ବନ୍ଧୁଗଣ, ରାତିରେ ବିକଟାଳ ହସ ହସୁଥିବା ରାବଣ ଦିନରେ ଜଣେ ଡାକ୍ତର । ଜଣେ ପେଶାଗତ ଡାକ୍ତର, ନାଆକର ଡାକ୍ତର, ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡାକ୍ତର । ଏଭଳି ଏକ ଡାକ୍ତର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାଙ୍କ ନାମ ଡାକ୍ତର ରୁଦ୍ର ପଟେଲ ତେବେ ଆସନ୍ତୁ ତାଙ୍କ ସମ୍ବନ୍ଧରେ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଡାକ୍ତର ରୁଦ୍ର ପଟେଲ କହିଛନ୍ତି ଯେ ରାତିରେ ମୁଁ ଯେଉଁ ରାବଣ କ୍ୟାରେକ୍ଟର ରେ ଆସୁଛି ତାହା ରାମଳୀଳା ନିମନ୍ତେ ଉତ୍ସର୍ଗ୍ରୀକୃତ ଏବଂ ଦିନବେଳେ ରୋଗୀସେବା ନିମନ୍ତେ ମୁଁ ଉତ୍ସର୍ଗ୍ରୀକୃତ । ମଞ୍ଚ ପାଇଁ ଉପଯୁକ୍ତ ରାବଣ କିରିଦାର ।
ମାତ୍ର ମୁଁ ଯଦି ତାହା କରିବିନି ତେବେ ଆମ୍ଭେ ରାମଳୀଳା କରି ପାରିବୁ ନାହିଁ । ମତେ ସେଥିପାଇଁ ଦାଇତ୍ଵ ଦିଆ ଯାଇଛି ଏବଂ ମତେ ନିଖୁଣ ଭାବରେ ତାକୁ ମଧ୍ୟ ଚେଷ୍ଟା କରିବାର ଅଛି । ଆଉ ଦିନବେଳା ରୋଗୀ ମାନଙ୍କର ସେବା ମଧ୍ୟ କରିବାର ଅଛି । ଅଭିନୟ କରିବାକୁ ବହୁତ ପରିଶ୍ରମ କରିବାକୁ ପଡିଛି ଗୁରୁ ତଥା ତାଙ୍କ ସହଯୋଗୀ ମାନେ ମଧ୍ୟ ବହୁତ ସାହାର୍ଯ୍ୟ କରିଛନ୍ତି ।
ନିଜର ମନ ଭିତରେ ସେହି ଫିଲିଙ୍ଗସ ଆଣିବା ନିମନ୍ତେ ବିଭିନ୍ନ ଉପାୟ ମାନ ବତାଇଛନ୍ତି । ମୋର ଦୈନନ୍ଦିନ ଜୀବନରେ ମଧ୍ୟ ସେହି ଫିଲିଙ୍ଗସ କୁ ରଖି ମୁଁ କାମ କରିଥାଏ । ଯାହା କି ମଞ୍ଚ ବେଳକୁ ମତେ ବିଶେଷ ପରିଶ୍ରମ କରିବାକୁ ପଡି ନଥାଏ । ଗୁରୁ ଯେଉଁ କ୍ୟାରେକ୍ଟର ଯିଏ କରି ପାରିବ ସେଥିଲାଗି ଚୟନ କରିଲେ ଏବଂ ମୁଁ ମଧ୍ୟ ଡଋଯାଇଥିଲି ଯେ ଏତେ ବଡ କ୍ୟାରେକ୍ଟର ଯେହେତୁ ମତେ କରିବାକୁ ପଡିବ ମୁଁ ସେଥିରେ କେତେଦୂର ସକ୍ଷମ ହେବି କି ନହେବି ?
ଆଉ ସେମାନଙ୍କ ପ୍ରେରଣା, ସେମାନଙ୍କ ଉତ୍ସାହ ଆଉ ମତେ ରାମଲୀଳା କୁ ପୁନ୍ନପ୍ରତିଷ୍ଠା କରିବାର ଇଛା ମୋର ପିଲା ଦିନୁ ଥିଲା । ରାମଳୀଳା ରେ କଳା ମଧ୍ୟ ଅଛି ସଂସ୍କୃତି ଅଛି ଏବଂ ଭକ୍ତି ମଧ୍ୟ ଅଛି । ତେବେ ଏହା ସାମାଜିକ ଦ୍ରୁଷ୍ଟି ରୁ ମଧ୍ୟ ଏହା କୌଣସି ଖରାପ ଜିନିଷ ନୁହେଁ । ଏହାକୁ ଲୋକେ ଜାଣିଲେ ଲୋକେ ଏଥିରୁ ବହୁତ କିଛି ଶିଖିବେ ।
ମୋର ଦ୍ଵାରା ଯେତେ ସମ୍ଭବ ହୋଇ ପାରିବ କଳା ନିମନ୍ତେ ମଧ୍ୟ ସମୟ ଦେବି । ମୋ ଦ୍ଵାରା ଯେତିକି ସମ୍ଭବ ହୋଇପାରିବ ଆମ୍ଭର କଳା ନିମନ୍ତେ ମୁଁ ନିଶ୍ଚିତ ଚେଷ୍ଟା କରି ସମୟ ନିଶ୍ଚିତ ଭାବରେ ଦେବି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।