ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ କିଛି ଏଭଳି ସାହାଯ୍ୟ କଲେ ସୁପରଷ୍ଟାର Babushan Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରେଳ ଦୁର୍ଘଟଣାରେ ରକ୍ତଦାନ କରିଲେ ଓଡିଆ ସୁପରଷ୍ଟାର ବାବୁଶାନ ମହାନ୍ତି । ବହୁ ଚର୍ଚିତ ବାହାନଗା ରେଳ ଦୁର୍ଘଟଣାରେ ଅନେକ ଗୁରୁତର ଭାବେ ଆହତ ହୋଇଥିବା ଲୋକମାନେ ବର୍ତ୍ତମାନ ସମୟରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି । ତେବେ ସେମାନଙ୍କ ପାଇଁ ବହୁ ପରିମାଣରେ ରକ୍ତର ଆବଶ୍ୟକତା ପଡୁଛି । ଯେଉଁଥି ପାଇଁ ଅନେକ ସହୃଦୟବାନ ବ୍ୟକ୍ତିମାନେ ବ୍ଲଡ଼ଡୋନେଟ କରିବା ପାଇଁ ଆଗେଇ ଆସିଛନ୍ତି ।

ସେମାନଙ୍କ ମଧ୍ୟରେ ଓଡିଆ ସିନେ ଜଗତର ସୁପରଷ୍ଟାର ବାବୁଶାନ ମହାନ୍ତି ମଧ୍ୟ ନିଜର ବ୍ଲଡ଼ ଡୋନେଟ କରିବା ପାଇଁ ଇଛା ପ୍ରକାଶ କରିଥିଲେ । ଏହା ପରେ ଅଭିନେତା ବାବୁଶାନ ଆସି ବ୍ଲଡ଼କାମ୍ପରେ ବ୍ଲଡ଼ଡୋନେଟ କରିଥିଲେ । ତେବେ ପ୍ରାୟତଃ ସମୟରେ ନିଜର ଫିଲ୍ମି କ୍ଯାରିଅରକୁ ନେଇ ଚର୍ଚାରେ ରହୁଥିବା ବାବୁଶାନ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରି ପୁଣି ଥରେ ଚର୍ଚାର ପରିସରକୁ ଆସିଛନ୍ତି ।

ତେବେ ଯଦି ଏତେ ବଡ ସୁପରଷ୍ଟାର ଲୋକଙ୍କର ସାହାଜ୍ଯ ପାଇଁ ବ୍ଲଡ଼ଡୋନେଟ କରିବାକୁ ପଦକ୍ଷେପ ନେଇଛନ୍ତି । ତେବେ ତାଙ୍କୁ ଅନୁସରଣ କରୁଥିବା ତାଙ୍କର ହଜାର ହଜାର ଫ୍ୟାନ, ଫୋଲୋଈଙ୍ଗ ମଧ୍ୟ ବ୍ଲଡ଼ଡୋନେଟ କରିବା ପାଇଁ ଆଗେଇ ଆସିବେ ବୋଲି ଆଶା ରହୁଛି । ତେବେ ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଏପରି ଏକ ସାଂଘାତିକ ରେଳ ଦୁର୍ଘଟଣା ଭାରତର ତୃତୀୟ ସର୍ବ ବୃହତ ରେଳ ଦୁର୍ଘଟଣା ଅଟେ ।

ଯାହାକି ଅନେକ ପରିବାର ପାଖରୁ ନିଜର ଆତ୍ମୀୟ ଲୋକଙ୍କୁ ହରାଇ ଦେଇଛି । ଆଉ ଅନେକଙ୍କୁ ଗୁରୁତର ଭାବରେ ଆହତ କରିଦେଇଛି । ଯେଉଁଥି ପାଇଁ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା କରମଣ୍ଡଳ ଟ୍ରେନ ଦୁର୍ଘଟଣା ସହ ଜଡିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଏହା ସହ ଅନେକ ନିଜର ପରିବାର ତଥା ବନ୍ଧୁପରିଜନଙ୍କୁ ହରାଇଥିବାରୁ ତାଙ୍କ ଆଖିରୁ ଲୁହ ସୁଖୁନାହିଁ ।

ତେବେ ପୂର୍ବ ଭଳି ପୁଣି ଥରେସ୍ଥିତିରେ ସୁଧାର ଆସୁ । ଏହା ସହ ଲୋକ ପୁଣି ଥରେ ନିଜର ଦୁଃଖକୁ ଭୁଲି ଆଗକୁ ବଢିବାର ସାହସ ପାଆନ୍ତୁ ବୋଲି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାଥନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *