୍କ ପୂଜା କରି ପାରିବେ । ଏହା ସହିତ ଆପଣଙ୍କ ଘରର ଯାହା ନିୟମ ଅଛି ଯେ କେତେ ଦିନରୁ ପୂଜା କରି ପାରିବେ ଆପଣ ସେହି ଜିନିଷ କୁ ମଧ୍ୟ ନିଶ୍ଚିତ ରୂପରେ ମାନିବେ ।

ଘରର ନୀତି ନିୟମ ମାନିଲେ ଭଲ ମାତ୍ର ଶାସ୍ତ୍ର ର ନିୟମ ଅନୁଯାୟୀ ଆପଣ ୫ ଦିନରୁ ହିଁ ପୂଜା କରି ପାରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *