ରାତିରେ ଫୋନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ ! ପୁରୁଷମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆଜି ର ଯୁଗରେ ଫୋନ ଆମ ଜୀଵନ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଦୁନିଆରେ ଥିବା ପ୍ରାୟ ସମସ୍ତ ମହିଳା ଓ ପୁରୁଷ ମାନେ ଫୋନ ଏବଂ ଲ୍ୟାପଟପର ଅଧିକାଂଶ ବ୍ୟବହାର କରୁଛନ୍ତି । ସାଧାରଣତଃ ଅଧିକାଂଶ ଲୋକ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପ ଆଦିର ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ପୁରୁଷ ମାନଙ୍କ ପାଇଁ ଘାତକ ହୋଇ ପାରେ ।


ବନ୍ଧୁଗଣ ଅଧିକାଂଶ ପୁଅ ମାନେ ରାତିରେ ଫୋନ ବା ଲ୍ୟାପଟପରେ ବ୍ୟବହାର କରିଥାନ୍ତି ହେଲେ ସେମାନେ ରାତିରେ ଅଧିକାଂଶ ଫୋନ ବ୍ୟବହାର କରିବାର ପରିଣାମ ବିଷୟରେ ଜାଣିନାହାନ୍ତି।ତେବେ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି। ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ।

ତେବେ ଗୋଟେ ନୂଆ ଷ୍ଟଡି ଅନୁସାରେ ଜଣା ପଡିଛି ଯେ, ଫୋନ ବା ଲ୍ୟାପଟପରୁ ବାହାରୁ ଥିବା ବ୍ଲୁ ଲାଇଟ ପୁରୁଷ ମାନଙ୍କ ସ୍ପର୍ମ କ୍ଵାଲିଟିକୁ ଖରାପ କରିଥାଏ । ଏହି ଷ୍ଟଡି ଆମେରିକାର ଭର୍ଚୁଆଲ ଆସ୍ଳିପ ପତ୍ରିକାରୁ ବାହାରିଛି । ଷ୍ଟଡି ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷଙ୍କ ସ୍ପର୍ମ ସାମ୍ପୁଲକୁ ନେଇ ପରୀକ୍ଷା କରିଥିଲେ।ଏହି ଲୋକ ମାନଙ୍କୁ ତାଙ୍କ ଲାଇଫ ଷ୍ଟାଇଲ ସହ ଜଡିତ ସମସ୍ତ ପ୍ରଶ୍ନ ପଚରାଯାଇଥିଲା।


ତେବେ ଷ୍ଟଡିରୁ ଜଣା ପଡିଥିଲା ଯେ ଫୋନ ବା ଲ୍ୟାପଟପରୁ ବାହାରୁ ଥିବା ଖରାପ ଲାଇଟ ଓ ସ୍ପର୍ମ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା । ଏଥିରେ ସୁସ୍ଥ ପୁରୁଷଙ୍କ ସ୍ପର୍ମ ଉପରେ ପଡୁଥିବା ରେଡିଏସନର ପ୍ରଭାବକୁ ଷ୍ଟଡି କରାଯାଇଥିଲା । ଷ୍ଟଡି ଏହା ସ୍ପର୍ଷ୍ଟ କରିଛି ଯେ, ଇଲେକ୍ଟ୍ରୋନିକ ଓ ଡିଜିଟାଲ ମିଡିଆର ବ୍ୟବହାର ଦ୍ଵାରା ପ୍ର-ଜ-ନ-ନ କ୍ଷମତା ଉପରେ ଅଧିକ ପ୍ରଭାବ ପଡିଥାଏ। ଷ୍ଟଡି ଅନୁସାରେ ସ୍ମାର୍ଟ ଫୋନ ଓ ଲ୍ୟାପଟପରେ ରେଡିଏସନ ସ୍ପର୍ମର ଗତିବିଧି ଉପରେ ବିଶେଷ ପ୍ରଭାବ ପକାଇଥାଏ।

ଏହି ସବୁ ଉପକରଣରୁ ବାହାରିଥାଏ SWL ରଶ୍ମୀ ଅର୍ଥାତ ଏହି ଲାଇଟ ସହ ଯେତେ ଅଧିକ ସମ୍ପର୍କ ହୋଇଥାଏ ସେତେ ଇମୋଟାଲ ସ୍ପର୍ମର ସଂଖ୍ୟା ଅଧିକ ହୋଇଥାଏ । ଷ୍ଟଡି ଦ୍ଵାରା ଜଣା ପଡିଛି ଯେ, ଯେଉଁ ପୁରୁଷ ମାନେ ସମୟରେ ଶୋଇଥାନ୍ତି ସେମାନଙ୍କ ସ୍ପର୍ମର ଗତିଶୀଳତା ଭଲ ହୋଇଥାଏ । ଅନ୍ୟ ପକ୍ଷରେ ଅଧିକ ରାତି ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପ ବ୍ୟବହାର କରୁଥିବା ପୁରୁଷ ମାନଙ୍କ ସ୍ପର୍ମର ଗତିଶୀଳତା ବ୍ୟାଧିତ ହୁଏ।


ତେବେ ଏହି ଷ୍ଟଡିରେ ଆଉ ଗୋଟେ ଗୁରୁତ୍ଵ ପୂର୍ଣ୍ଣ କଥା କୁହାଯାଇଛି ଯେ, ସ୍ମାର୍ଟ ଫୋନରେ ରେଡିଏସନ ଶରୀରର DNA ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ ଶରୀରର କୋଷ ଆପେ ଆପେ ଭଲ ହେବାର କ୍ଷମତାକୁ ହରାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଅଧିକ ରାତି ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପରେ ବ୍ୟବହାର କରୁଛନ୍ତି ତା ହେଲେ ତୁରନ୍ତ ସାବଧାନ ହୁଅନ୍ତୁ ଓ ନିଜର ଏହି ଅଭ୍ୟାସକୁ ତ୍ୟାଗ କରନ୍ତୁ। ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *