Exclusive: ରିୟାଲିଟି ସୋ’ର ଅଜବ ପ୍ରଶ୍ନ ‘ଚକୁଳି ପିଠାରେ କେତୋଟି କଣା ?’ ଦେଖନ୍ତୁ ଏ ନେଇ କଣ କହିଲେ Ollywood ହୀରୋ Sambeet Acharya, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସମ୍ବିତ ଆଚାର୍ଯ୍ୟ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।  ଏହାପରେ ସେ କଟକ, ବାଳୁଙ୍ଗା ଟୋକା, ଗଞ୍ଜା ଲଢ଼େଇ, ଚଉକା ଛକା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ବିତ ୨୦୧୮ ମସିହାରେ ଏକ ଓଡ଼ିଆ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ତେବେ ଏହା ପରେ ସେ ସେହି ବର୍ଷ ବନ୍ଧନ, କଟକ- ଦ ସିଲ୍‌ଭର୍ ସିଟି ଏବଂ ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ସମ୍ବିତ ଓଡ଼ିଆ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ବାଳୁଙ୍ଗା ଟୋକାରେ ସମ୍ଭିତ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୩ ମସିହାରେ ସଲାମ ସିନେମା ଏବଂ ଚଉକା ଛକା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।

୨୦୧୪ରେ ଓମ୍, ୨୦୧୪ ଫିଅର ଅଫ ଦ ଇଅର, ଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଲେଖିଚି ନାଁ ତୋର, ଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସମ୍ବିତ ।  ସେ ଏସିପି ରଣବୀର, ଛାତି ତଳେ ଡିଂ ଡଂ ଆଦି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ରେ ସମ୍ବିତ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କର ଚଳଚ୍ଚିତ୍ର ତମକୁ ଦେଖିଲା ପରେ ମୁକ୍ତିଲାଭ କରିଥିଲା ।

୨୦୧୮ରେ ତାଙ୍କର ହାପି ଲକି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।  ୨୦୧୮ରେ ସମ୍ବିତଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଲାଲିଜୋ ଲାଲିଜୋ ମୁକ୍ତିଲାଭ କରିବାର ଅଛି । ଅଭିନେତ୍ରୀ ରିୟା ଦେଙ୍କ ସ‌ହ ସମ୍ବିତଙ୍କର ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋରର ସୁଟିଂ ଆରମ୍ଭ ହେବାକୁ ଯାଉଛି । ସମ୍ବିତ ବିଶ୍ୱନାଥ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତ ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ତେବେ ସମ୍ବିତ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର୩ୟ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହପରେ ସେସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ର ୫ମ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତେବେ ଓଲିଉଡର ଏହି ହିରୋ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲର ଶୀକାର ହେଉଛନ୍ତି ।


କାରଣ କୌଣସି ପ୍ରତିଯୋଗିତାରେ ସେ ଯେତେବେଳେ ଜଜ୍ ବନନ୍ତି, ସମସ୍ତଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରଶ୍ନ ପଚାରନ୍ତି ଓ ପ୍ରତିଯୋଗୀଙ୍କୁ ଅପମାନ ଦିଅନ୍ତି ବୋଲି ଅଭିଯୋଗ ହୋଇଥାଏ । ଘରୋଇ ଚ୍ୟାନେଲର ରିୟଲିଟି ସୋରେ ସେ ପଚାରନ୍ତି ଚକୁଳିର କେତୋଟି କଣା ? କଟକର ନାଁ କଟକ କାହିଁକି ? ବାରବାଟୀର ମୁଣ୍ଡି କିଏ ମାରିଥିଲା ? ସମୁଦ୍ର ମଝିରେ କ’ଣ ଅଛି ? ଏମିତି ଅଖାଡ଼ୁଆ ପ୍ରଶ୍ନ ପଚାରନ୍ତି । ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆର ସମାଲୋଚନା କରାଯାଉଛି ।

ସମ୍ବିତ ଏନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ପଚାରିଥିବା ପ୍ରଶ୍ନ ଗୁଡ଼ିକ ତାଙ୍କ ନିଜର ନୁହେଁ, ବରଂ ଏସବୁ ପ୍ରଶ୍ନ ସ୍କ୍ରିପଟେଡ୍ ଅର୍ଥାତ୍ ପ୍ରଶ୍ନ ଗୁଡ଼ିକ ଆଗରୁ ଲେଖାଯାଇଥାଏ ଓ ବିଚାରପତି ଭାବେ ତାଙ୍କୁ ପଚାରିବାକୁ ହୋଇଥାଏ । ଏହି ସବୁ ପ୍ରଶ୍ନକୁ ନେଇ ଟ୍ରୋଲ ହେବା ପରେ ବିଚାରପତି ଭାବେ ଆଉ ତାଙ୍କୁ ଦେଖିବାକୁ ମିଳି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *